ଦେଶ- ବିଦେଶ

ଋଷି,ମୁନି,ସାଧୁ, ସନ୍ଥ ମାନଙ୍କ ମଧ୍ୟରେ ପାର୍ଥକ୍ୟ କଣ ଜାଣନ୍ତୁ ଏହି ବଡ ରହସ୍ୟ

ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆଜି ଆପଣ ମାନେ ଜାଣିବେ କି ୠଷି, ମୁନି, ଯୋଗୀ ସାଧୁସନ୍ଥ ମାନଙ୍କ ମଧ୍ୟରେ କଣ ପାର୍ଥକ୍ୟ ରହିଛି । ପ୍ରାଚୀନ କାଳରୁ ଋଷି ମାନଙ୍କ ର ଏକ ବିଶେଷ ମହତ୍ତ୍ଵ ରହିଛି।
କାରଣ ସେମାନଙ୍କୁ ସମାଜ ର ପଥ ପଦର୍ଶକ ବୋଲି କୁହାଯାଏ। ୠଷି ମାନେ ତାଙ୍କ ଜ୍ଞାନ ବୁଦ୍ଧି ବଳରେ ସମାଜ ର କଲ୍ୟାଣ କାର୍ଯ୍ୟ କରନ୍ତି।
ୠଷି ସେହି ମାନଙ୍କୁ କୁହାଯାଏ ଯାହାଙ୍କୁ ସବୁ ବିଷୟ ରେ ଜ୍ଞାନ ଥାଏ। ଏମାନଙ୍କ ଦ୍ବାରା କୁହାଯାଇ ଥିବା କଥା କେବେ ହେଲେ ମଧ୍ୟ ମିଛ ପ୍ରମାଣିତ ହୋଇ ନ ଥାଏ।
ଏହା ଏଥିପାଇଁ ଯେ ଏମାନଙ୍କ ଦ୍ବାରା ଦିଆଯାଇ ଥିବା ବରଦାନ ଓ ଅଭିଶାପ କେବେ ହେଲେ ବି ବ୍ୟର୍ଥ ଯାଏ ନାହିଁ। ଯେମିତି ୠଷି ଦୁର୍ବାସା ଙ୍କ ଦ୍ଵାରା ଦିଆଯାଇ ଥିବା ବରଦାନ ଯେ ମାତା କୁନ୍ତୀ ଙ୍କ ର ସବୁ ପୁତ୍ର ଦେବ ପୁତ୍ର ହେବେ।
ହିନ୍ଦୁଧର୍ମ ଗ୍ରନ୍ଥ ଅନୁସାରେ ୠଷି ମାନଙ୍କୁ ଚାରି ପ୍ରକାର ରେ ବିଭକ୍ତ କରାଯାଇଛି। ପ୍ରଥମେ ହେଉଛି ମହାନ୍ ୠଷି ଯେ ୠଷି ମାନଙ୍କ ର ମଧ୍ୟ ୠଷି ହୋଇଥାନ୍ତି ସେମାନଙ୍କୁ ମହାନ ୠଷି କୁହାଯାଏ ତା ପରେ ରାଜଶ୍ରୀ ଏହାର ଅର୍ଥ ହେଲା କୌଣସି ରାଜା ୠଷି ମାନଙ୍କ ର ସମକକ୍ଷ ଜ୍ଞାନ ଥାଏ ସେମାନଙ୍କୁ ରାଜଶ୍ରୀ ବୋଲି କୁହାଯାଏ।
ତା ପରେ ଦେବଶ୍ରୀ ଯଦି କୌଣସି ଦେବତା ବହୁତ୍ ବେଶି ଜ୍ଞାନ କୁ ଅର୍ଜନ କରିଥାନ୍ତି ତାହେଲେ ତାଙ୍କୁ ଦେଵଶ୍ରୀ ବୋଲି କୁହାଯାଏ।
ଯେମିତି କି ନାରଦ ମୁନି ତାଙ୍କୁ ଦେବଶ୍ରୀ ନାରଦ ମୁନି ବୋଲି କୁହାଯାଏ ଓ ପରିଶେଷରେ ବ୍ରହ୍ମଶ୍ରୀ ।ବ୍ରହ୍ମଶ୍ରୀ
ସେଇ ମାନେ ଅଟନ୍ତି ଯାହାଙ୍କ ପାଖରେ ଅପାର ଆଧ୍ୟାତ୍ମିକ ଜ୍ଞାନ ଥାଏ ଯେପରି କି ବ୍ରହ୍ମଶ୍ରୀ ବଶିଷ୍ଠ ଓ ବ୍ରହ୍ମଶ୍ରୀ ବିଶ୍ଵମିତ୍ର ଯେ କି ରାମ ଙ୍କ ର ଗୁରୁ ଥିଲେ।
ପ୍ରେତେକ ମହାତ୍ମା ଙ୍କ ପାଖରେ ତିନଟି ଚକ୍ଷୁ ଥାଏ ତାହାହେଲା ଜ୍ଞାନଚକ୍ଷୁ, ଦିବ୍ୟଚକ୍ଷୁ, ଏବଂ ପରମ ଚକ୍ଷୁ। ଯାହାର ଜ୍ଞାନ ଚକ୍ଷୁ ଜାଗ୍ରତ ହୋଇଥାଏ ତାହାଙ୍କୁ ୠଷି ବୋଲି କୁହାଯାଏ।
ଯାହାର ଦିବ୍ୟ ଚକ୍ଷୁ ଜାଗ୍ରତ ହୋଇଥାଏ ତାହାଙ୍କୁ ମହାଋଷି ବୋଲି କୁହାଯାଏ। ଯାହାର ପରମ ଚକ୍ଷୁ ଜାଗ୍ରତ ହୋଇଥାଏ ତାହାଙ୍କୁ ବ୍ରହ୍ମଶ୍ରୀ ବୋଲି କୁହାଯାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button