ଜ୍ୟୋତିଷ

ଜୀବନରେ ସବୁବେଳେ ଆପଣଙ୍କ ସହ ଖରାପ ହେଉଛି କି ଜାଣନ୍ତୁ ଏହି ରହସ୍ୟ

ଯାହା ସହିତ ସବୁବେଳେ ଖରାପ ହେଉଛି ସେ ଏହି କଥା ସବୁ ନିଶ୍ଚୟ ଜାଣିବା ଉଚିତ।
(୧)ଜୀବନରେ ଗୋଟିଏ ନିୟମ ରଖନ୍ତୁ ସିଧା କୁହନ୍ତୁ, ସତ କୁହନ୍ତୁ,ଯାହା କହିବାର ଅଛି ତାହା ମୁହଁରେ କୁହନ୍ତୁ ଯିଏ ନିଜର ଥିବେ ବୁଝି ପାରିବେ,ଆଉ ଯିଏ ପର ଥିବେ ସେ ଦୂରେଇ ଯିବେ।କିଏ ଧନରେ ବଡ଼,ଆଉ କିଏ ପଦ ରେ ବଡ଼,କିଏ ଆୟୁ ରେ ବଡ଼,କିଏ ମନରେ ବଡ଼, ଯିଏ ଜ୍ଞାନ ରେ ବଡ଼ ସେ ପ୍ରକୃତରେ ବଡ଼।
(୨)ସମୟ ସବୁବେଳେ ଆମ ସାଥିରେ ରହିଥାଏ।ସେ ଭଲ କି ଖରାପ ଏହା ଆମ କର୍ମ ନିର୍ଦ୍ଧାରିତ କରେ।ଦୁନିଆ ତାର ସମ୍ମାନ କରେ ଯିଏ ନିଜକୁ ମୂଲ୍ୟବାନ ବନାଏ,ତାର ନୁହେଁ ଯିଏ ଅଳ୍ପ କଷ୍ଟରେ ହାର ମନିଯାଏ।ସ୍ବପ୍ନ ସବୁବେଳେ ବଡ଼ ରୁ ବଡ଼ ଦେଖିବା କଥା କାରଣ ଜହ୍ନ କୁ ପାଇ ପାରିବନି ହେଲେ ଆକାଶ ଯାଏଁ ପହଞ୍ଚି ପାରିବ।
(୩)ଡେରି ହେଲେ ବି ସବୁକିଛି ମିଳିବ ଯାହା ତୁମେ ଚାହୁଁଛ,ନିଶ୍ଚୟ ମିଳିବ ବିଶ୍ୱାସ ରଖ ଦିନ ଖରାପ ହୋଇଥାଏ ହେଲେ ଜୀବନ ନୁହେଁ। ଏ ଦୁନିଆରେ ଦୁର୍ବଳ କେହି ବି ନୁହଁନ୍ତି,ପରିସ୍ଥିତି ମଣିଷ କୁ ଦୁର୍ବଳ ବନେଇ ଦେଇଥାଏ।
ଆଉ କିଛି ଦୁଷ୍ଟ ଲୋକ ଏହାର ଫାଇଦା ଉଠାଇ ନିଜକୁ ସିଂହ ବୋଲି ଭାବନ୍ତି। ରାଗିବା ଛାଡ଼ି କାନ୍ଦି ଦିଅନ୍ତୁ,କାରଣ ରାଗ ଅନ୍ୟର କ୍ଷତି କରେ ଆଉ ଲୁହ ଚୁପ୍ ଚାପ୍ ଆତ୍ମା ରୁ ବାହାରି ହୃଦୟ କୁ ନିର୍ମଳ କରିଦିଏ।
(୪)ଜୀବନରେ ହାରିବା ଗୋଟେ ଶିକ୍ଷା ଯାହା ନିଜକୁ ସୁଧାରିବାର ମଉକା ଦେଇଥାଏ। କାହାକୁ ଭଲ ପାଇବା ଦେବା ସବୁଠାରୁ ବଡ଼ ଉପହାର।ଆଉ କାହାଠାରୁ ଭଲ ପାଇବା ପାଇବା ସବୁଠାରୁ ବଡ଼ ସମ୍ମାନ।ଯେତେବେଳେ ଯାହା ହୋଇଥାଏ ସମସ୍ତଙ୍କ ଭଲ ପାଇଁ ହୋଇଥାଏ।
ଭଗବାନ ସବୁବେଳେ ସମସ୍ତଙ୍କ ଭଲ ହିଁ କରିଥାନ୍ତି।ଆମ ଜୀବନରେ ଯାହା ବି ଖରାପ ହୁଏ,ତାହା ଖରାପ ନୁହେଁ,ତାହା ଆମକୁ ଖରାପ ଲାଗେ ହେଲେ ତାହା ଆମ ପାଇଁ ଭଲ ହୋଇଥାଏ।ସମୟ ଆସିଲେ ତାହା ଆମେ ଠିକ୍ ବୁଝି ପାରିବା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button