ଦେଶ- ବିଦେଶ

ମଣିଷ ମୁହଁ ପରି ଦେଖାଯାଉ ଥିବା ଏହି ଜୀବ ଦୁନିଆର ସବୁଠୁ ବିଷାକ୍ତ ଜୀବ, ଗୋଟେ ସହରକୁ ନଷ୍ଟ କରିପାରେ ଏହାର ଗୋଟେ ବୁନ୍ଦା ବିଷ

ବୈଜ୍ଞାନିକ ମାନେ ସବୁଦିନ ହଜାର ହଜାର ସଂଖ୍ୟାରେ ନୂଆ ଜୀବ ଖୋଜି ବାହାର କରୁଛନ୍ତି । କିଛି ଏମିତି ହିଁ ଅଛି ‘ସ୍ଟୋନ ଫିଶ’ । ପୃଥିବୀ ର ବିଷଧର ଜୀବ ମଧ୍ୟରେ ପ୍ରସିଦ୍ଧ ସ୍ଟୋନ ଫିଶ ପ୍ରାୟତଃ ମକର ରେଖା ର ଆଖପାଖ ସମୁଦ୍ର ମଧ୍ୟରେ ମିଳି ଥାଏ । ଏହି ମାଛ ପଥର ପରି ଦେଖା ଯାଏ । ପୃଥିବୀରେ ମିଳୁ ଥିବା ପ୍ରାୟତଃ ମାଛ ମାନଙ୍କ ମଧ୍ୟରେ ଏହା ପୁରା ଅଲଗା ଅଟେ । ଏହି ମାଛମାନଙ୍କ ଶରୀର ବହୁତ କୋମଳ ଅଟେ ଏବଂ ଏହାର ଦେହ ପଥର ସମାନ ଅଟେ ।

ଏହାର ଉପର ଖାଲ ଟି ପଥର ପରି ଶକ୍ତ ହୋଇଥାଏ । ମାଛରେ ଥିବା ଏହି ପଥର ଖୋଲ ଟି କିଛି କିଛି ମଣିଷ ଚେହେରା ପରି ନଜର ଆସେ ।

ଏହା ଏକ ଏମିତି ମାଛ ଅଟେ ଯାହା କି ସମସ୍ତଙ୍କୁ ଦେଖା ଯାଏ ନହିଁ । ଦେଖା ଯାଉନଥିବା ଯୋଗୁ ଆପଣ ଏହି ମାଛ ଦ୍ଵାରା ଶିକାର ହୋଇ ପାରିବେ । ସବୁ ଠାରୁ ଭୟ କଥା ହେଉଛି ଯେ ଯଦି ଭୁଲରେ ବି ଏହି ମାଛ ଉପରେ କାହାର ଗୋଡ ପଡି ଯାଏ ତେବେ ଭାବିନିଅନ୍ତୁ ତାହାର ଖରାପ ସମୟ ଆସିଗଲା । ଏହା ନିଜ ଉପରେ ପଡୁଥିବା ଓଜନ ହିସାବରେ ବିଷ ବାହାର କରିଥାଏ । ଏହି ବିଷ ଏତେ ଖରାପ ଅଟେ କି, କିଏ ବି ଏହା ଉପରେ ଗୋଡ ରଖିଦିଏ ତେବେ ତାହାର ଗୋଡ କାଟିବାକୁ ପଡିଥାଏ । ଏବଂ ଟିକେ ଭୁଲ ହୋଇଗଲେ ଆପଣଙ୍କ ଜୀବନ ମଧ୍ୟ ଯାଇ ପରେ ।

କୌଣସି ମଣିଷର ଶରୀର ଯଦି ମାଛର ବିଷ ସମ୍ପର୍କ ରେ ଆସିଯିବ ତେବେ ଭାବି ନିଅନ୍ତୁ ଜୀବନ ଶେଷ । ଏହା ପରେ ଆପଣଙ୍କୁ ଭଗବାନ ହିଁ ବଞ୍ଚେଇ ପାରିବେ । ଦୁନିଆ ଅଦ୍ଭୁତ ଜୀବମାନଙ୍କ ଦ୍ଵାରା ଘେରି ରହିଛି । ଗୋଡ ରଖିବାର ମାତ୍ର ୦.୫ ସେକେଣ୍ଡରେ ମାଛଟି ନିଜର ବିଷ ଛାଡି ଥାଏ । ମାନେ କି ଯେତେ ସମୟ ମଧ୍ୟରେ ଆପଣ ନିଜ ଆଖିର ପତା ପକେଇବେ , ସେହି ସମୟ ଭିତରେ ସେ ନିଜର ବିଷ ଛାଡି ଦିଏ ।

ଏହି ମାଛର ବିସ ଏତେ ଖରାପ କି ଏହାର ଗୋଟିଏ ବୁନ୍ଦା ଯଦି କୌଣସି ସହରର ପାଣିରେ ପଡିଯିବ ତେବେ ସହରର ସମସ୍ତ ଲୋକମାନଙ୍କ ଜୀବନ ସଙ୍କଟରେ ପଡିଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button