ଜ୍ୟୋତିଷ

ଯଦି ଆପଣଙ୍କୁ ମିଳୁଛି ଏହି ୮ ଟି ସଙ୍କେତ ତେବେ ଜାଣି ନିଅନ୍ତୁ ଭଗବାନ ସବୁବେଳେ ଆପଣଙ୍କ ସହ ଅଛନ୍ତି

ଭଗବାନ ଙ୍କ ଆର୍ଶୀବାଦ ସମସ୍ତେ ଚାହିଁ ଥାନ୍ତି।ସେଥିପାଇଁ ଭଗବାନ ଙ୍କ ଆଗରେ ସମସ୍ତେ ଆଣ୍ଠୁ ମାଡ଼ି ନିଜର ଦୁଃଖ ଜଣାଇଥାନ୍ତି।କିନ୍ତୁ ଭଗବାନ ତାଙ୍କର ଆର୍ଶୀବାଦ ସମସ୍ତଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଦେଇଥାନ୍ତି।
Special report
ଏହି ଦୁନିଆରେ କିଛି ଲୋକ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ସମୟରେ ଆଉ କେହି କେହି ବହୁତ ଦୁଃଖରେ ଜୀବନଯାପନ କରୁଛନ୍ତି।କିଛି ଲୋକଙ୍କ ଜୀବନ ନିହାତି ସାଧାରଣ ରେ ବିତୁଥିବାର ଆପଣମାନେ ଦେଖିଥିବେ।
ଭଗବାନ ଙ୍କ ସହିତ ମନୁଷ୍ୟ ଙ୍କ ଏକ ଅତୁଟ ସଂପର୍କ ରହିଛି।ସେଥିପାଇଁ ଜଗତର ନାଥ ଜଗନ୍ନାଥ ଙ୍କ ମୁହଁ କୁ ଚାହିଁ ଦେଲେ ଆଖିରୁ ଲୁହ ଚାଲି ଆସିଥାଏ।ଦୁଃଖ ଭୋଗୁ ଥିବା ମଣିଷ ଟିଏ ଜୀବନ ଥରୁଟିଏ ନିଶ୍ଚୟ ଭାବିଥାଏ ଯେ ଭଗବାନ ସତରେ ଅଛନ୍ତି ତ?
ଏପରି ୮ ଟି ସଂକେତ ରହିଛି ଯାହାଦ୍ଵାରା ଆପଣମାନେ ଜାଣି ପାରିବେ ଯେ ଭଗବାନ ଆପଣଙ୍କ ସହିତ ରହିଛନ୍ତି।
Special report
(୧)ଆପଣ ଯାହା ବି କରିବେ ସେଥିରେ ବିଫଳ ହେବେ।ସବୁ କାମ ଭଲ ଭାବରେ ଆରମ୍ଭ କରିବେ ଏବଂ ଶେଷ କରିବାକୁ ଚେଷ୍ଟା କରିବେ।
(୨)ଆପଣଙ୍କର ନିଜ ଉପରେ ବିଶ୍ୱାସ ରହିବ ନାହିଁ।ଯେତେବେଳେ ଇଶ୍ୱର ଆପଣଙ୍କ ସହିତ ରହିଥିବେ ସେତେବେଳେ ଆପଣ ସବୁ ସମୟରେ ନିଜକୁ ସବୁବେଳେ ଏକୁଟିଆ ହିଁ ଅନୁଭବ କରିବେ।
(୩)ଆପଣ ଜୀବନରେ ଦୁଃଖ ଚରମ ସୀମାରେ ପହଞ୍ଚିବ।ଆପଣମାନେ ଦୁଃଖରେ ଭାଙ୍ଗି ପଡ଼ିବେ।ଯେଉଁ ଯାଏଁ ସେ ହାରି ନାହିଁ ସେ ଯାଏଁ ଜିତିବାର ମୂଲ୍ୟ ଜାଣି ପାରିବ ନାହିଁ।
(୪)ଆପଣ ସବୁବେଳେ ନିଜ ଭିତରେ ନିଜକୁ ଖୋଜିବାରେ ଲାଗି ରହିବେ।ଯେତେବେଳେ ଆପଣଙ୍କର ସବୁ ଉଦ୍ୟମ ବିଫଳ ହେବ ସେତେବେଳେ ଆପଣ ଦୁନିଆ ବଦଳରେ ସବୁ କଥା ନିଜ ମନକୁ ପଚାରିବେ।
Special report
(୫)ଆପଣ ଚରିତ୍ରରେ ପରିବର୍ତ୍ତନ ଦେଖାଦେବ।ଏହା ହେଉଛି ସେହି ସମୟ ଯେତେବେଳେ ନିଜ ଅନ୍ତର ଆତ୍ମା ସହିତ ଯୋଡି ହେବାକୁ ଲାଗନ୍ତି।ଏବଂ ଆପଣଙ୍କ ଭିତରେ ପରିବର୍ତନ ଦେଖା ଦେଇଥାଏ।
(୬)ଆପଣ କୌଣସି ଜିନିଷରେ ହାରିବା ଅବା ଜିତିବାର ଅନୁଭବ କରିବେ ନାହିଁ।ଏହା ହେଉଛି ସେହି ସମୟ ଯେତେବେଳେ ଆପଣ ସମ୍ପୂର୍ଣ୍ଣ ବଦଳି ସାରିଥିବେ।ଜୀବନକୁ ଦେଖିବାର ଶୈଳୀ ରେ ପରିବର୍ତନ ଆସି ସାରିଥିବ।
(୭)ଯେତେବେଳେ ଆପଣଙ୍କୁ ଲାଗୁଥିବ ଯେ ଆପଣ ଇଶ୍ୱର ଙ୍କ ର ନିକଟତର ହୋଇଗଲେଣି।ସେତେବେଳେ ଆପଣଙ୍କୁ ଜୀବନର ସବୁଠାରୁ ବଡ଼ ଝଟକା ଲାଗିବ।
(୮) ଆପଣ ଇଶ୍ୱର ଙ୍କୁ ନିଜ ପାଖରେ ଥିବା ଜାଣି ପାରିବେ। ସୁଖ ଦୁଃଖ, ପୀଡା ଯନ୍ତ୍ରଣା, ନିନ୍ଦା ପ୍ରଶଂସା କୁ ପଛରେ ପକାଇ କେବଳ ଆଉ କେବଳ ଆନନ୍ଦରେ ରହିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button