ମନୋରଞ୍ଜନ

ଏବେ ଏବେ ଆସିଲା ବଡ ଖବର, ଏହି ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀଙ୍କର ହୋଇଛି ଦେହାନ୍ତ- ସାରା ବଲୀଉଡ ରେ ଏବେ ଶୋକର ଛାୟା

ନମସ୍କାର ବନ୍ଧୁଗଣ, ଏବେ ଏବେ ବଲୀଉଡଜଗତରୁ ଆସିଛି ଏକ ଦୁଖଡ ଖବର । ଭେଟେରାନ ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ହୋଇଛି ପରଲୋକ । ସେ ବର୍ତ୍ତମାନ ୭୧ ବର୍ଷର ହୋଇଥିଲେ ଓ କିଛି ଦିନ ହେବ ତାଙ୍କ ଶରୀର ଅସୁସ୍ଥ ଥିବାରୁ  ମୁମ୍ବାଇର ସିଟି କେୟାର ହସ୍ପିଟାଲରେ ତାଙ୍କର ଚିକତ୍ସା ଚାଲିଥିଳୀ । ତାଙ୍କର ହୃଦ୍ରୋଗ ଥିଲା ଓ ନିଶ୍ଵାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା ସେଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ବର୍ତ୍ତମାନ ମଧ୍ୟ ସେ ଏକ ସିରିୟଲ ରେ ନଜର ଆସୁଥିଲେ । ଯାହା ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଛି ‘କୁଲଫି କୁମାର ବାଜେଓ୍ବାଲା’ ଏଥିରେ ସେ ଜେଜେ ମା’ ର ଅଭିନୟ କରିଥିଲେ ।

ତେବେ ତାଙ୍କର ଜନ୍ମ ମୁମ୍ବାଇରେ ୧୯୪୭ ମସିହା ନଭେମ୍ବର ୧୫ତାରିଖରେ ହୋଇଥିଲା । ସେ ନିଜର କ୍ଯାରିୟର ମାତ୍ର ୧୮ବର୍ଷ ବୟସରେ ଆରମ୍ଭ କରିଥିଲେ । ସେ ବହୁତ ଫିଲ୍ମରେ କାମ ମଧ୍ୟ କରିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ହେଉଛି  ରଜନୀଗନ୍ଧା, ହଓ୍ବସ, ଛୋଟି ସି ବାତ୍, ମେରା ଜୀବନ, ଇନକାର, ଜୀବନ ମୁକ୍ତ, କିତାବ, ପତି ପତ୍ନୀ ଔର ଓ୍ବ, ତୁହ୍ମାରେ ଲିୟେ, ସବୁତ ଆଦି ଅନେକ ଫିଲ୍ମ ଅଛି ।

ତାଙ୍କର ଗୀତ ‘ଥଣ୍ଡେ ଥଣ୍ଡେ ପାନି ସେ ନାହାନା ଚହିୟେ’ ବେସ୍ ଚର୍ଚ୍ଚିତ ଥିଲା ।କେବଳ ଫିଲ୍ମ ନୁହେଁ ସେ ବହୁତ ସାରା ଟିଭି ସେରିୟଲ ମଧ୍ୟ କରିଛନ୍ତି ଏବଂ ଯାହା ବହୁତ ଫେମସ ମଧ୍ୟ ଅଟେ, ସେ ଗୁଡିକ ହେଲା କାବ୍ୟାଞ୍ଜଳି, ଜାରା, ନିମ୍ ନିମ୍ ସହଦ ସହଦ, କୁବୁଲ ହୈ, ଇସ୍କ କା ରଙ୍ଗ୍ ସଫେଦ ଏବଂ ଚନ୍ଦ୍ର ନନ୍ଦିନୀ ରେ ଅଭିନୟ କରିଛନ୍ତି ।

ତେବେ ତାଙ୍କ ପରିବାର କହିବାକୁ ଗଲେ କେହି ନାହିନ ସେ ଦୁଇ ଦୁଇଟି ବିବାହ କରିଥିଲେ ସତ କିନ୍ତୁ ଜଣେ ତାଙ୍କୁ ଅଧବାଟରେ ଛାଡି ଆରପାରି ଚାଲି ଗଲେ ଓ ଅନ୍ୟ ଜଣେ ତାଙ୍କ ଉପରେ ଅତ୍ୟାଚାର କରିବାରୁ ସେ ତାଙ୍କୁ ଛାଡି ଏକା ରହୁଥିଲେ । ସେ ଗୋଟେ ପୋଷ୍ୟ କନ୍ୟା ସନ୍ତାନ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button