ଦେଶ- ବିଦେଶ

କାହିଁକି ହେଲା ଭାରତରେ ସବୁ ଦେବା ଦେବୀଙ୍କ ଜନ୍ମ ଜାଣନ୍ତୁ କଣ ରହିଛି ମୂଳ କାରଣ କାହିଁକି ସମସ୍ତ ( ଶକ୍ତି ) ଭାରତରେ Lord’s Power

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଦେଶ ଭାରତରେ ଅନେକ ଦେବା ଦେବି ମାନେ ପୂଜା ପାଇଥାନ୍ତି। ଏଠାରେ ମଧ୍ୟ ଅନେକ ଧର୍ମ ର ଲୋକ ମାନେ ବସବାସ କରିଥାଆନ୍ତି। ଭାରତ ହେଉଛି ଏକ ମନ୍ଦିର ମାଳିନୀ ଦେଶ ଏଠାରେ ଅନେକ ଦେବା ଦେବୀ ମାନଙ୍କର ମଧ୍ଯ ମନ୍ଦିର ଅଛି ଯାହା ସମ୍ବନ୍ଧରେ ଆମେ ମାନେ ଏବେ ମଧ୍ୟ ଅଜ୍ଞାତ ଅଛୁ। ଭାରତ ପୂର୍ବରୁ ଏକ ବିଶାଳ କାୟ ରାଷ୍ଟ୍ର ଥିଲା।

ଏହି ଭାରତରେ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ଥାନ, ନେପାଳ, ବାଂଲାଦେଶ, ଚିନ, ଇରାନ ଓ ଇରାକ ଭଳି ଅନ୍ୟ ଦେଶ ମାନଙ୍କର କିଛି କିଛି ଅଂଶ ମଧ୍ୟ ଥିଲା। ଏହି ଅଖଣ୍ଡ ଭାରତ ଅର୍ଯ୍ୟବ୍ରତ ନାମରେ ମଧ୍ୟ ପ୍ରସିଦ୍ଧ ଥିଲା। କେହି କେହି ଅର୍ଯ୍ୟବତ୍ର ରୁ ନାମ ପରିବର୍ତ୍ତନ ହୋଇ ଭାରତ ହେବାକୁ ଭିନ୍ନ ଭିନ୍ନ ମତ ଦେଇଥାନ୍ତି କିଏ କୁହନ୍ତି ଦଶରଥ ଓ କୈକେୟୀ ଙ୍କ ପୁତ୍ର ନାମରେ ଆମ ଦେଶର ନାମ ଭାରତ ହୋଇଛି ତ ଆଉ କେହି କୁହନ୍ତି

ପରୀକ୍ଷିତ ଙ୍କ ଝିଅ ଙ୍କ ଏକ ପୁତ୍ର ଥିଲା ଯାହାକୁ ନିଜେ ରାଜା ପରୀକ୍ଷିତ ରଖିଥିଲେ ତାଙ୍କ ନାମ ଅଗ୍ନେୟ ଥିଲା ତାଙ୍କ ପୁତ୍ର ହେଲେ ରିଶବ ସେହି ରିସବ ଙ୍କ ପୁତ୍ରଙ୍କ ନାମ ହେଲା ଭରତ ଓ ତାଙ୍କ ନାମରେ ହିଁ ଆମ ଦେଶର ନାମ ଭାରତ ରଖାଯାଇ ଅଛି। ଏହା ନୁହେଁ କି ଯେ କେବଳ ହିନ୍ଦୁ ମନ୍ଦିର ଭାରତରେ ଦେଖିବାକୁ ମିଳିଥାଏ ହିନ୍ଦୁ ମନ୍ଦିର ମାନ ମଧ୍ଯ ଅଛି। ଥାଇଲାଣ୍ଡ ର ରଜ ପରିବାର ରେ ହିନ୍ଦୁ ରୀତି ନୀତି ଅନୁସାରେ ପୁଜା ପାଠ କରାଯାଇ ଥାଏ। ତାଙ୍କ ରାଜାଙ୍କୁ ସେମାନେ ସ୍ଵୟଂ ବିଷ୍ଣୁ ଙ୍କ ସ୍ୱରୂପ ମାନି ଥାଆନ୍ତି।

ଇଣ୍ଡୋନେସିଆ ର ଜାଭା ରେ ପ୍ରମ୍ଭାନନ୍ ମନ୍ଦିର ଯାହାକି ସେଠାକାର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ଏଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ପୂଜା ପାଇଥାନ୍ତି। ବାଳୀ ଠାରେ ସରସ୍ଵତୀ ମନ୍ଦିର ଓ ଜାଭାରେ ସିଂହସ୍ୱରି ସିଂହ ମନ୍ଦିର ମଧ୍ୟ ଅଛି। ମେକ୍ସିକୋ ରେ ମଧ୍ୟ ଖନନ ସମୟରେ ଭଗବାନ ଗଣେଷ ଓ ମାତା ଲକ୍ଷ୍ମୀ ଙ୍କ ପ୍ରାଚୀନ ମୂର୍ତ୍ତି ବାହାରିଥିଲା। ଏହିପରି ଦେଶ ବିଦେଶ ରେ ଅନେକ ସ୍ଥାନରେ ଆମ ହିନ୍ଦୁ ଧର୍ମ ର ମନ୍ଦିର ମାନ ଦେଖିବାକୁ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button