ମନୋରଞ୍ଜନ
ଅଭିମନ୍ୟୁ ଙ୍କ କାନରେ କଣ କହିଥିଲେ କର୍ଣ୍ଣ ଜାଣନ୍ତୁ ଏହି ଗୁପ୍ତ କଥା

ଅଭିମନ୍ୟୁ ଙ୍କ ମୃତ୍ୟୁ ସମୟରେ କର୍ଣ୍ଣ ତାଙ୍କର କାନ ନିକଟରେ କଣ କହିଥିଲେ ତାହା କେହି ଜାଣି ନଥିବେ।ଆପଣମାନେ ଅର୍ଜୁନ ଙ୍କ ପୁତ୍ର ଅଭିମନ୍ୟୁ ଙ୍କୁ ନିଶ୍ଚିନ୍ତ ଜାଣିଥିବେ।ଯେଉଁ ବୟସରେ ପିଲାମାନେ କିଛି ଜାଣି ନଥିବେ ସେହି ବୟସରେ ସେ ଅନେକ ମହାରଥୀ ମାନଙ୍କୁ ଯୁଦ୍ଧରେ ହରାଇ ଦେଉଥିଲେ।କିନ୍ତୁ ଅତ୍ୟନ୍ତ ପରାକ୍ରମ ଦେଖାଇବା ସତ୍ବେ ବି ସେ ଯୁଦ୍ଧରେ ପ୍ରାଣ ତ୍ୟାଗ କରିଥିଲେ।ଅଭିମନ୍ୟୁ ପ୍ରାଣ ତ୍ୟାଗ ସମୟରେ କର୍ଣ୍ଣ ତାଙ୍କ କାନ ରେ କିଛି କହିଥିଲେ।
ମହାଭାରତ ଯୁଦ୍ଧ ଆରମ୍ଭ ହେବାର ୧୩ ଦିନ ରେ କୌରବ ଙ୍କ ସେନାପତି ଥିବା ଦ୍ରୋଣାଚାର୍ଯ୍ୟ ଚକ୍ରବିହ୍ୟ ରଚନା କରିଥିଲେ।ସେହି ସମୟରେ କୁହାଯାଇଥିଲା କି ଯଦି ଜଣେ ଚକ୍ରବିହ୍ୟ ରେ ପଶିଯିବ ତାହେଲେ ତାହା ଭିତରୁ ମୁକୁଳିବା ବହୁତ ମୁସ୍କିଲ ହୋଇଥାଏ।କେବଳ ଅର୍ଜୁନ ଙ୍କୁ ଏପରି ଚକ୍ରବିହ୍ୟ ଭିତରେ ପ୍ରବେଶ କରିବା ଓ ଭିତରୁ ବାହାରିବା ଜ୍ଞାନ ଜଣାଥିଲା।କିନ୍ତୁ କୌରବ ମାନେ ଷଡ଼ଯନ୍ତ୍ର କରି ଅର୍ଜୁନ ଙ୍କୁ ଯୁଦ୍ଧଭୂମି ଠାରୁ ବହୁତ ଦୂରକୁ ନେଇ ଯାଇଥିଲେ।
ଅଭିମନ୍ୟୁ ଙ୍କୁ ଚକ୍ରବିହ୍ୟ ରେ ପ୍ରବେଶ କରିବା ଜାଣିଥିଲେ କିନ୍ତୁ ବାହାରିବା ଜାଣି ନଥିଲେ।ସେ ଚକ୍ରବିହ୍ୟ ଭିତରେ ପ୍ରବେଶ କରି କୌରବ ସେନା ମଧ୍ୟରେ ହାହାକାର ସୃଷ୍ଟି ହୋଇଥିଲା। ଅଭିମନ୍ୟୁ ଏପରି ଧନୁର୍ବିଦ୍ୟା ଦେଖାଇଲେ କୌରବ ପକ୍ଷ ମଧ୍ୟ ଚକିତ ହୋଇଗଲେ।ଅଭିମନ୍ୟୁ ଙ୍କୁ ରୋକିବା ପାଇଁ ସମସ୍ତେ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ କେହି ରୋକି ପାରୁ ନଥିଲେ।କର୍ଣ୍ଣ ଙ୍କ ସମେତ କୌରବ ପକ୍ଷରୁ ସାତ ଜଣ ମହାରଥୀ ଅଭିମନ୍ୟୁ ଙ୍କ ସହିତ ଲଢେଇ କରିବାକୁ ଆଗକୁ ଆସିଥିଲେ।
ଅଭିମନ୍ୟୁ ଏହାଦେଖି ବିଚଳିତ ନ ହୋଇ ଲଢେଇ କରୁଥିଲେ।କୌରବ ମାନେ ଯୁଦ୍ଧର ସବୁ ନିୟମକୁ ଭାଙ୍ଗି ଦେଇଥିଲେ।ଶେଷରେ କର୍ଣ୍ଣ ସୁଯୋଗ କୁ ହାତ ଛଡା ନ କରି ଅଭିମନ୍ୟୁ ଙ୍କୁ ବଧ କରିଥିଲେ।ଅଭିମନ୍ୟୁ ପ୍ରାଣ ତ୍ୟାଗ କରୁଥିବା ସମୟରେ କର୍ଣ୍ଣ ତାଙ୍କ ନିକଟକୁ ଆସି କାନରେ କହିଲେ ଯେ ହେ ବୀର ଆଜି ପର୍ଯ୍ୟନ୍ତ ଦୁନିଆ ଜାଣିଥିଲା କି ଅର୍ଜୁନ ଓ କର୍ଣ୍ଣ ଭିତରେ ବିଶ୍ଵର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେବାପାଇଁ ପ୍ରତିଦ୍ବନ୍ଦ୍ବିତା ଚାଲିଛି।
କିନ୍ତୁ ଆଜି ତୁମେ ଆମ ଦୁଇ ଜଣଙ୍କ ଠାରୁ ସେହି ମୁକୁଟ ସବୁଦିନ ପାଇଁ ଛଡେଇ ନେଇଛ।ହେ ବୀର ତୁମେ ଏହି ନର୍କ କୁ ଛାଡ଼ି ସ୍ବର୍ଗ କୁ ଚାଲି ଯାଅ।




