ଜ୍ୟୋତିଷ

ଆଜି ଶନିବାର, ଶନିଦେବ ଙ୍କ ବାର! ଭୁଲ୍ ରେ ବି କରନ୍ତୁନି ଏମିତି ଭୂଲ ନହେଲେ ଶନି ବର୍ବାଦ କରିଦେବେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହିନ୍ଦୁ ଧର୍ମରେ ଶନିବାର ଦିନଟି ଭଗବାନ ଶନି ଦେବଙ୍କୁ ସମର୍ପିତ ହୋଇଥାଏ। ନଅ ଟି ଗ୍ରହ ଭିତରୁ ଶନି ଦେବଙ୍କୁ ବହୁତ କ୍ରୂର ବୋଲି ବୁଝାଯାଏ। ଶନିଙ୍କର ସାଢେସାତ କଥା ଜାଣି ବଡବଡ ବ୍ୟକ୍ତିଙ୍କ ଉପରେ ବି ମାନସିକ ଚିନ୍ତା ପଡିଥାଏ।
Special report
ଏହା ସମସ୍ତେ ଜାଣିବା ଦରକାର ଶନି ଦେବ ସଚ୍ଚୋଟ ଲୋକଙ୍କ ପାଇଁ ଧନ, ଐଶ୍ଵର୍ୟ୍ୟ, ଶୁଭଫଳ ଦେଇଥାନ୍ତି। ଶନି ସନ୍ତୁଳନ ଓ ଧର୍ମର ଦେବତା, ନ୍ୟାୟ, କର୍ମ ଫଳଦାତା ଅଟନ୍ତି। ଶନି ଦେବା ଧନସମ୍ପଦ, ନ୍ୟାୟ ଆଉ ମୋକ୍ଷ ବି ଦେଇଥାନ୍ତି।
କୁହାଯାଏ ଶନି ଦେବ ପାପୀ ମାନଙ୍କ ପାଇଁ ବହୁତ ଦୁଖଦାୟକ ହୋଇଥାନ୍ତି। ଯଦି ଶନି ଦେବ କେଉଁ ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ତାହା ଜୀବନରେ କିଛି ବିଶେଷ ସଙ୍କେତ ଦେଖା ଦିଏ। ଏମିତି ଲୋକ ହାଲ୍କା ପତଳା ହୋଇଥାନ୍ତି।
Special report
ସେହି ବ୍ୟକ୍ତି ପୁରା ଦୋଷ ମୁକ୍ତ ଥାଏ ଆଉ ଧୀରେ ଧୀରେ ଆଧ୍ୟାତ୍ମିକ ଆଡକୁ ମନ ବଳେଇଥାଏ। ଏହି ଲୋକ ମାନେ ଦେବୀ ଦେବତା ଉପରେ ଆରମ୍ଭରୁ ବିଶ୍ଵାସ ରଖନ୍ତି ନାହିଁ କିନ୍ତୁ ଧୀରେ ଧୀରେ ବିଶ୍ଵାସ ବଢିବାରେ ଲାଗିଥାଏ।
ଏହିପରି ଲୋକଙ୍କୁ ଛୋଟ ବୟସରେ ଅସ୍ତି ଜନିତ ରୋଗ ଧରିନେଇଥାଏ , ଗୋଡ ମୋଡି ହୋଇଯିବା , ଗୋଡ ହାତ ଭାଙ୍ଗିବା , ଗଣ୍ଠି ଦରଜ ଆଦି ରହିଥାଏ। ଯଦି ଆପଣଙ୍କର ଏଭଳି ଲକ୍ଷଣ ଦେଖାଯାଉଛି ତେବେ ଜାଣି ନିଅନ୍ତୁ ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଦ୍ରୁଷ୍ଟି ଅଛି।
ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ ସେମାନେ ବଡରୁ ବଡ ବିପଦରୁ ରକ୍ଷା ପାଇଥାନ୍ତି। ବିପଦ କେତେ ବଡ ହେଉ ନା କାହିଁକି ସମାଧାନ ବାହାରି ଆସିଥାଏ , ମାନେ କେତେ କଷ୍ଟ ହେଉ ନା କାହିଁକି ତାଙ୍କୁ ଅଧିକ କ୍ଷତି ହୋଇ ନଥାଏ।
Special report
ଏହି ପ୍ରକାର ବ୍ୟକ୍ତି କାହାର ସାହାର୍ଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ ଅବା କାହା ସାହାଯ୍ୟ ନେଇ ଆଗକୁ ବଢିଥାନ୍ତି। ଏଭଳି ଲୋକ ବହୁ ଛୋଟ କାମକୁ ଆରମ୍ଭ କରି ବହୁତ ବଡ ମଣିଷ ହୋଇ ଯାଇଥାନ୍ତି।
ଯଦି ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଅଛି ତେବେ ଆପଣ ସବୁବେଳେ ନିଜକୁ ସ୍ୱତନ୍ତ୍ର ଆଉ ମଜବୁତ ଭାବରେ ଦେଖେଇଥାନ୍ତି , ଆଉ ତାହା ଆପଣ ହୋଇଥାନ୍ତି ମଧ୍ୟ। ଆପଣ ଜଣେ ଭାବୁକ ଲୋକ ହୋଇଥାନ୍ତି। ଆପଣ କାହା ସହିତ ମିଶନ୍ତି ତ ତାହା ସହିତ ଆପଣଙ୍କ ସମ୍ବନ୍ଧ ଦୃଢ ହୋଇ ଯାଇଥାଏ , ଆଉ ଆପଣ ତାଙ୍କ ସାଥ ଛାଡିବା ପସନ୍ଦ କରନ୍ତି ନାହିଁ।
ଆପଣ ମିଛ, ଛଳ, କପଟୀ ଲୋକକୁ ଘୃଣା କରନ୍ତି। ଆପଣ ଏଭଳି ଲୋକକୁ ନିଜ ସାଥିରେ ରଖିବାକୁ ପସନ୍ଦ କରନ୍ତି ନାହିଁ , ଆପଣ ସବୁ କାମକୁ ଅନୁଶାସନରେ କରିଥାନ୍ତି। କାମରେ ଯେତେବେଳ ପର୍ଯ୍ୟନ୍ତ ସଫଳତା ମିଳିନଥାଏ ଆପଣ ଲଗାତର ଚେଷ୍ଟା କରିଥାନ୍ତି।
ଶନି ଦେବ ଆପଣଙ୍କ ଏହି ଚେଷ୍ଟା ଯୋଗୁଁ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଶେଷରେ ଆପଣଙ୍କୁ ସଫଳତା ଦେଇଥାନ୍ତି। ଏହି ସବୁ ଲକ୍ଷଣ ଥିଲେ ଜାଣିବେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button