ଦେଶ- ବିଦେଶ

ଜଳୁଛି ନେପାଳ- ଦେଶ ଛାଡ଼ୁଛନ୍ତି ନେତା

ସୀମା ଟପିଲା ନେପାଳ ହିଂସା। ନେପାଳରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଲାଣି। ରାଜଧାନୀ କାଠମାଣ୍ଡୁରେ ପୁଲିସ ଓ ଆନ୍ଦୋଳନକାରୀ ଭିତରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଗୁଳିରେ ୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ନିଆଁ ଲଗାଇଦେଇଥିଲେ। ପ୍ରଧାନମନ୍ତ୍ରୀ ଓଲିଙ୍କ ସମେତ ଅନେକ ମନ୍ତ୍ରୀଙ୍କ ଘର ବି ବାଦ୍ ପଡ଼ିନଥିଲା। ଓଲିଙ୍କ ଭକ୍ତପୁରସ୍ଥିତ ଆବାସରେ ନିଆଁ ଲଗାଇବା ପରେ ବିକ୍ଷୋଭକାରୀ ନାଚଗୀତରେ ମସଗୁଲ ହୋଇଥିଲେ। କାଠମାଣ୍ଡୁରେ ଅନିର୍ଦ୍ଦିଷ୍ଟ କାଳ ଯାଏ କର୍ଫ୍ୟୁ ଲାଗୁ ସତ୍ତ୍ୱେ ଆନ୍ଦୋଳନକାରୀଙ୍କ ଆଗରେ ଏ ସବୁ କାଟୁ କରିନଥିଲା ଯେମିତି। ସଂସଦରେ ନିଆଁ ଲଗାଇଦେଇଛନ୍ତି ପ୍ରଦର୍ଶନକାରୀ।  ସେନାଠୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ସଂସଦ ଭବନରେ ପଶିଯାଇଥିଲେ ଆନ୍ଦୋଳନକାରୀ। ମନ୍ତ୍ରୀ, ପୂର୍ବ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଘରକୁ ଟାର୍ଗେଟ କରିଥିଲେ। ପଥରମାଡ଼ ସହ ନିଆଁ ଲଗାଇଥିଲେ। ନେପାଳ କଂଗ୍ରେସ ପାର୍ଟି ଅଫିସକୁ ଜାଳିଦିଆଯାଇଛି। ଓଲିଙ୍କୁ ସେନା ହେଲିକେପ୍ଟରରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼ାଲ ବି ଇସ୍ତଫା ଦେଇଦେଲେ।ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଓବା ଓ ତାଙ୍କ ପତ୍ନୀ ଆରଜୁ ରାଣା ଦେଓବାଙ୍କୁ ଆନ୍ଦୋଳନକାରୀ ଆକ୍ରମଣ କରିଛନ୍ତି। ଉପ-ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଆନ୍ଦୋଳନକାରୀ। ବିଦେଶମନ୍ତ୍ରୀ ଆରଜୁ ରାଣା ବି ଆକ୍ରମଣର ଶୀକାର ହୋଇଛନ୍ତି। ବିକ୍ଷୋଭକାରୀ ଦାବି କରୁଛନ୍ତି ଯେ, ଓଲିଙ୍କ ବିରୁଦ୍ଧରେ ହତ୍ୟାର ମକଦ୍ଦମା ଚାଲୁ। ସ୍ଥିତି ଦେଖି ଡଜନରୁ ଅଧିକ ମନ୍ତ୍ରୀ ହେଲିକେପ୍ଟରରେ ତ୍ରିଭୂବନ ଏୟାରପୋର୍ଟରୁ ଉଡ଼ାଣ ଭରିଛନ୍ତି। ଓଲିଙ୍କ ବଡ଼ ସଂଖ୍ୟାରେ ସମର୍ଥକ ଦେଶ ଛାଡ଼ିଦେଇଛନ୍ତି। ଏହା ଦେଖି ଏୟାରପୋର୍ଟ ରାସ୍ତାରେ ବିକ୍ଷୋଭକାରୀ ନିଆଁ ଲଗାଇଦେଇଥିଲେ। ଏଥିଲାଗି ଏୟାରପୋର୍ଟରେ ଅନେକ ବିମାନ ଅବତରଣ କରିପାରିନଥିଲା। ଏଭଳି ସ୍ଥିତି ଦେଖି ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି ରହିଛି। ୟୁପି,ବିହାର ଓ ପଶ୍ଚିମବଙ୍ଗ ସୀମାରେ ହାଇଆଲର୍ଟ ଜାରି ହୋଇଛି। ଭାରତରୁ ନେପାଳ ଯାଉଥିବା ବିମାନକୁ ଲକ୍ଷ୍ନୌକୁ ଡାଇଭର୍ଟ କରାଯାଇଛି। କାଠମାଣ୍ଡୁ ଏୟାରପୋର୍ଟରେ ସେବାକୁ ରୋକ୍ ଲଗାଇ ଦିଆଯାଇଛି। କାଠମାଣ୍ଡୁ ମେୟର ଥିବା ବାଲେନ ଶାହାଙ୍କୁ ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ। ରାଜନୀତିକ ଉତଥାନ ପତ୍ତନ ଭିତରେ ସାମ୍ୱିଧାନିକ ସଙ୍କଟ ବେଳେ ବାଲେନଙ୍କୁ ନେପାଳର ନେତୃତ୍ୱ ଭାର ଦେବାକୁ ଦାବି ଶାଣିତ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button