ଜ୍ୟୋତିଷ

କଳିଯୁଗର 5ଟି ଶୁଭ ରାଶି, 2023 ରୁ 2025 ପର୍ଯ୍ୟନ୍ତ ଏମାନଙ୍କର ଭାଗ୍ୟ ଚମକିବ, ହେବ ଧନର ବର୍ଷା

ଆମର ଧର୍ମ ଗ୍ରନ୍ଥରେ ଗ୍ରହ ନକ୍ଷତ୍ର ଏବଂ ରାଶି ମାନଙ୍କର ବହୁତ ମହତ୍ଵ ଦିଆ ଯାଇଥାଏ । ଏହା ସହ କୌଣସି ନବ ଗ୍ରହର ବା କୌଣସି ଗ୍ରହରେ ଛୋଟ ବା ବଡ ପରିବର୍ତ୍ତନ ଘଟିଥାଏ ତାହାର ସିଧା ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ । କିନ୍ତୁ ଗ୍ରହରେ ବନୁଥିବା ଏହି ପରିବର୍ତ୍ତନ କିଛି ରାଶିଙ୍କ ଉପରେ ଭଲ ପ୍ରଭାବ ପଡିଥାଏ ତ ଆଉ କିଛି ରାଶିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ବଢୁଥିବା ଜୀବନରେ ଲୋକଙ୍କ ଜୀବନରେ ଚେଞ୍ଜେସ ଆସିଥାଏ । କାରଣ ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ । ଆଜି ଆମେ ଆପଣଙ୍କୁ କହିବୁ କଳିଯୁଗର 5ଟି ଶୁଭ ରାଶି ବିଷୟରେ ।

ମେଷ ରାଶି : ମନରେ ସାକାରାତ୍ମକତା ବଢିବ । ଏହା ଫଳରେ କୌଣସି ବଡ ଧରଣର ଲାଭ ମିଳିପାରେ । କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ବହୁତ ଦିନ ଧରି କରି ଆସୁଥିବା କାର୍ଯ୍ୟ ର ଉଚିତ ଫଳ ଏବେ ମିଳିବ । ବିଜନେସରେ ବଡ ଧରଣର ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ଅନୁଭବ ଓ ବୁଦ୍ଧିମାନ କାରଣରୁ ଲୋକ ମାନେ ଆପଣଙ୍କୁ ଆଦର୍ଶ ମାନି ପାରନ୍ତି । ଆପଣଙ୍କ ଠାରୁ ରାୟ ବି ଲୋଡି ପାରନ୍ତି ।

ବୃଷ ରାଶି ; ଆପଣଙ୍କର ଧନ ଜନିତ ସମସ୍ଯା ଯାହା ବି ଥିଲା ତାହା ଶେଷ ହେବାର ଯୋଗ ଅଛି । ଆପଣଙ୍କୁ ପ୍ରତିସ୍ଥିତି ବ୍ୟକ୍ତିଙ୍କ ଠାରୁ ରାୟ ମିଳିପାରେ । କିମ୍ବା କୌଣସି ସହଯୋଗ ପ୍ରାପ୍ତ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ । ଜୀବନ ସାଥିଙ୍କ ସହଯୋଗ ମିଳିପାରେ । ମାନ ସମ୍ମାନରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ରହିବ ।

ସିଂହ ରାଶି : ପ୍ରଭୁ ଜଗନ୍ନାଥ ଙ୍କ କୃପା ଆପଣଙ୍କ ଉପରେ ରହିବ ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ । ଆପଣଙ୍କର ସବୁ ଖରାପ ସମୟ ଦୂର ହେବ । ତୀବ୍ର ଗତିରେ ସଫଳତା ହାସଲ କରିବେ । ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ । ମନ ପ୍ରସନ୍ନ ହେବ । ସଫଳତାର ନୂଆ ଅବସର ମିଳିବ । ଅଚାନକ ଧନ ଲାଭ ହୋଇପାରେ ।

ତୁଳା ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଧନର ବର୍ଷା କରିବେ । ଆପଣଙ୍କ ଜୀବନରେ କେତେ ସବୁ ପରିବର୍ତ୍ତନ ହେବ । ବ୍ୟାପାରରେ ଲାଭବାନ ହେବ । ସଫଳତା ପାଇବାକୁ ପରିବାର ଓ ବନ୍ଧୁଙ୍କ ସହଯୋଗ ନେବେ । ଆର୍ଥିକ କଷ୍ଟ ଦୂର ହେବ । କୌଣସି ବିଶେଷଜ୍ଞ ବ୍ୟକ୍ତିଙ୍କ ସହ ମନର କଥାକୁ ସେୟାର କରିବେ ।

କୁମ୍ଭ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ । ଘର ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ଆପଣଙ୍କର ମାନ ସମାନ ଓ ଖ୍ଯାତି ରେ ବୃଦ୍ଧି ଘଟିବ । ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଗୃହକୁ ଧନର ଆଗମନ ହୋଇପାରେ । ଧନ ଜନିତ ଅଭାବ ରହିବ ନାହିଁ । ଆପଣଙ୍କର ଅଧିକାଂଶ ଅସମସ୍ୟା ଅତି ସହଜରେ ସମଧାନ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button