ଜ୍ୟୋତିଷ
ସ୍ଵାମୀ ପାଦଧୂଳି ରେ କେଉଁ ଶକ୍ତି ଅଛି ? ଜାଣନ୍ତୁ ଏହି ରହସ୍ୟ ସତ ଜାଣିଲେ ଆଶ୍ଚର୍ୟ୍ଯ ହେବେ

ସ୍ବାମୀଙ୍କ ପାଦ ଧୂଳି କଣ କରିପାରେ,ସ୍ବାମୀଙ୍କୁ ଭକ୍ତି କରିଲେ କିଭଳି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଭଳି ଦେବତା ମାନେ ଛୋଟ ଛୁଆ ହୋଇ ପାରନ୍ତି ଏହାର ଜ୍ୱଳନ୍ତ ନିର୍ଦର୍ଷନ ହେଉଛନ୍ତି ମା ଅନୁଷୟା।ଭାଗବତ ରେ ଏହି କଥା ଆପଣମାନେ ନିଶ୍ଚୟ ଭାବରେ ଶୁଣିଥିବେ।ଯେତେବେଳେ ମା ଅନୁଷୟା ଙ୍କ ପତିବ୍ରତା ଏତେ ରହିଥିଲା ଯେ ଦେବତା ମାନେ ମଧ୍ୟ ପରୀକ୍ଷା କରିବାକୁ ଯାଇଥିଲେ।ବ୍ରହ୍ମା ବିଷ୍ଣୁ ମହେଶ୍ୱର ମଧ୍ୟ ଯୁବକ ବ୍ରାହ୍ମଣ ବେଶରେ ଯାଇଥିଲେ।
ମଧ୍ୟାହ୍ନ ସମୟରେ ଭଗତି ଭିକ୍ଷାମ ଦେହି କହି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯୁବକ ବ୍ରାହ୍ମଣ ବେଶରେ ଆସି ପହଞ୍ଚିଥିଲେ।ଏହାପରେ ମା ଅନୁଷୟା ସେମାନଙ୍କୁ ଦେଖି କଣ ସେବା କରିବେ ବୋଲି କହିଥିଲେ।ମା ଅନୁଷୟା ଙ୍କ କଥାଶୁଣି ଯୁବକ ବ୍ରାହ୍ମଣ ମାନେ କହିଥିଲେ ଯେ ସେମାନଙ୍କୁ ଭୋକ ବହୁତ ଜୋରେ ଲାଗୁଛି।ଏବଂ ମା ଅନୁଷୟା ଙ୍କୁ ଉ-ଲ-ଗ୍ନ ଅବସ୍ଥାରେ ରୋଷେଇ କରିବାକୁ ପଡ଼ିବ ବୋଲି କହିଥିଲେ।ଏହିଭଳି ରୋଷେଇ କରିଲେ ବ୍ରାହ୍ମଣ ଖାଇବେ ବୋଲି କହିଥିଲେ।
ଏହାପରେ ମା ଅନୁଷୟା ତାଙ୍କ ସ୍ବାମୀଙ୍କ ନିକଟକୁ ଯାଇଥିଲେ।ଏବଂ ମା ଅନୁଷୟା ସ୍ବାମୀଙ୍କୁ ଯାଇ କହିଥିଲେ ଯେ ତାଙ୍କୁ ଏକ ଔଷଧ ଦରକାର।ତାହା ହେଉଛି ତାଙ୍କ ସ୍ଵାମୀଙ୍କ ପାଦ ଧୂଳି।ଏହାପରେ ମା ଅନୁଷୟା ସବୁ କଥା କହିଥିଲେ।ଏହାଶୁଣି ମା ଅନୁଷୟା ଙ୍କ ସ୍ବାମୀ କହିଥିଲେ ଯେ ସେ ତାଙ୍କୁ କେବେ ସନ୍ଦେହ କରି ନାହାନ୍ତି।ବ୍ରାହ୍ମଣ ଯୁବକ ଯାହା କହୁଛନ୍ତି ତାହା କରିବାକୁ କହିଥିଲେ।ଏହାପରେ ମା ଅନୁଷୟା ସ୍ବାମୀଙ୍କ ପାଦ ଧୂଳି ଧରି ଆସିଥିଲେ।
ବ୍ରାହ୍ମଣ ଙ୍କ ପାଖକୁ ଆସି କହିଥିଲେ ଯେ ସେ ତାଙ୍କ କଥାରେ ରାଜି।କିନ୍ତୁ ତାଙ୍କର ଏକ ସର୍ତ୍ତ ରହିଥିଲା ତାହା ହେଉଛି ସେ ତାଙ୍କ ସ୍ବାମୀଙ୍କ ପାଦ ଧୂଳି ଆଣିଛନ୍ତି।ଯଦି ସେ ଉଲଗ୍ନ ଶରୀରରେ ରୋଷେଇ କରି ଦେଲେ ଖାଇବେ ଆଉ ସେ ସତରେ ଯଦି ପତିବ୍ରତା ନାରୀ ହୋଇଥିବେ,ସ୍ବାମୀ ସେବା କରୁଥିବେ ତାହେଲେ ସ୍ବାମୀଙ୍କ ପାଦ ଧୂଳି ତାଙ୍କୁ ସାହାର୍ଯ୍ୟ କରିବ।
ବ୍ରାହ୍ମଣ ମାନେ ଛୋଟ ଶିଶୁ ହୋଇଯାଅ ବୋଲି କହି ମା ଅନୁଷୟା ପାଦ ଧୂଳି ଫୁଙ୍କି ଦେଲେ।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଭଳି ଦେବତା ମାନେ ଛୋଟ ଛୁଆ ହୋଇଗଲେ।ଛୁଆଟି ଯେତେବେଳେ ଛୋଟ ହୋଇଥାଏ ତା ମା ଛୁଆ ପାଖରେ ଲାଜ କରି ନଥାଏ।