ଜ୍ୟୋତିଷ

ସାମ୍ନାକୁ ଆସିଲେ Malika ସ୍ୱାମୀଜୀ ଖୋଲିଲେ ସବୁ ରହସ୍ୟ ଜଗିକି ଅଛନ୍ତି ଅନନ୍ତ ପ୍ରବେଶ ନିଷେଧ ଦେଖନ୍ତୁ କଣ କହୁଛନ୍ତି ଭବିଷ୍ୟତ ବାଣୀ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାଳିକା ଆମର ଭବିଷ୍ୟତ ରେ ଘଟିବାରୁ ଯାଉଥିବା ଘଟଣା କୁ ନେଇ ବିଶେଷ ଟିପ୍ପଣୀ ଦେଇଥାଏ। ଯାହାକି କାଳ କ୍ରମେ ସତ୍ୟ ପ୍ରତୀତ ହୋଇ ଚାଲିଛି ସେଥି ପାଇଁ ତ ଲୋକେ ମାଳିକା ଉପରେ ବିଶ୍ବାସ କରିବାକୁ ଲାଗିଲେଣି। ଏହା କେବଳ ଆମ ରାଜ୍ୟ ମଧ୍ୟରେ ସୀମିତ ନାହିଁ ଆମ ଦେଶରେ ମଧ୍ୟ ମାଳିକା ଏହି ମହାନ ଗ୍ରନ୍ଥ ର ପ୍ରଚାର ଓ ପ୍ରସାର ହେବାକୁ ଲାଗିଲାଣି।

ଆଜି ଆମେ ମାଳିକା ସମ୍ପର୍କେ ରେ କିଛି ନୂତନ ତଥ୍ୟ ଜାଣିବା ଯାହା କି କହିଛନ୍ତି ଯାଜପୁର ଜିଲ୍ଲା ଅନ୍ତର୍ଗତ ଉଦାଶ ଆଶ୍ରମ ର ମହନ୍ତ ସ୍ଵାମୀ ଯୋଗେଶ୍ୱର ନନ୍ଦ ମହାରାଜ୍ ଙ୍କ ଠାରୁ। ଏହି ଉଦାସ ଧର୍ମ ର ମୂଖ୍ୟ ଲକ୍ଷ୍ୟ ସନାତନ ଧର୍ମ ର ପ୍ରଚାର ଓ ପ୍ରସାର କରିବା। ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ଓ ଜନମାନସ ରେ ଆଧ୍ୟାତ୍ମିକ ଚେତନା ର ବାତାବରଣ କରିବା।
ସେ କହିଛନ୍ତି ବିଶ୍ଵ ଏବେ ଯେଉଁ ସଙ୍କଟ ରେ ଅଛି ସଙ୍କଟ ରୁ ସୁରକ୍ଷା ପାଇଁ ଯଜ୍ଞର ଏକାନ୍ତ ଆବଶ୍ୟକ ଅଛି। ଏହା ଦ୍ଵାରା ଆମର ସତ୍ୱିକ ଚେତନା ର ବିକାଶ ମଧ୍ୟ ଘଟିବ। ସନାତନ ଧର୍ମ ର ମୂଖ୍ୟ ଲକ୍ଷ୍ୟ ହେଉଛି ନିର୍ଗୁଣ ନିରାକାର ଙ୍କର ତତ୍ତ୍ଵ। ମାଳିକା ର ଆଦିସଂହିତ ଗ୍ରନ୍ଥ ଏହି ଆଶ୍ରମ ସମ୍ୱନ୍ଧ ରେ ପ୍ରମାଣ ଦିଏ। ମାଳିକା କୁହେ ଛତିଆ ଓ ଦର୍ପଣ ର ମଝି ସ୍ଥାନରେ ପ୍ରଭୁ ଜନ୍ମ ନେବେ।ଓ। ସ୍ଥାନ ଟି ହେଉଛି ବଡ଼ଚଣା ଅନ୍ତର୍ଗତ ଗୁଣ୍ଠୁରୀ ଗ୍ରାମ।
ଏହି କଳି ଯୁଗରେ ପ୍ରଭୁ ୧୨ ଥର ଅଂଶ ଅବତାର ଭାବେ ଜନ୍ମ ନେବେ ଓ ତେର ଥର ବେଳକୁ ପୂର୍ଣ୍ଣ ଅବତାର ରେ ଅସିବେ। ଦର୍ପଣ ପାହାଡ଼ ପୃଥିବୀର ଶ୍ରେଷ୍ଠ ପାହାଡ଼ ବୋଲି କୁହାଯିବ କାରଣ ହାଡ଼ି ଦାଶ ସେଠାରେ ସିଦ୍ଧି ଲଭ କରିଥିଲେ। ଏବଂ ଭଗଵାନ ଙ୍କ ସେହି ମହାମନ୍ତ୍ର କୁ ଜାଣିଲେ ସହସ୍ର ପାପ ନଷ୍ଟ ହୋଇ ଯାଇ ଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button