ରାଜ୍ୟ
କାହିଁକି ଦୀର୍ଘଦିନ ଧରି କୋଣାର୍କ ମନ୍ଦିର ବନ୍ଦ ହୋଇ ରହିଛି ଜାଣନ୍ତୁ ଏହାର ପ୍ରକୃତ ଇତିହାସ

କୋଣାର୍କ ମନ୍ଦିର ର ମୁଖଶାଳା କଣ ପାଇଁ ବନ୍ଦ ହୋଇ ଯାଇଛି ତାହା ରହସ୍ୟ ହୋଇ ରହି ଯାଇଛି।ଏହି ଦ୍ଵାର କଣ ପାଇଁ ଖୋଲା ଯାଉ ନାହିଁ? ଦ୍ୱାର ଖୋଲା ହେଲେ ପ୍ରଳୟ ଆସିପାରେ କି?ନା ଖୋଲିଯିବ ଭୟଙ୍କର ରହସ୍ୟ।ଏହିଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।୧୯୦୩ ମସିହାରେ ଅଚାନକ କୋଣାର୍କ ମନ୍ଦିର ର ମୁଖଶାଳା କୁ ବନ୍ଦ କରାଯାଇଥିଲା।ମନ୍ଦିରକୁ ପୁରା ବାଲିରେ ପରି ପୂର୍ଣ୍ଣ କରି ଗୋଟି ଇଟା ସାହାଯ୍ୟରେ ବନ୍ଦ କରିଦେଲେ।
ଏହି ଘଟଣା କୁ ୧୧୮ ବର୍ଷ ବିତିଗଲାଣି।କିନ୍ତୁ ଆଜି ପର୍ଯ୍ୟନ୍ତ ଭାରତ ସରକାର ଏହି ଦ୍ଵାର କୁ ଖୋଲୁ ନାହାନ୍ତି।ବର୍ତ୍ତମାନ ଯଦି ଆପଣମାନେ କୋଣାର୍କ ମନ୍ଦିର ଯାଉଛନ୍ତି ତେବେ ମନ୍ଦିରର ମୁଖ୍ୟ ଦ୍ଵାର ବନ୍ଦ ହୋଇ ରହିଥିବା ଦେଖୁ ପାରୁଥିବେ।ମୁଖ୍ୟ ଚାରିପଟେ ବୁଲି ପାରିବେ।କିନ୍ତୁ ଏହାର ପ୍ରକୃତ ରହସ୍ୟ ମନ୍ଦିର ଭିତରେ ହିଁ ରହିଛି।ଓଡ଼ିଶା ହେଉଛି ରହସ୍ୟ ରେ ଭରପୁର ହୋଇ ରହିଥିବା ରାଜ୍ୟ।
ଏହି କୋଣାର୍କ ମନ୍ଦିର ରେ ଅନେକ ରହସ୍ୟ ଯୋଡ଼ି ହୋଇ ରହିଛି। ଏହି ଅଧା ଅଧୁରା ମନ୍ଦିର ହିଁ ରହସ୍ୟ ର ଏକ ଜ୍ଵଳନ୍ତ ଉଦାହରଣ।କୁହାଯାଏ ଯେ କୋଣାର୍କ କୁ ଅଭିଶାପ ମିଳିଛି। ୧୦୦ ବର୍ଷ ପର୍ଯ୍ୟନ୍ତ ବାଲି ତଳେ ପୋତି ହୋଇ ରହିଥିଲା।କୋଣାର୍କ କୁ ତିଆରି କରିଥିବା କାରିଗର ମାନେ ଜୀବନ ହାରି ଥିଲେ।ଏହା ମଧ୍ୟ ଶୁଣାଯାଏ ଯେ ରାତି ହେଲେ କୋଣାର୍କ ମନ୍ଦିର ରୁ ନର୍ତ୍ତକୀ ମାନଙ୍କର ଘୁଙ୍ଗୁର ଶବ୍ଦ ଶୁଣାଯାଏ।
ଏହା ମଧ୍ୟ ବିଶ୍ୱାସ ରହିଛି କି କୋଣାର୍କ ମନ୍ଦିର ର ମୁଖ୍ୟ ଦ୍ଵାର ଖୋଲିଲେ ପ୍ରଳୟ ଆସିବ।ଏମିତି ଅନେକ ରହସ୍ୟ ରହିଛି ଯାହା ଆପଣ ମାନଙ୍କର ହୋସ ଉଡ଼ାଇ ଦେବ।କୋଣାର୍କ ମନ୍ଦିର ର ମୁଖଶାଳା ଖୋଲିବା ପାଇଁ ଭାରତ ସରକାର ନିଷ୍ପତି ନେଇ ନାହାନ୍ତି।ବାରମ୍ବାର ନିଷ୍ପତି କୁ ବଦଳାଇ ଦେଇଥାନ୍ତି।ଭାରତ ସରକାର କିଛି ରହସ୍ୟ କୁ ଲୁଚାଇବାକୁ ଚାହୁଁଛନ୍ତି କି?ଏହିଭଳି ଅନେକ ରହସ୍ୟ ରହିଛି।




