ଦେଶ- ବିଦେଶ

ଆଜିର ରାଶିଫଳ, ୧୮/୧/୨୦୨୩ ବୁଧ ବାର, ଗ୍ରହ ଦୋଷ ର ଜେଉଁ କେଉଁ ପ୍ରତିକାର କରିବେ

ଆଜି ହେଉଛି ୧୮ ଜାନୁଆରୀ।ବୁଧବାର।୨୦୨୩।ଏକାଦଶ ତିଥି ସୂର୍ଯ୍ୟୋଦୟ ପରଠାରୁ ଅପରାହ୍ନ ୩ ଘଣ୍ଟା ୫୦ ମିନିଟ ପର୍ଯ୍ୟନ୍ତ ରହିବ।ଆପଣମାନେ ଶିମ୍ବ ଏବଂ ପୋଇଶାଗକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:-
ଭାବ ପ୍ରବଣତା ରହିବେ। କର୍ମକୁ ଚାପ କୁ ନେଇ ଚିନ୍ତାଗ୍ରସ୍ତ ହେବେ।ଅନ୍ୟ ଙ୍କୁ ସାହାର୍ଯ୍ୟ କରିବାକୁ ଯାଇ ଅସୁବିଧାରେ ପଡି ପାରନ୍ତି।ଦେହ ମନ ସୁସ୍ଥ ରହିବ ନାହିଁ।ପୈତୃକ ସଂପତ୍ତି କୁ କେନ୍ଦ୍ର କରି ବା ପାଖ ପଡୋଶୀ ଙ୍କ ସହିତ କୌଣସି ଭୂମି ଗତ କଥାକୁ ନେଇ ବିବାଦ ଦେଖା ଦେଇପାରେ।
ବୃଷ:-
କର୍ମ କ୍ଷେତ୍ର କୁ ନେଇ ଦୂର ଯାତ୍ରା କରିବେ।ବହୁତ ଖର୍ଚ୍ଚ ହୋଇପାରେ।ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ପାଟି ତୁଣ୍ଡ ହୋଇପାରେ।ସନ୍ତାନ ମାନଙ୍କ କାର୍ଯ୍ୟ କୁ ଦେଖି ଚିନ୍ତିତ ରହିବେ।
ମିଥୁନ:-
ପୂର୍ବରୁ କୌଣସି ମାନସିକ ଚାପ ଥିଲେ ତାହା ଦୂରେଇ ଯିବ।ଆର୍ଥିକ ସଙ୍କଟ ମଧ୍ୟ ଦୂର ହେବ।ଅର୍ଥ ପ୍ରାପ୍ତି କରିବେ।ପାରିବାରିକ ଜୀବନ ସୁଖମୟ ହେବ।ସନ୍ତାନ ମାନଙ୍କ କାର୍ଯ୍ୟ କୁ ଦେଖି ଆନନ୍ଦିତ ହେବେ।ଦାମ୍ପତ୍ୟ ଜୀବନରେ କିଛି ଝଗଡ଼ା ହୋଇଥିଲେ ତାହା ଦୂର ହେବ।
କର୍କଟ:-
ଭାବ ପ୍ରବଣତା ହେବେ।ଅନ୍ୟଙ୍କୁ ସାହାର୍ଯ୍ୟ କରି ଅସୁବିଧାରେ ପଡିବେ।ମନର କଥା ଅନ୍ୟଙ୍କ ଆଗରେ ପରିପ୍ରକାଶ କରି ଅସୁବିଧାରେ ପଡି ପାରନ୍ତି।ପାଣି ନିକଟକୁ ଯିବେ ନାହିଁ।ନିଜ ଲୋକ ବିଶ୍ୱାସ ଘାତକତା କରିବେ।
ସିଂହ:-
ପରିଶ୍ରମୀ ହେବେ।କର୍ମ ଚାପ ଅନୁଭବ କରିବେ।କିନ୍ତୁ ଫଳ ପାଇବେ ନାହିଁ।ଅନ୍ୟଙ୍କୁ ସାହାର୍ଯ୍ୟ କରି ନିରାଶ ହେବେ।ଅଧିକ ଅର୍ଥ ଖର୍ଚ୍ଚ ହେବ।ଦାମ୍ପତ୍ୟ ଜୀବନରେ ସାଧାରଣ କଥାକୁ ନେଇ ବିବାଦ ଦେଖା ଦେଇପାରେ।
କନ୍ୟା:-
ଶୁଭ ପ୍ରଦ ରହିବ।ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ। ଧନର ଆଗମନ ଘଟିବ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ବାନ ହେବେ।ଅନରଙ୍ଗ ମିତ୍ର ଙ୍କ ସହିତ ସାକ୍ଷାତ କରିବେ।ଶୁଭ ରଙ୍ଗ ହେଉଛି ବାଦାମୀ,ସବୁଜ ଏବଂ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ତୁଳା:-
ଅନୁକୂଳ ରହିବ।ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରେଇ ଯିବ।ମା ଙ୍କ ପାଖରୁ କିଛି ଅର୍ଥ ଗ୍ରହଣ କରିବେ।ମା ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରେଇ ଯିବ।ପିତା ପୁତ୍ର ଙ୍କ ସମ୍ପର୍କ ମଧ୍ୟରେ ଉତ୍ତମ ରହିବ।ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-
ଅନ୍ୟ ମାନଙ୍କ ସହିତ ସମ୍ପର୍କ ରଖିବା ପରେ କିଛି ତିକ୍ତତା ଦେଖା ଦେଇପାରେ ସନ୍ତାନ ମାନଙ୍କ କାର୍ଯ୍ୟ କୁ ଦେଖି ଖୁସି ହେବେ।ପାଖ ପଡୋଶୀ ଙ୍କ ସହିତ କଳହ ଦେଖା ଦେଇପାରେ।କର୍ମ ରେ ଚାପ ଅନୁଭବ କରିବେ।ଭଲ କାମ କରି ମଧ୍ୟ ନିନ୍ଦା ପାଇବେ।
ଧନୁ:-
ଅଯଥା ଭ୍ରମଣ କରିବେ।ପାରିବାରିକ ଜୀବନ ରେ ଛୋଟ ଛୋଟ କଥାକୁ ନେଇ ବିବାଦ ଦେଖା ଦେଇପାରେ।କିନ୍ତୁ ତାହା ଠିକ୍ ହୋଇଯିବ।ବ୍ୟବସାୟ ରେ ବ୍ୟବସାୟୀ ମାନେ ଲାଭ କରିବେ।ସନ୍ତାନ ମାନେ ଶୁଭ ସମ୍ବାଦ ଦେବେ।ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।
ମକର:-
ଅତ୍ୟନ୍ତ ଶୁଭ ପ୍ରଦ ରହିବ।ସମସ୍ତ ଅସମ୍ଭବ କାମ ସମ୍ଭବ କରିବେ।ପୂର୍ବର ଇଛା ଆଉ ଅଭିଳାଷ କୁ ପୂର୍ଣ୍ଣ କରିବେ।ବ୍ୟବସାୟ ରେ ବ୍ୟବସାୟୀ ମାନେ ଲାଭ କରିବେ।ପାରିବାରିକ ଜୀବନ ସୁଖମୟ ରହିବ।ଦାମ୍ପତ୍ୟ ଜୀବନରେ ସାଧାରଣ ସମସ୍ୟା ଥିଲେ ତାହା ଦୂରେଇ ଯିବ।
କୁମ୍ଭ:-
ଅତ୍ୟନ୍ତ ଶୁଭ ପ୍ରଦ ରହିବ।ସନ୍ତାନ ମାନଙ୍କର କିଛି ସମସ୍ୟା ରହିଥାଏ ତାହେଲେ ଦୂରେଇ ଯିବ।ବିଦ୍ୟାରେ ଉନ୍ନତି କରିବେ।ବିଦେଶ ଯାତ୍ରା ମଧ୍ୟ କରିବେ। ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ବିବାଦ ଦୂରୀଭୂତ ହେବ।
ମୀନ:-
ସ୍ଵାସ୍ଥ୍ୟଗତ ସମସ୍ୟା କୁ ସାମାନ୍ୟ ଚିନ୍ତିତ ରହିବେ।ଥଣ୍ଡା, କଫ,ଜ୍ଵର ସମସ୍ୟା ଦେଖା ଦେଇପାରେ।ପାରିବାରିକ ଜୀବନରେ କଳହ ଲାଗି ରହିବ।ମାନସିକ ଅଶାନ୍ତି ଦେଖା ଦେବ।ବିଚଳିତ ହେବେ।ଅନ୍ୟଙ୍କୁ ସାହାର୍ଯ୍ୟ କରି ଅସୁବିଧାରେ ପଡିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button