ରାଜନୀତି

ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ : ସୁପ୍ରିମକୋର୍ଟରେ ପହଞ୍ଚିଲା ଉଦ୍ଧବ ଗୋଷ୍ଠୀ – Kalinga News

[ad_1]

ମୁମ୍ବାଇ: କିଏ ଅସଲି ଶିବସେନା? ଏହି ପ୍ରଶ୍ନକୁ ନେଇ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ପ୍ରସଙ୍ଗରେ ମହାରାଷ୍ଟ୍ର ବାଚସ୍ପତି ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ବୁଧବାର ତାଙ୍କ ନିଷ୍ପତ୍ତିରେ କହିଥିଲେ ଯେ ଏକନାଥ ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା। ଏହା ସହିତ ବାଚସ୍ପତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ତାଙ୍କ ଗୋଷ୍ଠୀର ୧୬ ଜଣ ବିଧାୟକ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀର ୧୪ ଜଣ ବିଧାୟକଙ୍କ ସଦସ୍ୟତା ବଜାୟ ରଖିଥିଲେ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା ପରସ୍ପରର ବିଧାୟକଙ୍କ ବିରୋଧରେ ଦାଖଲ କରିଥିବା ଅଯୋଗ୍ୟତା ଆବେଦନକୁ ବାଚସ୍ପତି ବୁଧବାର ଖାରଜ କରିଦେଇଥିଲେ । ଏହି ସମୟରେ ନାର୍ଭେକର କହିଥିଲେ ଯେ ସିନ୍ଦେଙ୍କ ଶିବସେନା ହିଁ ପ୍ରକୃତ ଶିବସେନା। କାରଣ ନିର୍ବାଚନ ଆୟୋଗ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଏଭଳି ସ୍ଥିତିରେ ବିଧାୟକଙ୍କ ସଦସ୍ୟତା ବଜାୟ ରହିବ। ଏହି ନିଷ୍ପତ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ଼ ଝଟକା ଥିଲା।

ବାଚସ୍ପତି ରାହୁଲ ନାର୍ଭେକରଙ୍କ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରି ଏକନାଥ ସିନ୍ଦେ କହିଥିଲେ ଯେ ଆମ ପାଖରେ ସଂଖ୍ୟାଗରିଷ୍ଠତା ରହିଛି। ଆମେ ଏହା ପୂର୍ବରୁ କହିଛୁ । ସେପଟେ ଉଦ୍ଧବ ଠାକରେ ଓ ଶିବସେନା ନେତା ସଞ୍ଜୟ ରାଉତ ଟାର୍ଗେଟ କରି କହିଥିଲେ ଯେ ଆମେ ସୁପ୍ରିମକୋର୍ଟ ଯିବୁ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button