LOC ଅତିକ୍ରମ କରିଛି ଭାରତ ! ଭାରତୀୟ ବାୟୁସେନା ପାକ୍ ଉପରେ ଆକ୍ରମଣ କରିଥିବାର ପ୍ରମାଣ, ପକ୍ ଜାରି କଲା ଆକ୍ରମଣ ବେଳର ଫଟୋ ଏବଂ ଭିଡିଓ

୧୪ ଫ୍ରେବୃୟାରିରେ ଆତଙ୍କବାଦି ମାନେ ପୁଲୱାମାରେ ଆମ ଦେଶର ୪୦ ଯବାନଙ୍କ ଜୀବନ ନେଇଥିଲେ । ଏହା ପରେ ସାରା ଦେଶରେ ଦେଖିବାକୁ ମିଳୁଥିଲା ଆକ୍ରୋଶ, ପ୍ରଧାନମନ୍ତ୍ରୀ ମଧ୍ୟ ସେନାବଳଙ୍କୁ ସମୁର୍ଣ୍ଣ ଦାୟିତ୍ଵ ଦେଇଥିଲେ ଏହି ଆକ୍ରମଣର ପ୍ରତୋଶୋଧ ନେବା ପାଇଁ । ତେବେ ଗତ କାଲି ରାତିରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରି ପାକିସ୍ତାନ ଅଧୀନରେ ଥିବା ଅଞ୍ଚଳରେ ବୋମାବର୍ଷା କରିଛି ।


ପାକିସ୍ତାନର ମେଜର ଜେନେରାଲ ଆସିଫ ଗଫୁର୍ ଟୁଇଟର ପେଜରେ ସେ ଲେଖିଛନ୍ତି କି, ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାକିସ୍ତାନ ସୀମାକୁ ପଶି ଆସିଥିଲା । ପାକ୍ ବାୟୁସେନାର ପାଲଟା ଜବାବ୍ରେ ଭାରତୀୟ ଯୁଦ୍ଧ ବିମାନ ଫେରି ଯାଇଥିଲା । ସେ କିଛି ଫଟୋ ସେୟାର କରି ଏହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଯେଉଁଥିରେ ଭାରତ ଦ୍ୱାରା ଫିଙ୍ଗା ଯାଇଥିବା ବୋମାମାଡ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନଗୁଡିକର ଦୃଶ୍ୟ ଦେଖିବାକୁ ମିଳୁଛି ।
ଏହାସହ ପାକିସ୍ତାନର ଜଣେ ସାମ୍ବାଦିକ ଅସଲାନ୍ ସିଦ୍ଧିକୀ ଟୁଇଟର ଯୋଗେ ଭାରତୀୟ ବାୟୁ ସେନା ଆକ୍ରମଣର ଭିଡିଓ ସେୟାର କରିଛନ୍ତି । ତେବେ ସେହି ଭିଡିଓର ସତ୍ୟାସତ ଜଣାପଡିନାହିଁ । ଏବେ କେବଳ ଦେଖିବାକୁ ରହିଲା ଯେ ପାକିସ୍ତାନ ଏହା ବିରୁଦ୍ଧରେ କି ପଦକ୍ଷପ ନେବ ।




