ଜ୍ୟୋତିଷ

କୁମ୍ଭ ରାଶି ମୀନ ରାଶି ଏମିତି କଟିବ ଭାଗ୍ୟ ଶୀଘ୍ର ଦେଖନ୍ତୁ କେମିତି

ଆଜି ହେଉଛି ୧୩ ଜାନୁଆରୀ ୨୦୨୩।ଶୁକ୍ରବାର।ଆଜି ହେଉଛି ଧନୁ ସଂକ୍ରମଣ ର ୨୯ ଦିନ।ଷଷ୍ଠୀ ତିଥି। ଉତ୍ତରା ଫାଲଗୁନି ନକ୍ଷତ୍ର କନ୍ୟା ରାଶି ରେ ଅବସ୍ଥାନ କରୁଛନ୍ତି। ତେଣୁ ସୂର୍ଯ୍ୟ ଉଦୟ,ସୂର୍ଯ୍ୟାସ୍ତ,ଦିନ ଚର୍ଯା ଉପରେ କଣ ପ୍ରଭାବ ରହିବ ଆସନ୍ତୁ ଜାଣିବା।
ବିଛା ରାଶି,ଧନୁ ରାଶି ଓ ମୀନ ରାଶି ଙ୍କ ବ୍ୟକ୍ତି ବିଶେଷ ଙ୍କ ପାଇଁ ଘାତ ବାର ଅଟେ। ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳା ମାନଙ୍କ ପ୍ରତି ଘାତ ଚନ୍ଦ୍ର ରହୁଛି।
କୌଣସି ଆଘାତ ପ୍ରାପ୍ତି ସ୍ଥାନକୁ ଯିବେ ନାହିଁ। ବାର ବେଳା ଓ କାଳ ବେଳା ଦିବା ୯ ଘଟିକା ୧୦ ମିନିଟ୍ ଠାରୁ ୧୧ ଘଣ୍ଟା ୫୫ ମିନିଟ୍ ଯାଏଁ ରହୁଛି।କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଛି।
ଅମୃତ ବେଳା ସକାଳ ୯ ଘଟିକା ୨୧ ମିନିଟ୍ ଠାରୁ ୧୦ ଟା ୩୯ ମିନିଟ୍ ରେ ରହୁଛି। ମାହେନ୍ଦ୍ର ବେଳା ସକାଳ ୩ ଟା ୫୭ ମିନିଟ୍ ଠାରୁ ସଂଧ୍ୟା ୫ ଟା ୨୪ ମିନିଟ୍ ରେ ରହିଛି।ଏହି ଅମୃତ ବେଳା ଆଉ ମାହେନ୍ଦ୍ର ବେଳା ସମୟ ମଧ୍ୟରେ ସମସ୍ତ ଶୁଭ କାର୍ଯ୍ୟ କରିବା ଉଚିତ।
ଶାସ୍ତ୍ର ବାଣୀ ହେଇଛି ଯେ ସମସ୍ତ ପରିସ୍ଥିତି ରେ ଆମମାନଙ୍କ ବ୍ୟବହାର ସମାନ ହେବା ଉଚିତ।ଦୁଃଖରେ ମଧ୍ୟ ଆଉ ସୁଖରେ ମଧ୍ୟ ରହିବେ।
କୁମ୍ଭ ରାଶି :-
ପ୍ରଚୁର ଟଙ୍କା ରୋଜଗାର କରିବେ।ପାରିବାରିକ ଜୀବନ ସୁଖମୟ ହେବ।ଆର୍ଥିକ ବ୍ୟବସ୍ଥା,ପାରିବାରିକ ବ୍ୟବସ୍ଥା ଆଉ ସାମାଜିକ ବ୍ୟବସ୍ଥା ସମସ୍ତ ଭଲ ରହିବ।ମଙ୍ଗଳମୟ ଆଉ ଶୁଭ ରହିବ।
ମୀନ ରାଶି:-
ଶାନ୍ତିରେ ରହିବେ।ଅନ୍ୟଙ୍କ ଆଶ୍ୱାସନା ବାଣୀ ଶୁଣି ଆନନ୍ଦିତ ହୋଇପଡ଼ିବେ।ଆର୍ଥିକ ବ୍ୟବସ୍ଥା,ପାରିବାରିକ ବ୍ୟବସ୍ଥା ଆଉ ସାମାଜିକ ବ୍ୟବସ୍ଥା ସମସ୍ତ ଭଲ ରହିବ।ପିତା ମାତାଙ୍କ ଶରୀର ଭଲ ରହିବ।କୌଣସି ପ୍ରତିକାର କରିବା ଆବଶ୍ୟକ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button