ଜ୍ୟୋତିଷ

ରହସ୍ୟମୟ ଶିବଲିଙ୍ଗ ପ୍ରତି ବର୍ଷ ବଢୁଛି ଉଚ୍ଚତା ଦେଖନ୍ତୁ କେମିତି ଏହି ମନ୍ଦିର ପାଇଲା ରହସ୍ୟମୟ ଆଖ୍ୟା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହି ଦୁନିଆରେ କୋଟି କୋଟି ଶିବ ଲିଙ୍ଗ ଅଛି। ସମସ୍ତଙ୍କର ନିଜର ମାନ୍ୟତା ଓ ମହତ୍ତ୍ଵ ମଧ୍ଯ ରହିଛି। କିଛି ଶିବ ଲିଙ୍ଗ ତାଙ୍କ ଇତିହାସ ପାଇଁ ପ୍ରସିଦ୍ଧ ହୋଇଥିବା
 ବେଳେ ଆଉ କିଛି ମଧ୍ୟ ନିଜର ଚମତ୍କାରିତା ପାଇଁ ପ୍ରସିଦ୍ଧ ଅଟନ୍ତି।ସେହିଭଳି ଏକ ଜାଗା ହେଉଛି ଛତିଶଗଡ଼ ର ଗାରିଆବନ୍ଧ। ଯେଉଁଠାରେ କି ଶିବଲିଙ୍ଗର ଆକାର ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଛି।
ତେବେ ଆପଣ ଯଦି ଭଗବାନ ଙ୍କୁ ମାନନ୍ତି ତେବେ ପଥର ବି ପୂଜା ପାଇଲେ ସେ ଭଗବାନ ସଦୃଶ୍ୟ ଅଟନ୍ତି। ଏହି ଭଳି ପ୍ରଭୁ ଶଙ୍କର ଙ୍କ ମଧ୍ଯ ଅପାର କରୁଣା ରହିଛି। ଯାହାର ପ୍ରମାଣ ମଧ୍ଯ ମିଳି ସାରିଛି।
ମହାଦେବ ସେଠାରେ ଜୀବିତ ଥିବାରୁ ପ୍ରତିବର୍ଷ ତାହାର ଆକାର ମଧ୍ୟ ବୃଦ୍ଧି ପାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶିବ ଲିଙ୍ଗ ର ଆକାର ଛୋଟ ଥିଲା। ତାହା ଏବେ ବଢି ବିଶାଳ ଆକାର ଧାରଣ କରିଛି।
ଏହା ହେଉଛି ପ୍ରକୃତି ଦ୍ବାରା ପ୍ରଦପ୍ତ ବିଶ୍ଵର ସବୁଠାରୁ ବଡ଼ ଶିବ ଲିଙ୍ଗ।ଯେଉଁଠାରେ କି ଶିବଲିଙ୍ଗର ଆକାର କମେ ନାହିଁ ବରଂ ପ୍ରତିବର୍ଷ ଏହା ବଢ଼ିବାକୁ ଲାଗିଥାଏ। ଏହି ଶିବ ଲିଙ୍ଗ କୁ ମଧ୍ଯ ଭୁତେଶ୍ୱରନାଥ ବୋଲି କୁହାଯାଇ ଥାଏ।
ଯାହାକୁ ମଧ୍ୟ ଲୋକ ମାନେ ଭକୁରା ନାମରେ ଜାଣିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ପ୍ରତି ବର୍ଷ ଶିବ ଲିଙ୍ଗ ଙ୍କ ଆକାର ବଢ଼ିବା ସହ ଭକ୍ତ ଙ୍କ ସଂଖ୍ୟା ମଧ୍ଯ ବଢ଼ିବାରେ ଲାଗୁଛି।
ଏଠାରେ ଜଣେ ଜମିଦାର ନିଜ ଘରକୁ ଯାଉଥିବା ସମୟରେ ସେଠାରେ ଏକ ବିରାଟ ସିଂହ ଓ ଷଣ୍ଢ ର ଗର୍ଜନ ଶୁଣି ଥିଲେ। ତାହାପରେ ସେ ଏହି ସମ୍ପର୍କ ରେ ଗ୍ରାମବାସୀ ଙ୍କୁ ଜଣାଇଥିଲେ।
ଏହାପରେ ଗ୍ରାମବାସୀ ମାନେ ସେଠାରେ ପହଞ୍ଚି ସମାନ ସ୍ୱର ଶୁଣିଥିଲେ। ଏହାପରେ ଲୋକ ମାନେ ସେଠାରେ ଥିବା ପଥର କୁ ଶିବ ଲିଙ୍ଗ ବୋଲି ଭାବିଥିଲେ। ଏବଂ ସେବେଠାରୁ ତାହା ମହାଦେବ ଙ୍କ ରୂପରେ ପୂଜା ପାଇ ଆସୁଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button