ଦେଶ- ବିଦେଶ

ଯଦି ଅନୁମତି ମିଳେ ୨୪ ଘଣ୍ଟାରେ ବିଷ୍ଣୋଇ ଗ୍ୟାଙ୍ଗକୁ ମାଟିରେ ମିଶାଇ ଦେବି: ପପୁ ଯାଦବ

ପାଟଣା: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାରି ଭିତରେ ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କ ବଡ଼ ବୟାନ ଆସିଛି। ସେ କହିଛନ୍ତି, ‘ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ କରିଦେବି। ଅପରାଧର ସାମ୍ରାଜ୍ୟକୁ ବିନାଶ କରିଦେବି।’

ପପୁ ଯାଦବ କହିଛନ୍ତି, ଯଦି ଆଇନ ଅନୁମତି ଦିଏ ତେବେ ସେ ୨୪ ଘଣ୍ଟା ମଧ୍ୟରେ ଲରେନ୍ସଙ୍କ ପରି ଛୋଟ-ମୋଟ ଅପରାଧୀଙ୍କ ସମ୍ପୂର୍ଣ୍ଣ ନେଟୱର୍କକୁ ମାଟିରେ ମିଶାଇ ଦେବେ। ପୂର୍ଣ୍ଣିୟା ସାଂସଦ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ପୋଷ୍ଟରେ ରାଗି ଯାଇ ବିବାଦୟୀ ଶବ୍ଦର ପ୍ରୟୋଗ ମଧ୍ୟ କରିଛନ୍ତି। ଏହାସହ ସେ ମହାରାଷ୍ଟ୍ରର ଆଇନ କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ବିଶେଷ କରି ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସେ ସମାଲୋଚନା କରିଛନ୍ତି।

ସୋସି‌ଆଲ ମିଡିଆରେ ସେ ଲେଖିଛନ୍ତି, ଏହା ଦେଶ ନା…ଆଉ କିଛି। ଜଣେ ଅପରାଧୀ ଜେଲରେ ବସି ଲୋକଙ୍କୁ ଚ୍ୟାଲେଞ୍ଜ କରୁଛି, ଲୋକଙ୍କୁ ହତ୍ୟା କରୁଛି। କିନ୍ତୁ ସମସ୍ତେ ଚୁପ ଅଛନ୍ତି। ଲରେନ୍ସ ବିଷ୍ଣୋଇ ମୁସେୱାଲାଙ୍କୁ ହତ୍ୟା କରିଥିଲା। ସେ କର୍ଣ୍ଣି ସେନା ମୁଖ୍ୟଙ୍କୁ ବି ହତ୍ୟା କରିଛି। ଆଉ ଏବେ ଜଣେ ଶିଳ୍ପପତି ତଥା ରାଜନେତାଙ୍କୁ ହତ୍ୟା କରିଛି। ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ କରିଦେବେ ବୋଲି ଓପନ୍‌ ଚ୍ୟଲେଞ୍ଜ ଦେଇଛନ୍ତି ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button