ଜ୍ୟୋତିଷ

ଆଉ ନାହିଁ ସମୟ ଆସିଗଲା ଶେଷ ସମୟ ସମସ୍ତେ କହିବେ ହେ ପ୍ରଭୁ ରକ୍ଷା କର କିନ୍ତୁ ହେବ କଳିଯୁଗର ଅନ୍ତ

ନମସ୍କାର ବନ୍ଧୁ ଗଣ।। ଆଜି ୨୦୨୨ ରୁ ୨୦୨୪ ଯାଏ କଣ ଘଟିବାକୁ ଯାଉଛି ଅର୍ଥାତ କଣ ଲେଖା ଯାଇଅଛି ମାଳିକା ରେ ଭବିଷ୍ୟତ ମହାପ୍ରଭୁ ଅଚ୍ୟୁତାନନ୍ଦ ଦାସ କଣ ଲେଖିଛନ୍ତି ଆଲୋଚନା କରିବା। ମାଳିକା କଥା ସତ ହେବାରେ ଲାଗିଛି। ମାଳିକା ରେ ବର୍ତ୍ତମାନ ଚାଲିଛି ୫୨ନମ୍ବର କଳିଯୁଗ।
ମାଳିକା ର ଆଉ ଗୁପ୍ତ ରହସ୍ୟ ସାମ୍ନା କୁ ଆସିପାରି ନାହିଁ। ତାର କାରଣ ହେଉଛି ଅନେକ ପୋଥି ନଷ୍ଟ ହୋଇଯାଇଛି ଆଉ ଯେଉଁ ଭକ୍ତ ମାନଙ୍କ ପାଖରେ କିଛି ପୋଥି ଅଛି ସେମାନଙ୍କୁ ନିର୍ଦ୍ଦେଶ ନାହିଁ ପୋଥି ରେ ଲେଖା ଯାଇଥିବା କଥା କୁ ଲୋକୋ ଲୋଚନ କୁ ଆଣିବା।
ତେବେ ଭବିଷ୍ୟତ ରେ କଳିକି ଅବତାର ସାତ ରାତି ଅନ୍ଧାର ୩ୟ ବିଶ୍ଵ ଯୁଦ୍ଧ ଭଳି ବହୁ ଘଟଣା ବିଷୟ ରେ ଉଲ୍ଲେଖ ଅଛି। ବର୍ତ୍ତମାନ ମାଳିକା ବିଷୟ ରେ ନୂଆ ତଥ୍ୟ ସାମ୍ନା କୁ ଆସିଛି। ମାଳିକା ରେ ଲେଖା ଯାଇଥିବା କଥା ୨୦୧୯ ରୁ ଦେଶ ଉପରେ ବିପଦ ମାଡ଼ି ଆସିବା କଥା ସତ ହେଲା।
ମାଳିକା ରେ ଉଲ୍ଲେଖ ଥିଲା ଅଜଣା ବ୍ୟାଧି ଆସିବ ଲୋକେ ମୁଁହ ରେ ତୁଣ୍ଡି ଦେବେ ।ବାପ ଶବ କୁ ପୁଅ ଛୁଇଁବନି । ବାପ ପୂର୍ବ ରୁ ପୁଅ ର ମୃତ୍ୟୁ ହେବ । ବହୁ ଲୋକ ମରିଯିବେ ଆଉ ଏହା ଦୁଇ ବର୍ଷ ପାଇଁ ଲାଗିରହିଥିଲା। ଆଉ ଏହା ପରେ ମାଳିକା କହିଛି ଜୁନ ମାସ ରେ ଆସୁଛି ଚତୁର୍ଥ ଲହର।
ତେବେ ବନ୍ଧୁଗଣ ଦେଖା ଯାଉ ଆଗକୁ କଣ ହେବ। ଆପଣଙ୍କ ମତ କମେଣ୍ଟ ରେ ନିଶ୍ଚିତ ଜଣାନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button