ରାଜନୀତି

Sura Routray କହିଲେ ‘BJD ଧୀରେ ଧୀରେ ସାରା ଓଡିଶାରେ କାୟା ବିସ୍ତାର କରି ସାରିଲାଣି, ସମସ୍ତେ ଶଙ୍ଖ ଶଙ୍ଖ ଜପୁଛନ୍ତି ହେଲେ ମୁଁ କେବେ ବି…’

ନମସ୍କାର ବନ୍ଧୁଗଣ, ଓଡିଶାରେ ଶଙ୍ଖ ନିଜର ସ୍ଥାନ ବନାଇ ସାରିଛି ସବୁଆଡେ ଏହି କଥାର ଉତ୍ତରରେ ସମସ୍ତଙ୍କ ପ୍ରିୟ ବିଧାୟକ ସୁର ରାଉତ ରାୟ ଯେଉଁ ଭଦ୍ର ଉଦାହରଣ ରଖିଲେ ତାହା ବେସ ଯୁକ୍ତି ଯୁକ୍ତ ଥିଲା । ଶଙ୍ଖର ଅବମାନନା ନକରି ବେସ ଭଲ ଭାବରେ ସୁର ଭାଇ ସମ୍ମାନ ରକ୍ଷା କରି ନବୀନ ବାବୁଙ୍କ ଶାସନ ସମ୍ପର୍କରେ ଅବଗତ କରାଇ ଦେଲେ ଲୋକଙ୍କୁ । ତେବେ ସୁର ଭାଇ ବିଜେଡି ଏବଂ ବିଜେଡିର ନିର୍ବାଚନ ଚିହ୍ନ ଶଙ୍ଖ ମାଧ୍ୟମରେ ଯେଉଁ ବଡ କଥାଟି କହିଲେ ତାହ ଆପଣ ମାନେ ଜାଣିବା ନିହାତି ଭାବରେ ଆବଶ୍ୟକ ।

ସୁର ଭାଇ କହିଲେ ଓଡିଶାରେ ସବୁ ଶଙ୍ଖ ଏବଂ ସବୁଆଡେ ଶଙ୍ଖ । ଘର ଶଙ୍ଖ, ପାଇଖାନା ଶଙ୍ଖ, ରାସ୍ତା ଶଙ୍ଖ, ରଙ୍ଗ ବି ଶଙ୍ଖ, ସ୍କୁଲ ଘର ଶଙ୍ଖ ଆଉ ଜାଗା ନାହିଁ କେଉଁଠି ଶଙ୍ଖ ଚିହ୍ନ ରଖିବା ପାଇଁ । ସବୁଆଡେ ଶଙ୍ଖକୁ ପୋତି ସାରିଛନ୍ତି ସେମାନେ । ଆଉ ଇଲେକ୍ସନ ହେଲେ ତାଙ୍କର ଯେଉଁ ବ୍ୟାନର ଶଙ୍ଖ ମୋ ବୋପାଲୋ ଆଉ କେହି ନାହିଁ ଏଭଳି ଏକ କଥା କହିଛନ୍ତି ସୁର ରାଉତ ରାୟ ।

ଏହା ମଧ୍ୟ କହିଛନ୍ତି ସୁର ଭାଇ କି ଲୋକେ ଜାଣି ସାରିଛନ୍ତି ଲୋକେ କଣ ଏବଂ ଶଙ୍ଖ ହେଉଛି ସ୍ଵୟଂ ନାରାୟଣଙ୍କର ତାକୁ କଣ ଭାବୁଛ ତମର ବୋଲି । ଶଙ୍ଖ ହେଉଛି ନାରାୟଣଙ୍କର ଜନତାଙ୍କର ଏବଂ ଜନ ସାଧାରଣଙ୍କର ଶଙ୍ଖ । କିଛି ଲୋକ ଦଳ କରି ଶଙ୍ଖ ବୋଲି ଭବିକି ଭାବୁଛ କି ପୂଜା କରିବ ବୋଲି । ନାରାୟଣ ସେକଥା ଦେଖୁଛନ୍ତି ଏବଂ ଦେଖିବେ ଅନ୍ୟାୟ କେବେ ମଧ୍ୟ ନାରାୟଣ ସହିବେ ନାହିଁ ।

ଯେଉଁ ମାନେ ସବୁ ଶାସନ ଭିତରେ ଅନ୍ୟାୟ କରିଛନ୍ତି ତାଙ୍କୁ ସଫା କରିବେ ନାରାୟଣ । ରାଜ୍ୟର ବିକାଶରେ ବାଧା ଦେଉଥିବା ଲୋକ, ଏବଂ ରାଜ୍ୟର ଗରିବ ଲୋକଙ୍କ ପଇସା ସବୁକୁ ବରବାଦ କରାଯାଉଛି ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ବିଚାର ଚାଲିଛି ଭଗବାନଙ୍କ ଦ୍ଵାରରେ ଫଳ ନିଶ୍ଚୟ ମିଳିବ ବାସ ସମୟକୁ ଅପେକ୍ଷା କର ।

ଏହିସବୁ କଥାର ମନ୍ତବ୍ୟ ଦେଇଥିଲେ ସୁରା ରାଉତ ରାୟ ମିଡିଆ ସାମ୍ନାରେ ଆଗକୁ ଆସୁଥିବା ଇଲେକସନକୁ ଇସାରା କରି । ତେବେ କଣ ରହିବ ଫଳାଫଳ ତାହା କେବଳ ସମୟ କହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button