ପାପୀ ଆତ୍ମାକୁ ନର୍କ ରେ କେଉଁ ଭୟଙ୍କର ଦଣ୍ଡ ମିଳିଥାଏ ? Garuda Purana

ବନ୍ଧୁଗଣ ମଣିଷ ଯେବେ ନର୍କ ନାଁ ଶୁଣିଥାଏ ତେବେ ମନରେ ନେଗେଟିଭ ଚିନ୍ତାଧାରା ଆସିବାକୁ ଲାଗିଥାଏ । କିନ୍ତୁ ବୈଜ୍ଞାନିକ ଙ୍କ ମତ ଅନୁଯାୟୀ ପ୍ରାକୃତିକ ଶକ୍ତି ବିଷୟରେ ଭାବିବା ଦ୍ଵାରା ଆମ ସମାଜ ରେ କ୍ରାଇମ କମ ହେବା ସହ ଆର୍ଥିକ ବୃଦ୍ଧି ଦେଖା ଯିବାର ସମ୍ଭାବନା ଥାଏ । ହିନ୍ଦୁ ଧାର୍ମିକ ପୁରାଣ ଅନୁଯାୟୀ ନର୍କ ଏମିତି ସ୍ଥାନ ଯେଉଁଠି ପାପ କରିଥିବା ମଣିଷକୁ ଦଣ୍ଡ ଭୋଗିବାକୁ ଯିବାକୁ ପଡେ ।
ଦଣ୍ଡ ଭୋଗିବା ପରେ ପାପୀଙ୍କର ଅନ୍ୟ ଯୋନି ରେ ଜନ୍ମ ହୋଇଥାଏ । ପାପୀ ଆତ୍ମା ବଞ୍ଚିଥିବା ଅବସ୍ଥାରେ ନର୍କ ଦଣ୍ଡ ପାଇବା ସହ ମୃତ୍ୟୁ ପରେ ଅଲଗା ଅଲଗା ଯୋନିରେ ଭୟଙ୍କର ଦଣ୍ଡ ପାଇଥାଏ । ଆଜି ଆମେ ଆପଣଙ୍କୁ ପାପୀ ଆତ୍ମାଙ୍କୁ ନର୍କରେ କେଉଁ ଭୟଙ୍କର ଦଣ୍ଡ ମିଳିଥାଏ ।
୧- ଯେଉଁ ବ୍ୟକ୍ତି ନିଜ ପରିବାର ର କେୟାର ନେଇଥାଏ କିନ୍ତୁ ଅନ୍ୟ ଜୀବ ଙ୍କୁ ହାନି ପହଞ୍ଚାଇ ଥାଏ ଓ ସର୍ବଦା ଅନ୍ୟ ପ୍ରତି ଈର୍ଷା ଭାବ ରଖିଥାଏ । ଯେଉଁ ମାନେ ଅନ୍ୟକୁ ଧୋକା ଦେଇଥାନ୍ତି ସେମାନେ ନର୍କରେ ଭୟାନକ ଦଣ୍ଡ ଭୋଗ କରିଥାନ୍ତି ।
୨- ଯେଉଁ ମାନେ ଜୀବ ହତ୍ୟା କରିଥାନ୍ତି ସେମାନଙ୍କୁ ମୃତ୍ୟୁ ପରେ ଗରମ ତେଲରେ ପକାଯାଇ ନର୍କ ଯନ୍ତ୍ରଣା ଦିଆଯାଏ । ଯେଉଁ ସନ୍ତାନ ମାତା ପିତାଙ୍କ ଯତ୍ନ ନିଏ ନାହିଁ, ବ୍ରମ୍ହଚାରୀଙ୍କର କୌଣସି ସ୍ତ୍ରୀ ପ୍ରତି ଆସକ୍ତି ଭାବ ନ ଥିବ ସେମାନେ ଏହି ଦଣ୍ଡ ଭୋଗିଥାନ୍ତି ।
୩- ନିଜର କର୍ତ୍ତବ୍ୟ ରୁ ଓହୁରୁଥିବା ପାପୀ ମାନେ ନର୍କ ରେ ନିର୍ମମ ଯନ୍ତ୍ରଣା ପାଇଥାନ୍ତି । ଏଭଳି ପାପୀ ଙ୍କୁ ନର୍କ ରେ ଛୁରୀ ଦ୍ଵାରା ନିଆଁ ପାଖରେ ରଖାଯାଇ ଦଣ୍ଡ ଦିଆଯାଏ । ଯେ ପର୍ଯ୍ଯନ୍ତ ତାର ଦଣ୍ଡ ନ ସରିଥାଏ ।
୪- ଭବଗତ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅତିଥି, ଗୁରୁଜନ, ଛୋଟ ପିଲା ବା ଦେବତା ଙ୍କୁ ସମ୍ମାନ କରେ ନାହିଁ କି ପୂଜା କରେ ନାହିଁ ଏବଂ ସ୍ଵାର୍ଥୀ ହୋଇ ଏକା ଭୋଜନ କରିଥାଏ ସେମାନଙ୍କୁ ନର୍କ ରେ ଦଣ୍ଡିତ କରାଯାଏ । ନର୍କ ରେ ଏଭଳି ପାପୀ ଙ୍କୁ ବିଛା ଭଳି ଜନ୍ତୁ ଙ୍କ ଠାରେ ଛାଡି ଦିଆଯାଏ ଆଉ ଯନ୍ତ୍ରଣା ଦିଆଯାଏ ।
୫- ଯେଉଁ ବ୍ୟକ୍ତି ଅନ୍ୟ ସ୍ତ୍ରୀ ସହ ସଂଭୋଗ କରିଥାଏ ବା ଖରାପ ସମ୍ପର୍କ ରଖିଥାନ୍ତି ସେମାନଙ୍କୁ ନର୍କ ରେ କଠୋର ଦଣ୍ଡ ମିଳିଥାଏ । ଏମାନଙ୍କୁ ଯମ ଦେବତା ଏମିତି ଦଣ୍ଡ ଦେଇଥାନ୍ତି ଯାହା ସେମାନଙ୍କ ପାଇଁ ସହ୍ୟ କରିବା କଷ୍ଟକର ହୋଇଥାଏ । ତେବେ ଏଭଳି ଭାବେ ପାପୀ ମାନଙ୍କୁ ଏମିତି ଦଣ୍ଡ ମିଳିଥାଏ ନର୍କ ପୁର ରେ । ଯାହାକୁ ଜାଣିବା ମନୁଷ୍ୟ ମାନଙ୍କ ପକ୍ଷେ ନିହାତି ଜରୁରୀ ଅଟେ ।