ମନୋରଞ୍ଜନ

ଭଲ ଲୋକଙ୍କ ସହ ସବୁବେଳେ କାହିଁକି ଖରାପ ହୁଏ ଆଜି ଜାଣନ୍ତୁ ଏହି ରହସ୍ୟ କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟତଃ ସମୟରେ ଭାବୁଥିବେ କି ସର୍ବଦା ଜଣେ ଖରାପ୍ ଲୋକ ସହ ଭଲ କଣ ପାଇଁ ହୋଇଥାଏ ଓ ଜଣେ ଭଲ ଲୋକ ସହ ସର୍ବଦା ଖରାପ୍ ହୋଇ ଥାଏ? ଏହି ଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉପୁଜି ଥିବ ଏବେ ଆଜି ଆପଣଙ୍କୁ ଆମେ ଏହି ପ୍ରଶ୍ନ ର ଉତ୍ତର ଦେବାକୁ ଯାଉଛୁ। ଏଭଳି ଏକ ପ୍ରଶ୍ନ ଅର୍ଜୁନ ଙ୍କ ମନରେ ମଧ୍ୟ ଉପୁଜି ଥିଲା। ଅର୍ଜୁନ ମଧ୍ଯ ଏଭଳି ପ୍ରଶ୍ନ କରିଥିଲେ ଭଗବାନ ଶ୍ରୀକୃଷ୍ଣ ଙ୍କୁ।
ଏହାର ଉତ୍ତର ଦେବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଏକ କାହାଣୀ ଶୁଣାଇ ଥିଲେ। ଭଗବାନ ଶ୍ରୀକୃଷ୍ଣ କହିଥିଲେ କି ଏକ ଗ୍ରାମରେ ଜଣେ ବ୍ୟପାରି ଥିଲେ ଯିଏକି ଜଣେ ଅତ୍ୟନ୍ତ ଭଲ ବ୍ୟକ୍ତି ଥିଲେ। ସେ ସର୍ବଦା ଭଗବାନ ଙ୍କ ଉପରେ ବିଶ୍ବାସ କରୁଥିଲେ ଓ ଭଗବାନ ଙ୍କ ମନ୍ଦିର ମଧ୍ୟ ଯାଉ ଥିଲେ। ସେପଟେ ଅନ୍ୟ ଏକ ବ୍ୟକ୍ତି ଥିଲା ଯେକି ତାଙ୍କର ପୂରା ବିପରୀତ ଥିଲା ସେହି ଦୁଷ୍ଟ ବ୍ୟକ୍ତି ଜଣକ ମନ୍ଦିର ତ ଯାଉଥିଲେ ହେଲେ ମନ୍ଦୀର ବାହାରୁ ସମସ୍ତ ଜିନିଷ ଚୋରି କରିବା ପାଇଁ।
ଏକଦା ଜୋରେ ଝଡ଼ ବର୍ଷା ହେଲା ଓ ସେହି ଦୁଷ୍ଟ ବ୍ୟକ୍ତି ଜଣକ ଚିନ୍ତା କଲେ କି ମନ୍ଦିରରେ କେହି ନଥିବେ ଓ ତାହା ହିଁ ହେଉଛି ଠିକ ସମୟ ସେଠାରୁ ସମସ୍ତ ଧନ ଚୋରି କରିବା ପାଇଁ। ଏବଂ ସେ ସେଭଳି ହିଁ କଲେ ସବୁ ଧନ ସମ୍ପତ୍ତି ଚୋରି କରି ନେଇଗଲେ ଏହି ସମୟରେ ସେଠାରେ ସେହି ଭଲ ଲୋକ ଜଣକ ଆସି ପହଁଚି ଗଲେ ଓ ଏହି ଚୋରି ପାଇଁ ସମସ୍ତେ ତାଙ୍କୁ ହିଁ ଦାୟୀ କରିଲେ। ତାହାପରେ ମଧ୍ଯ ସେହି ଭଦ୍ର ବ୍ୟକ୍ତି ଜଣକ ଏକ୍ସିଡେଣ୍ଟ ହୋଇ ଗଲା।ସେପଟେ ସେହି ଦୁଷ୍ଟ ବ୍ୟକ୍ତି ଜଣକ ଏତେ ମାତ୍ରାରେ ଧନ ସମ୍ପତ୍ତି ପାଇ ଖୁସି ହେଉ ଥାଆନ୍ତି। ଏହାପରେ ସେହି ଭଦ୍ର ବ୍ୟକ୍ତି ଜଣକ ଆସି ତାଙ୍କ ଘରୁ ସମସ୍ତ ଠାକୁର ଙ୍କ ଫଟୋ କାଢି ଫୋପାଡି ଦେଲେ।
 ଏବଂ ଏହାପରେ ଦୁହିଁଙ୍କ ମୃ-ତ୍ୟୁ ମଧ୍ଯ ହୋଇଗଲା ଓ ଜମ ଲୋକରେ ଯାଇ ସେହି ଭଦ୍ର ବ୍ୟକ୍ତି ଜଣକ କହିଲେ କି ସେ ସର୍ବଦା ଭଲ କର୍ମ କରିଲେ ହେଲେ ତାହା ବଦଳରେ ତାଙ୍କୁ ଅନେକ ନିନ୍ଦା ଓ ଅପବାଦ ମିଳିଲା। ଏହାଶୁଣି ଯମ ରାଜ କହିଲେ କି ସେହି ଭଦ୍ର ବ୍ୟକ୍ତି ଜଣକ ଦୁର୍ଘଟଣା ଦିନ ହିଁ ମୃ-ତ୍ୟୁ ହୋଇ ଯାଇଥାନ୍ତା ହେଲେ ତାଙ୍କ ପୁଣ୍ୟ କର୍ମ ଯୋଗୁଁ ଏଭଳି ହେଲା ନାହିଁ। ଓ ସେହି ଦୁଷ୍ଟ ବ୍ୟକ୍ତି ଜଣକ ରାଜ ଯୋଗ ଥିଲା ମାତ୍ର ସେ ଏକ ଚୋର ହୋଇ ଗଲେ ତାଙ୍କ କର୍ମ ଯୋଗୁଁ। ତେବେ ସମସ୍ତଙ୍କ କର୍ମ ଅନୁସାରେ ହିଁ ସମସ୍ତଙ୍କୁ ଫଳ ମିଳି ଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button