ଜ୍ୟୋତିଷ

ଶ୍ରୀକୃଷ୍ଣଙ୍କ ପାଖକୁ କାହିଁକି ଫେରିଲେନି ସୁଦର୍ଶନ ଜାଣନ୍ତୁ ଏହାର ଗୁପ୍ତ ରହସ୍ୟ କଣ ଅଟେ

 

ଦ୍ଵାପର ଯୁଗରେ ମହାଭାରତ ଯୁଦ୍ଧ ରେ ଅଧର୍ମ ର ବିନାଶ କରି ଧର୍ମ ର ସ୍ଥାପନ କରିବା ହିଁ ଏହି ଯୁଦ୍ଧର ମୂଳ ଲକ୍ଷ୍ୟ ଥିଲା।ଯାହାର ମୁଖ୍ୟ ସୂତ୍ରଧର ଥିଲେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ।ଯୁଦ୍ଧର ପରିଶେଷରେ ଯୁଦ୍ଧ କ୍ଷେତ୍ରରେ କେବଳ ବିନାଶ ହିଁ ବିନାଶ ଦେଖିବାକୁ ମିଳିଥିଲା।ଅବକାରୀ ପୁରୁଷ ଶ୍ରୀକୃଷ୍ଣ ଙ୍କ ଶେଷ ସମୟରେ ସୁଦର୍ଶନ ମଧ୍ୟ ଶ୍ରୀକୃଷ୍ଣ ଙ୍କ ଠାରୁ ଦୂରେଇ ଯାଇଥିଲେ।ଅନେକ ଲୋକମାନେ ଏହି ବିଷୟରେ ଜାଣି ନଥିବେ କାହିଁକି ସୁଦର୍ଶନ ଦୂରେଇ ଯାଇଥିଲେ।
ଦ୍ଵାପର ଯୁଗରେ ଅବକାରୀ ପୁରୁଷ ଶ୍ରୀକୃଷ୍ଣ ଙ୍କ ଧରା ପୃଷ୍ଠରୁ ଦୁଃଖଦ ବିଦାୟ ଯେତିକି ମାର୍ମିକ ସେତିକି ତରୁଣୀୟ।ଶ୍ରୀକୃଷ୍ଣ ଙ୍କ ମଧ୍ୟଲୋକ ରୁ ବିଦାୟ ପର୍ବର ସର୍ବ ପ୍ରଥମେ ଦ୍ବାରିକା ର ଯଦୁ ବଂଶୀ ମାନେ ଶିକାର ହୋଇଥିଲେ।ସେହି ଦ୍ବାରକା ଆକାଶରେ ଧୂମକେତୁ ଦୃଶ୍ୟମାନ ହେବା ଫଳରେ ଦିନରେ ଅନ୍ଧକାର ଦେଖି ଦ୍ବାରିକା ବାସୀ ଭୟଭୀତ ହୋଇ ପଡ଼ିଥିଲେ।ପ୍ରତିକାର ପାଇଁ ଶ୍ରୀକୃଷ୍ଣ ଙ୍କ ଶରଣାପନ୍ନ ହେଲେ।
ଶ୍ରୀକୃଷ୍ଣ ଏହାର ପ୍ରତିକାର ପାଇଁ ପୂଜାପାଠ ଏବଂ ଦାନ ଧ୍ୟାନ କରିବାକୁ ଉପଦେଶ ଦେଇଥିଲେ।ସମସ୍ତ ଜଦୁବଂଶ ସରସ୍ଵତୀ ନଦୀର ସାଗର ସଙ୍ଗମ ସ୍ଥଳ ପ୍ରଭାତ ତୀର୍ଥରେ ଉପବାସ ରହି ଉପାସନା କରି ବିପ୍ର ମାନଙ୍କୁ ଦାନ ଦେଇ ଧ୍ୟାନ ଓ ପୂଜାପାଠ କରିଲେ ଏହି ରିଷ୍ଠ ଖଣ୍ଡନ ହେବ।ଶ୍ରୀକୃଷ୍ଣ ଙ୍କ ଏଭଳି କଥାଶୁଣି ଜଦୁବଂଶ ସକାଳେ ପ୍ରଭାତ ତୀର୍ଥ କୁ ବାହାରିଲେ। ସମସ୍ତେ ଉପବାସ ରହି ବ୍ରତ ଆରମ୍ଭ କରିଲେ।
ଏହାପରେ ବିପ୍ର ମାନଙ୍କୁ ଉପହାର ଦେଇ ସନ୍ତୁଷ୍ଟ କରିଲେ। ସନ୍ଧ୍ୟା ଉପାସନା ପରେ ସମସ୍ତେ ନିଜେ ନିଜ ଶିବିରରେ ବିଶ୍ରାମ କରିଲେ।ଏହାପରେ ସମସ୍ତ ଯାଦବ ବାରୁଣୀ ନାମକ ମଦ୍ୟପାନ କରିଲେ।ପ୍ରଚୁର ମଦ୍ୟପାନ କରି ଏରକ ବଣରେ ପରସ୍ପର ମଧ୍ୟରେ ହଣା ହଣୀ ହୋଇ ଯଦୁବଂଶ ଲୋପ ପାଇଗଲା।କେବଳ ପ୍ରଦିୟୁମ୍ନ ଶ୍ରୀକୃଷ୍ଣ ଙ୍କ ପୁତ୍ର ହିଁ ବର୍ତି ଯାଇଥିଲେ।ଶ୍ରୀକୃଷ୍ଣ ଏହି ମଦ୍ୟପ ପୁତ୍ରକୁ ସୁଦର୍ଶନ ଚକ୍ର ପେଶି ହ-ତ୍ୟା କରିବାକୁ ମଧ୍ୟ ପଛାଇ ନଥିଲେ।
ଏବଂ ସେ ପ୍ରଦିୟୁମ୍ନ ଙ୍କୁ ମାରିବା ପାଇଁ ଆଦେଶ ଦେଇଥିଲେ।କିନ୍ତୁ ପ୍ରଥମଥର ପାଇଁ ସୁଦର୍ଶନ ଚକ୍ର ଶ୍ରୀକୃଷ୍ଣ ଙ୍କ କଥା ମାନି ନଥିଲେ।ସୁଦର୍ଶନ ଏହାପରେ ଗୋଟିଏ ସର୍ତ୍ତ ମଧ୍ୟ ରଖିଥିଲେ।ସର୍ତ୍ତ ହେଉଛି ପ୍ରଦିୟୁମ୍ନ ଙ୍କ ମୁଣ୍ଡ କାଟିବା ପରେ ଶ୍ରୀକୃଷ୍ଣ ଙ୍କ କର କୁ ସେ ଫେରିବେ ନାହିଁ। ତାହାହିଁ ହୋଇଥିଲା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button