ଜ୍ୟୋତିଷ

Bastu Sastra ଅନୁସାରେ କର୍ପୁର ଦ୍ଵାରା ଆପଣ ଏହି ୯ ଟି ଜିନିଷର ଲାଭ ସମ୍ପୂର୍ଣ ଭାବେ ଉଠାଇ ପାରିବେ ଯାହା ଆପଣଙ୍କ ଜୀବନରେ ନିହାତି ଜରୁରୀ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କର୍ପୁର ଏକ ପୂଜା ସାମଗ୍ରୀ ଅଟେ ଏହାକୁ ସାଧାରଣତ ଆମେ ପୂଜା କରିବା ସମୟରେ ବ୍ୟବହାର କରିଥାଉ ଅର୍ଥାତ୍ ଆରତୀ କରିବା ସମୟରେ। କର୍ପୁର ର ଅନେକ ଔଷଧୀୟ ଗୁଣ ମାନ ମଧ୍ଯ ଅଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି କର୍ପୁର ମାଧ୍ୟମରେ ଆପଣ କିପରି ସମସ୍ତ ବାଧା ବିଘ୍ନ କୁ ଏଡାଇ ଦେଇ ମାଲା ମାଲ ହୋଇ ପାରିବେ। ଏଥି ପାଇଁ ୯ ଗୋଟି ଉପାୟ କହିବାକୁ ଯାଉଛୁ।

ପ୍ରଥମ ଟି ହେଉଛି ଯଦି ଆପଣ ଙ୍କ ଘରେ କୌଣସି ସ୍ଥାନରେ ବାସ୍ତୁ ଦୋଷ ବାହାରୁଛି ତେବେ ସେଠାରେ କର୍ପୁରର ଦୁଇଟି ଗୋଳା ରଖି ଦିଅନ୍ତୁ ଓ ତାହା ମିଳେଇ ଯିବା ପରେ ଅନ୍ୟ ଦୁଇଟି ରଖନ୍ତୁ ଏହି ପରି ବାରମ୍ବାର କରିବା ଦ୍ବାରା ଘରେ ବାସ୍ତୁ ଦୋଷ ରହିବ ନାହିଁ।

ଦ୍ଵିତୀୟ ଟି ହେଉଛି ପାଣି ରେ କିଛି ଠୋପା କର୍ପୁର ତେଲ ମିଶାଇ ଗାଧେଇବା ଦ୍ବାରା ଏହା ଆପଣଙ୍କ ଭାଗ୍ୟକୁ ଚମକାଇ ଭାଗ୍ୟ ଶାଳୀ କରାଇ ଥାଏ।

ତୃତୀୟ ଟି ହେଉଛି ଦେବୀ ଓ ଦେବତା ଙ୍କ ନିକଟରେ ଯଦି ଆପଣ କର୍ପୁର ଜାଳନ୍ତି ତେବେ ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ଚତୁର୍ଥ ଟି ହେଉଛି କାଳ ଦୋଷ କି ପିତୃ ଦୋଷ ଥିଲେ ଆପଣ ସକାଳ ସନ୍ଧ୍ୟା ଓ ରାତିରେ ତିନି ସମୟରେ ଘିଅ ରେ ଭିଜା ଯାଇଥିବ କର୍ପୁରକୁ ଜାଳିଲେ ସେ ଦୋଷ ମଧ୍ୟ ଚାଲି ଯିବ।

ପଞ୍ଚମ ଟି ହେଉଛି ଆକସ୍ମିକ ଘଟଣା ଓ ଦୁର୍ଘଟଣା ପାଇଁ ଘରେ ହନୁମାନ ଚାଳିଶା ପାଠ ପରେ ସେହି ଘରେ କର୍ପୁର ଜଳାନ୍ତୁ ଏହା ଦ୍ବାରା ଆପଣଙ୍କ ସହ କିଛି ମଧ୍ଯ ଅନର୍ଥ ହେବ ନାହିଁ।

ଷଷ୍ଠ ଟି ହେଉଛି ଗୋଲାପ ଫୁଲ ରେ କର୍ପୁର ରଖି ସନ୍ଧ୍ୟା ସମୟରେ ଏହି କର୍ପୁର କୁ ଜଳାଇ ତାହା ପରେ ଏହି ଫୁଲ ଟିକୁ ଦେବୀ ଦୁର୍ଗା ଙ୍କୁ ଅର୍ପଣ କରିଲେ ଆପଣଙ୍କୁ ଶୁଭ ଫଳ ମିଳି ଥାଏ।

ସପ୍ତମ ଟି ହେଉଛି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ନ ହେବା ପାଇଁ ସ୍ଵାମୀ ସ୍ତ୍ରୀ ର ତକିଆ ତାଳେ କର୍ପୁର ଓ ସ୍ତ୍ରୀ ସ୍ଵାମୀ ର ତକିଆ ତଳେ ସିନ୍ଦୁର କୋଉଟା ରଖି ଦେବା ଦ୍ବାରା ଝଗଡ଼ା ହେବ ନାହିଁ। ଏହାପରେ କର୍ପୁର ଜଳାଇବା ସହ ସେହି ସିନ୍ଦୁର କୁ ବାହାରେ ମଧ୍ଯ ପକାଇ ଦେବେ।

ଅଷ୍ଟମ ଟି ହେଉଛି ବିବାହରେ ଆସୁଥିବା ବାଧା ପାଇଁ ୩୬ ଟା ଲବଙ୍ଗ ଓ ଛଅଟି କର୍ପୁର ଟୁକୁଡ଼ା , ହଳଦୀ ଓ ଚାଉଳ ମିଶାଇ ନେଇ ଦୁର୍ଗା ମାଆ ଙ୍କୁ ଏହାକୁ ଜଳାଇ ଆହୁତି ଦେବା ଦ୍ବାରା ସବୁ ବାଧା ବିଘ୍ନ ଦୁର ହୋଇ ଯିବ।

ନବମ ଟି ହେଉଛି ଯେଉଁ ଜାଗା ଆପଣ ଚାହୁଁ ଥିବେ ସେହି ସ୍ଥାନ ରୁ କିଛି ମାଟି ଆଣି ଗୋଟେ କାଚ ଉପରେ ରଖି ଗଙ୍ଗାଜଳ ଛିଞ୍ଚି ନବରାତ୍ରି ଦିନ ନବାକ୍ଷରୀ ମନ୍ତ୍ର ପଢି ପୂଜା କରିବା ଦ୍ବାରା ଆପଣଙ୍କ ମନୋବାଞ୍ଚା ପୂରଣ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button