ଜ୍ୟୋତିଷ

କାହିଁକି ଶିବଙ୍କୁ ନିନ୍ଦା କରିଥିଲେ ମା ଲକ୍ଷ୍ମୀ ଜାଣିଛନ୍ତି କି ଏହି ଗୁପ୍ତ କଥା ? ଜାଣନ୍ତୁ ଏହି ପୌରାଣିକ କଥା କାହିଁକି ହୋଇଥିଲା ଏମିତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ମହାଲକ୍ଷ୍ମୀ କଣ ପାଇଁ ପ୍ରଭୁ ମହାଦେବ ଙ୍କୁ ନିନ୍ଦା କରିଥିଲେ। ଏକଦା ସ୍ବର୍ଗ ପୁରରେ ଏକ ସଭା ବସି ଥାଏ ଏହି ସଭା ମଧ୍ୟକୁ ସମସ୍ତେ ଆସିଥାନ୍ତି ମାତ୍ର ମହାଦେବ ଶିବ ଆସିନଥାନ୍ତି। କିନ୍ତୁ ପାର୍ବତୀ ଆସି ବସି ଥାନ୍ତି । ଏହି ସମୟରେ ସେଠାକୁ ମହା ଲକ୍ଷ୍ମୀ ଓ ବିଷ୍ଣୁ ଆସି ପହଁଚିଲେ। ମହାଲକ୍ଷ୍ମୀ ଦେଖିଲେ ଯେ ପାର୍ବତୀ ଏକା ବସିଥାଆନ୍ତି ଏବଂ ମହାଦେବ ସେଠାକୁ ଆସି ନାହାନ୍ତି।

ଏହି ସମୟରେ ମହା ଲକ୍ଷ୍ମୀ ଙ୍କୁ ପାର୍ବତୀ ଙ୍କୁ କହିବା ପାଇଁ ଏକ ମୌକା ମିଳିଗଲା। ମହାଲକ୍ଷ୍ମୀ ପାର୍ବତୀ ଙ୍କ ପାଖକୁ ଯାଇ ଅଟହସ୍ୟ କରି କହିଲେ ଯେ ତମର ସେ ସାପ ଗୁଡ଼ା ସ୍ଵାମୀ କାହିଁ ଆସିନାହାନ୍ତି। ଏହି ସମୟରେ ପାର୍ବତୀ ଙ୍କୁ କଥାଟି ବାଧିଲା ଓ ସେ ତାର ପ୍ରତିଉତ୍ତର ରେ କହିଲେ ଯେ ମୋ ସ୍ୱାମୀ ତ ସାପ ଗୁଡ଼ାଇ ହୋଇଛନ୍ତି ହେଲେ ତୁମ ସ୍ଵାମୀ ତ ସାପ ଉପରେ ସୋଇଛନ୍ତି। ତା ତୁଳନାରେ ମୋ ସ୍ୱାମୀ ବହୁତ୍ ଭଲ ହେଲେ ଲକ୍ଷ୍ମୀ କହିଲେ ଥାଉ ଆଉ କୁହନି ତମ ସ୍ଵାମୀ ଭଲ ବୋଲି। ପାର୍ବତୀ ପଚାରିଲେ କାହିଁକି।
ଏହାର ପ୍ରତିଉତ୍ତର ଦେଇ ଲକ୍ଷ୍ମୀ କହିଲେ ଦିନେ ମା ଲକ୍ଷ୍ମୀ ଏବଂ ବିଷ୍ଣୁ ମହାଦେବ ଙ୍କୁ ଦେଖା କରିବା ପାଇଁ କୈଳାସ ବାହାରିଲେ ଓ କଳେ ମହାଦେବ ବସ୍ତ୍ର ନପିନ୍ଧି ଲଙ୍ଗଳା ହୋଇଥିବେ ସେଥି ପାଇଁ ବିଷ୍ଣୁ ଆଗରୁ ପଞ୍ଚନାଦ ଶଙ୍ଖ ଫୁଙ୍କି ଶିବଙ୍କୁ ସତର୍କ କରାଇ ଦେଲେ ଓ ଏହା ଶୁଣି ମହାଦେବ ଜାଣି ପାରିଲେ ଯେ ବିଷ୍ଣୁ ଏବଂ ଲକ୍ଷ୍ମୀ ତାଙ୍କୁ ଦେଖା କରିବା ପାଇଁ ଆସୁଛନ୍ତି। ଏହା ପାରେ ସେ ଏକ ବାଘ ଛାଲ ପିନ୍ଧି କାଳେ ତାହା ଖସି ଯିବ ବୋଲି ଏକ ସାପରେ ଗଣ୍ଠି ପାକାଇ ଦେଲେ। ଏହା ପରେ ବିଷ୍ଣୁ ଦୁଆର ମୁହଁରେ ରେ ମଧ୍ୟ ଶଙ୍ଖ ଟିକୁ ଫୁଙ୍କିଲେ କାରଣ ଶିବ ଆସି ତାଙ୍କୁ ପାଛୋଟି ନେବେ ବୋଲି।
ସେ ଦୁହେଁ ତ ଗରୁଡ଼ ଉପରେ ଯାଇଥାନ୍ତି ଶିବ ଆସିବା ସମୟରେ ଗରୁଡ଼ କୁ ଦେଖି ସେହି ସାପଟି ଫଁ ଫଁ ହେଲା ଏହା ପରେ ଗରୁଡ଼ କୁ ଡରି ସାପଟି ଖସି ପଳାଇଲା । ଫଳରେ ଶିବ ପିନ୍ଧିଥିବା ବସ୍ତ୍ର ଟି ଖସି ପଡ଼ିଲା। ଏହା ଦେଖି ସେ ସମୟରେ ଲକ୍ଷ୍ମୀ ମୁହଁ ତଳକୁ କରିଦେଲେ। ଏହି ସବୁ କଥା ଲକ୍ଷ୍ମୀ ପାର୍ବତୀ ଙ୍କୁ କହିଲା ପରେ ପ୍ରଶ୍ନ କଲେ ଯେ ଏବେ କୁହ ତୁମର ସେହି ଭିକ୍ଷା ବୃତ୍ତି କରୁଥିବା ସ୍ୱାମୀ ଙ୍କ ବିଷୟରେ ଏହି ଭିକ୍ଷା ବୃତ୍ତି କଥା ଶୁଣି ପାର୍ବତୀ ଙ୍କୁ ଘୋର ଅପମାନ ଲାଗିଲା ସେ ମଧ୍ୟ କହିଲେ ଲକ୍ଷ୍ମୀ ଙ୍କୁ ତୁମ ସ୍ଵାମୀ ମଧ୍ୟ ବାଳୀ ଙ୍କ ଦୁଆରେ ଭିକ୍ଷା ବୃତ୍ତି କରୁଥିଲେ ଏହା ଶୁଣି ଲକ୍ଷ୍ମୀ ଙ୍କ ମୁଁହ ମଧ୍ୟ ତଳକୁ ହେଇଗଲା।
ତତ୍ପରେ ପାର୍ବତୀ ନିଜ ମନରେ ସ୍ଥିର କରିଥିଲେ ଯେ ପ୍ରଥମେ ସେ ଯାଇ ମହାଦେବ ଙ୍କୁ ଭିକ୍ଷା ବୃତ୍ତି କରିବାକୁ ମାନା କରିବେ। ଏହା ପରେ ସେ ଶିବଙ୍କୁ ରାଗିକି ଲକ୍ଷ୍ମୀ ଦେଇଥିବା ସବୁ ଅପମାନ ବିଷୟରେ କହିଲେ ଓ କହିଲେ ଆଜି ଠାରୁ ତୁମେ ଆଉ ଭିକ୍ଷା ବୃତ୍ତି କରିବ ନାହିଁ। ଶିବ କହିଲେ ତେବେ ଆମେ ଚାଲିବା କିପରି ପାର୍ବତୀ କହିଲେ ଆମେ ଚାଷ କରିବା ଓ ଚାଷ ପାଇଁ ବ୍ୟବହୃତ ସମସ୍ତ ଜିନିଷ ସେ କାହାଠାରୁ ଆଣିବେ ତାହା ମଧ୍ୟ ସ୍ଥିର କରିଦେଲେ । କିନ୍ତୁ ଶେଷ ରେ ମହାଦେବ କହିଲେ ଯେ ତୁମେ ଯେଉଁ ଚାଷ କଥା କହୁଚ ସେ ସବୁ ଖରା ବର୍ଷା ରେ ନଷ୍ଟ ହୋଇ ଯିବ ମାତ୍ର ମୁଁ ଯେଉଁ ଚାଷ କରିଛି ଭଗବାନ ଙ୍କ ଚରଣରେ ଭକ୍ତି ରୂପକ ତାହା କେବେ ହେଲେ ମଧ୍ୟ ନଷ୍ଟ ହେବ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button