ରାଜ୍ୟ

ଦିନକୁ ଦୁଇଥର ପାଣିରେ ବୁଡ଼ିଯାଏ ଏହି ପବିତ୍ର ଶିବ ମନ୍ଦିର ଦେଖନ୍ତୁ ଏହାର ଚମତ୍କାର ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହେଇଯିବେ

ଏମିତି ଏକ ସ୍ଥାନ ରହିଛି ଯେଉଁଠି ଭଗବାନ ଶିବ ଦୁଇ ଥର ଉଭାନ ହୋଇ ଯାଇଥାନ୍ତି। ଏହି କଥା ଶୁଣିବା ପାଇଁ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ।କିନ୍ତୁ କଥାଟି ବାସ୍ତବରେ ସତ ଅଟେ। ଗୁଜୁରାଟ ରେ ଠିକ୍ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି।ସେଠାରେ ଏକ ମନ୍ଦିର ରହିଛି।ଯାହା ବିଷୟରେ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।କାରଣ ଏହି ମନ୍ଦିରଟି ପ୍ରତିଦିନ ଦୁଇ ଥର ଅଦୃଶ୍ୟ ହୋଇଯାଇଥାଏ।
ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଲୋକମାନେ ସେହି ସ୍ଥାନକୁ ଆସିଥାନ୍ତି।ଗୁଜରାଟ ର ବରମ୍ବା ରେ ସ୍ତମ୍ବେଶ୍ୱର ଥିବା ମନ୍ଦିର ଟି ସମୁଦ୍ର ରେ ରହିଛି।ଏହି ମନ୍ଦିରଟି ଦିନକୁ ଦୁଇ ଥର ପାଣିରେ ବୁଡି ଯାଇଥାଏ।ଦିନକୁ ଦୁଇ ଥର ଶିବ ମନ୍ଦିର ବୁଡ଼ିବାର ବିରଳ ଦୃଶ୍ୟ କୁ ଦେଖିବା ପାଇଁ ଅନେକ ଦୂରରୁ ଭକ୍ତ ମାନେ ସେହି ସ୍ଥାନ କୁ ଆସିଥାନ୍ତି।ଏବଂ ଦେଖି ବହୁତ ଖୁସି ହୋଇଥାନ୍ତି।
ବର୍ତ୍ତମାନ ଏହି କଥା ଯେଉଁ ମାନେ ଶୁଣିଛନ୍ତି କି ଦେଖୁଛନ୍ତି ସେମାନେ ବହୁତ ଆଚମ୍ବିତ ହୋଇ ପଡିଛନ୍ତି।କିନ୍ତୁ ଯେଉଁ ମାନେ ଏହି ବିଷୟରେ ଜାଣିଛନ୍ତି ସେମାନେ ବହୁତ ଶ୍ରଦ୍ଧା ମନରେ ଭଗବାନ ଶିବ ଙ୍କ ଏଭଳି ଦୃଶ୍ୟ କୁ ଦେଖିବାକୁ ଯାଉଛନ୍ତି।ଯାହାକି ଅତ୍ୟନ୍ତ ମନଲୋଭା ଅଟେ।ଏନେଇ ଭକ୍ତ ମାନେ କୁହନ୍ତି ଯେ ଭଗବାନ ଶିବ ଙ୍କ ଜଳାଭିଷେକ ସମୁଦ୍ର ଦ୍ଵାରା ହୋଇଥାଏ।
ଆପଣମାନେ ଜାଣିଥିବେ ସମୁଦ୍ର ମନ୍ଥନ ସମୟରେ କିଭଳି ଭାବରେ ଭଗବାନ ଶିବ ବିଶ ପାନ କରିଥିଲେ।ଜଳସ୍ତର ବଢ଼ି ମନ୍ଦିର ବୁଡ଼ିବା ସମୟରେ ଏହି ସ୍ଥାନରେ ଭକ୍ତ ଙ୍କ ପ୍ରବେଶ ପରେ ରୋକ୍ ଲଗା ଯାଇଥାଏ। କଥାରେ ଅଛି ଶ୍ରାବଣ ମାସରେ ଶିବ ଙ୍କ ଦର୍ଶନ କରିଲେ କୋଟି ପୁଣ୍ୟ ମିଳିଥାଏ।ତେଣୁ ଏହି ମାସରେ ବିଭିନ୍ନ ଶୈବ ପୀଠ ରେ ଭକ୍ତ ଙ୍କ ଭିଡ଼ ଲାଗି ରହିଥାଏ।ଏହାର ଇତିହାସ ଜାଣିବା ପାଇଁ ଲୋକମାନେ ସେଠାକୁ ଆସିଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button