ଜ୍ୟୋତିଷ

ଭଲ ଲୋକଙ୍କ ସହ ସବୁବେଳେ ଖରାପ କାହିଁକି ହୁଏ କଣ କୁହନ୍ତି ଭଗବାନ Shree Krishna

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଦେଖୁଥିବେ ଆଜିକାଲି ଦୁନିଆରେ ସବୁବେଳେ ଭଲ ଲୋକ ମାନଙ୍କ ସହିତ ହିଁ ଖରାପ ହୋଇଥାଏ। ଆଉ ପୂଜା ପାଠ କରୁଥିବା ଏବଂ ସବୁବେଳେ ଦାନ ଧର୍ମ କରୁଥିବା ଲୋକ ମାନଙ୍କ ଜୀବନ ଭଲରେ କଟିନଥାଏ। କିନ୍ତୁ ଯେଉଁ ଲୋକ ମାନେ ଅନ୍ୟାୟ, ଅଧର୍ମ, ଖରାପ କାମ କରିଥାଆନ୍ତି ସେମାନଙ୍କ ଜୀବନ ବହୁତ ଆରାମ ଦାୟକ ହୋଇଥାଏ। ଏସବୁକୁ ଦେଖି ନିଶ୍ଚିନ୍ତ ଆପଣ ମାନଙ୍କ ମନରେ ବି ପ୍ରଶ୍ନ ଆସୁଥିବ କି ପ୍ରକୃତରେ ଭଲ ଲୋକଙ୍କ ସହିତ କ’ଣ ପାଇଁ ଖରାପ ହୋଇଥାଏ। କିନ୍ତୁ ଆଜିର ଅଧିକାଂଶ ମନୁଷ୍ୟ ମାନଙ୍କୁ ଏହା ପଛର କାରଣ ଜଣାନାହିଁ। ଏହାର ସବୁଠୁ ବଡ଼ କାରଣ ହେଉଛି ମନୁଷ୍ୟ ମାନେ ଧର୍ମଗ୍ରନ୍ଥକୁ ଭଲଭାବରେ ପଢ଼ିନାହାନ୍ତି ଅଥବା ସେଥିରେ ଲେଖା ହେଇଥିବ କଥା ଉପରେ ବିଶ୍ବାସ କରୁନାହାଁନ୍ତି।
ଆଜିର ଏହି ଭିଡିଓଟି ରେ ଜାଣିବା ଯେ ପ୍ରକୃତରେ ଭଲଙ୍କ ସହିତ କ’ଣ ପାଇଁ ଖରାପ ହୁଏ। ଏହା ଭାଗବତ ଗୀତାରେ ଶ୍ରୀକୃଷ୍ଣ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଧର୍ମଗ୍ରନ୍ଥ ଭିତରେ ଭାଗବତ ଗୀତା ଏମିତି ଏକ ଧର୍ମଗ୍ରନ୍ଥ ଯେଉଁଥିରେ ମନୁଷ୍ୟ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଭାଗବତ ଗୀତାରେ ବର୍ଣ୍ଣିତ କଥା ଅନୁସାରେ ଅର୍ଜୁନଙ୍କ ମନରେ ଯେତେବେଳ ଯେଉଁ ପ୍ରଶ୍ନ ଉଙ୍କି ମାରିଥିଲା, ସେ ତା’ର ଉତ୍ତର ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚି ଯାଉଥିଲେ। ଗୋଟେ ଦିନ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଆସି କହିଲେ- “ହେ ବାସୁଦେବ ମୋ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଛି ଯାହାର ଉତ୍ତର କେବଳ ଆପଣ ହିଁ ଦେଇପାରିବେ”।
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ କହିଲେ- “ହେ ଅର୍ଜୁନ ତମ ମନରେ ଥିବା ପ୍ରଶ୍ନକୁ ବିସ୍ତାର ଭାବରେ କୁହ ତାହାପରେ ମୁଁ ତା’ର ଉତ୍ତର ଦେବି”। ଏହାପରେ ଅର୍ଜୁନ କହିଲେ ପ୍ରଭୁ କୃପା କରି ମତେ ଏ କଥା କୁହନ୍ତୁ କି ଭଲ ଲୋକଙ୍କ ସହିତ ସବୁବେଳେ କାହିଁକି ଖରାପ ହୁଏ। କିନ୍ତୁ ଖରାପ ବା ଦୁଷ୍ଟ ଲୋକ ମାନେ ସବୁବେଳେ କେମିତି ଖୁସିରେ ରୁହନ୍ତି। ଅର୍ଜୁନଙ୍କ ପାଖରୁ ଏପରି କଥା ଶୁଣି ଶ୍ରୀକୃଷ୍ଣ କହିଲେ – “ହେ ଅର୍ଜୁନ ମନୁଷ୍ୟ ଯାହା ସବୁ ଦେଖେ ଆଉ ଅନୁଭବ କରେ ବାସ୍ତବରେ ସେମିତି କିଛି ବି ହୁଏନି”। ମନୁଷ୍ୟ ଅଜ୍ଞାନତା ବଶତଃ ଏହା ପଛରେ ଥିବା ସତ୍ୟତାକୁ ଜାଣିପାରେ ନାହିଁ। ଶ୍ରୀକୃଷଙ୍କ ର କଥା ଶୁଣି ଅର୍ଜୁନ କହିଲେ -” ପ୍ରଭୁ ଆପଣ କ’ଣ କହିବାକୁ ଚାହୁଁଛନ୍ତି ମୁଁ କିଛି ବୁଝିପାରୁନି”।
ଏହାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ – “ମୁଁ ତୁମକୁ ଗୋଟେ କଥା ଶୁଣାଉଛି ଯାହା ଶୁଣିବା ପରେ ତମେ ଜାଣିପାରିବ କି ପ୍ରକୃତରେ ପ୍ରାଣୀକୁ ତା’ର କର୍ମ ହିସାବରେ ହିଁ ଫଳ ମିଳିଥାଏ”। ଅର୍ଥାତ ଯିଏ ଖରାପ କର୍ମ କରେ ତା’କୁ ଖରାପ ଫଳ ମିଳିଥାଏ। ଆଉ ଯିଏ ଭଲ କର୍ମ କରିଥାଏ ତା’କୁ ଭଲ ଫଳ ମିଳିଥାଏ। କାହିଁକି ନା ଭଲ କର୍ମ ଆଉ ଖରାପ କର୍ମ କରିବା ତ ମନୁଷ୍ୟ ଉପରେ ନିର୍ଭର କରେ। ପ୍ରକୃତି ପ୍ରତ୍ୟେକ ମନୁଷ୍ୟକୁ ତା’ର ନିଜର ରାସ୍ତା ବାଛିବାକୁ ସୁଯୋଗ ଦେଇଥାଏ। ଭଲ କିମ୍ୱା ଖରାପ ରାସ୍ତା ବାଛିବା ତ ମନୁଷ୍ୟ ଉପରେ ହିଁ ନିର୍ଭର କରେ। ଶ୍ରୀକୃଷ ଅର୍ଜୁନଙ୍କୁ ଏସବୁ କଥା ଶୁଣାଇ ସାରିବା ପରେ କହିଲେ- ହେ ପାର୍ଥ ତୁମକୁ ତୁମ ପ୍ରଶ୍ନର ଉତ୍ତର ଏବେ ମିଳିଯାଇଥିବ।
ପୁଣି ଶ୍ରୀକୃଷ୍ଣ କହିଲେ ଯଦି ଅର୍ଜୁନ ତୁମେ ଭାବୁଛ ଭଗବାନ ମନୁଷ୍ୟର ଭଲ କର୍ମକୁ ଦେଖୁନାହାନ୍ତି ତାହାଲେ ତାହା କେବେବି ସତ୍ୟ ନୁହେଁ। ଭଗବାନ ଆମକୁ ଯାହାବି ଯେଉଁ ରୂପରେ ଦିଅନ୍ତି ସେ କଥା ଆମେ ବୁଝପାରୁନାହିଁ। କିନ୍ତୁ ଯଦି ମନୁଷ୍ୟ ମାନେ ସବୁବେଳେ ଭଲ କର୍ମ ହିଁ କରିବେ ତାହାଲେ ଭଗବାନଙ୍କ କୃପା ସବୁବେଳେ ସମସ୍ତଙ୍କ ଉପରେ ରହିବ। ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏ କାହାଣୀରୁ ଜାଣିପାରୁଥିବେ କି ଆମକୁ କେବେବି ଆମ ନିଜର କର୍ମକୁ ବଦଳାଇବା କଥା ନୁହେଁ। କାହିଁକି ନା ଆମର କର୍ମର ଫଳ ଆମକୁ ଏହି ଜୀବନରେ ହିଁ ମିଳିଥାଏ। କାହିଁକି ନା ଶ୍ରୀକୃଷ୍ଣ ଗୀତରେ ଏକଥା ମଧ୍ୟ କହିଛନ୍ତି କି ମନୁଷ୍ୟର କୌଣସି କର୍ମ ବୃଥା ଯାଏନାହିଁ। ସେ ଭଲ କର୍ମ ହେଉ କିମ୍ୱା ଖରାପ କର୍ମ ହେଉ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button