ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଘନୀଭୂତ ହେଉଚି ଲଘୁଚାପ। ୨୭ ତାରିଖରେ ବାତ୍ୟାର ରୂପ ନେବା. । ଆନ୍ଧ୍ର ଉପକୂଳ ରେ ରହିବ ସର୍ବାଧିକ ପ୍ରଭାବ। ଓଡ଼ିଶା ରେ ହେବ ପ୍ରବଳ ବର୍ଷା। ୨୭ ରୁ ୨୯ ରାଜ୍ୟରେ ପ୍ରବଳ ବାର୍ଷିବ।
ଆଜି ସକାଳ ୫ଟା ୩୦ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ସେହି ସମାନ ଦିଗରେ ଗତି କରି ଆସନ୍ତାକାଲି ୨୫ ତାରିଖରେ ଦକ୍ଷିଣ ପୂର୍ବ ସଂଲଗ୍ନ କେନ୍ଦ୍ରିୟ ବଙ୍ଗୋପସାଗରରେ ଅବପାତ ଓ ୨୬ ରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ରେ ପରିଣତ ହେବ। ସେହି ସମାନ ସ୍ଥାନରେ ୨୭ ତାରିଖରେ ସାମୁଦ୍ରିକ ଝଡ ବା ବାତ୍ୟା ର ରୂପ ନେବ। ଏହି ସମୟରେ କେନ୍ଦ୍ର ସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୮୦ କିମି ରହିବ।
୨୭ ରୁ ବଢିବ ବର୍ଷା। ୨୭ ରେ ଉପକୂଳ ଓ ଦକ୍ଷିଣ ରେ ପ୍ରବଳ ବର୍ଷା। ୨୭ ରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ରେ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି ରହିଥିବାବେଳେ ସାରା ରାଜ୍ୟରେ ହାଲୁକା ବର୍ଷା ନେଇ ଆଲର୍ଟ ରହିଚି।
୨୮ ରେ ଉପକୂଳ ର ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ ୧୩ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି । ୨୮ ରେ କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ସହ ଉପକୂଳ ସଂଲଗ୍ନ ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଚି। ୨୯ ରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ୩ ଜିଲ୍ଲାକୁ ଆରେଞ୍ଜ୍ ଆଲର୍ଟ ସହ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।




