ଜ୍ୟୋତିଷ

ଲକ୍ଷ୍ମଣଙ୍କ ଏହି ଗୁପ୍ତ ରହସ୍ୟ ଶ୍ରୀରାମ ମଧ୍ୟ ଜାଣି ନାହାନ୍ତି ଦେଖନ୍ତୁ କଣ ଥିଲା ସେହି ରହସ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରଭୂ ଶ୍ରୀରାମ ଙ୍କ ଭ୍ରାତା ହେଉଛନ୍ତି ଲକ୍ଷ୍ମଣ। ଯିଏକି ଶ୍ରୀରାମ ଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ ମଧ୍ଯ କରୁଥିଲେ ଓ ତାଙ୍କର ପ୍ରତ୍ୟେକ କଥା କୁ ବଚନ ସ୍ୱରୂପ ମାନୁ ଥିଲେ।
ତେବେ ଆପଣ ମାନେ ଜାଣିଛନ୍ତି କି ଲକ୍ଷ୍ମଣ ହେଉଛନ୍ତି ଶ୍ରୀରାମ ଙ୍କ ଠାରୁ ମଧ୍ଯ ଏକ ବଡ଼ ଯୋଦ୍ଧା କାରଣ ଯେତେବେଳେ ତ୍ୟାଗ ର ନାମ ଆସେ ସେତେବେଳେ ଲକ୍ଷ୍ମଣ ସବୁଠାରୁ ବଡ଼ ତ୍ୟାଗ କରିଥିଲେ ବୋଲି ଜଣା ପଡ଼ିଥାଏ। କାରଣ ସେ ନିଜ ସ୍ତ୍ରୀ ଙ୍କ ସହ ୧୪ ବର୍ଷ ରହି ନଥିଲେ।
ନିଜ ରାଜ ପ୍ରସାଦ ଛାଡି ଶ୍ରୀରାମ ଙ୍କ ସହ ବନ ବାସ ମଧ୍ଯ ପଳାଇ ଥିଲେ। ଆଉ ମଧ୍ୟ ଶ୍ରୀରାମ ଙ୍କ ରକ୍ଷା ନିମନ୍ତେ ନିଦ୍ରା ଦେବୀ ଙ୍କୁ ୧୪ ବର୍ଷ କାଳ ଯେପରି ତାଙ୍କୁ ନିଦ୍ରା ନଦେବେ ସେଥି ପାଇଁ ମଧ୍ୟ ପର୍ଥାନା କରିଥିଲେ। ଏହାଛଡା ସେ ୧୪ ବର୍ଷ ଖାଦ୍ୟର ମଧ୍ୟ ପରିତ୍ୟାଗ କରିଥିଲେ।
ଏବଂ ଏହି ସବୁ କଥା ରହସ୍ୟ ଥିଲା କାରଣ ଭଗବାନ ଶ୍ରୀରାମ ପ୍ରତ୍ୟେକ ଦିନ ଲକ୍ଷ୍ମଣ କୁ ଖାଦ୍ୟ ଖାଇବାକୁ ଦଉ ଥିଲେ ହେଲେ ତାହା ସେ ଖାଉ ନଥିଲେ।
ଯେତେବେଳେ ଲଙ୍କା ବିଜୟୀ ହୋଇ ପ୍ରଭୂ ଶ୍ରୀରାମ ଅଯୋଧ୍ୟା ଫେରି ଆସିଲେ ସେତେବେଳେ ରାଜ ସଭାରେ ଗୁରୁ ବଶିଷ୍ଠ କହିଥିଲେ କି ପ୍ରଭୂ ଶ୍ରୀରାମ ଆପଣ ଜାଣିଛନ୍ତି କି ଲକ୍ଷ୍ମଣ ଏହି ୧୪ ବର୍ଷା ବନ ବାସରେ କିଛି ଖାଇ ନାହାଁନ୍ତି ବୋଲି ହେଲେ ପ୍ରଭୂ ଶ୍ରୀରାମ କହିଲେ ଅସମ୍ଭବ ମୁଁ ନିଜେ ଲକ୍ଷ୍ମଣ ଙ୍କୁ ଖାଈବାକୁ ଦେଇଛି।
ଏହାପରେ ସେ କଥା ଲକ୍ଷ୍ମଣ ଙ୍କୁ ପଚରା ଗଲା ଓ ଲକ୍ଷ୍ମଣ ଉତ୍ତର ଦେଲେ ସେ କିଛି ଖାଈ ନାହାଁନ୍ତି ବରଂ ସେ ସମସ୍ତ ଖାଦ୍ୟ କୁ ନିଜ ଶକ୍ତି ମାଧ୍ୟମରେ ଅଯୋଧ୍ୟା ପଠାଇ ଦେଉ ଥିଲେ।
ଏହାପରେ ଲକ୍ଷ୍ମଣ ଶ୍ରୀରାମ ଙ୍କୁ ଖାଦ୍ୟ ଥିବା ସ୍ଥାନକୁ ନେଇ ଗଲେ ଓ ସେଠାରେ ଦେଖିଲେ ସେ ସମସ୍ତ ଖାଦ୍ୟ ସେଠାରେ ଥୁଆ ହୋଇଛି ଏବଂ ୧୪ ବର୍ଷ ମଧ୍ୟରେ ଥିବା ସମସ୍ତ ଦିନ ର ଖାଦ୍ୟ ଠାରୁ ୪ ଗୋଟି କମ୍ ଅଛି।
ଖାଦ୍ୟ ପାତ୍ର ଚାରି ଗୋଟି କମ୍ ଥିବା ଦେଖି ଶ୍ରୀ ରାମ ପଚାରିବାରୁ ଲକ୍ଷ୍ମଣ କହିଲେ କି ସେ ଚାରିଦିନ ପ୍ରଭୂ ଶ୍ରୀ ରାମ ମଧ୍ୟ ଖାଇବା ଖାଈ ନଥିଲେ ସେଥି ପାଇଁ ଚାରି ଗୋଟି କମ୍ ଅଛି।
ଶ୍ରୀରାମ ଲକ୍ଷ୍ମଣ ଙ୍କୁ ପ୍ରଶ୍ନ କରିଥିଲେ କି ଏଭଳି ନଖାଇବା ପଛର ରହସ୍ୟ କଣ ସେତେବେଳେ ଲକ୍ଷ୍ମଣ ଉତ୍ତର ଦେଇ କହିଲେ ଆପଣ ମତେ ଖାଇବା ଦେଉଥିଲେ ହେଲେ ଖାଇବା ପାଇଁ ଆଦେଶ ଦେଇ ନଥିଲେ।
ଏହା ଶୁଣିବା ପରେ ରାମ ଙ୍କ ଚକ୍ଷୁ ଛଳ ଛଳ ହୋଇ ଗଲା ଓ ଏଭଳି ମହାନ ଭ୍ରାତା ପାଇଁ ସେ ନିଜକୁ ଗର୍ବିତ ଅନୁଭଵ କଲେ। ତେବେ ଆପଣ ମାନେ ଜାଣି ପାରୁଥିବେ ଲକ୍ଷଣ କେତେ ବଡ଼ ତ୍ୟାଗ କରୁଛନ୍ତି। ଓ ସେ କେତେ ମହାନ୍ ଅଟନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button