ଜ୍ୟୋତିଷ

ହେ ଭଗବାନ ! ଦଶହରା ରେ ଘଟିଗଲା ବହୁତ୍ ବଡ଼ ଦୁଃଖ ଘଟଣା , ରାବଣ ରେ ନିଆଁ ଲଗାଇ ଲଗାଉ ଜିଅନ୍ତା ପୋଡ଼ିଗଲେ ଯୁବକ

ନମସ୍କାର ପାଠକ ବନ୍ଧୁ। ରାବଣ କୁ ପୋଡ଼ି ବାକୁ ଯାଇ ଚାଲି ଗଲା ଗୋଟିଏ ଜୀବନ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଦଶହରା କୁ ନେଇ ଲୋକ ଙ୍କ ମଧ୍ୟ ରେ ରହି ଥିଲା ଅନେକ ଉତ୍ସାହ।ସମସ୍ତେ ଖୁବ୍ ଧୁମ୍ ଧାମରେ ରେ ପାଳନ କଲେ ଦଶହରା।
Special report
ଦଶହରା ପର ଦିନ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇ ଥାଏ।ଏଥିରେ ରାବଣ କୁ ନିଆଁ ଲଗାଇ ପୋଡି ଦିଆ ଯାଏ।କିନ୍ତୁ ଏହି ରାବଣ କୁ ପୋଡୁ ପୋଡ଼ୁ ଚାଲି ଯାଇଚି ଗୋଟିଏ ଜୀବନ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ଷ୍ଟାଡିୟମ୍ ରେ।
ଏଠାରେ ରାବଣ ପୋଡ଼ା ଚାଲୁ ଥିବା ସମୟ ରେ ଜଣେ କମ୍ ବର୍ଷୀୟ ଯୁବକ ଙ୍କ ର ମୃତ୍ୟୁ ଘଟି ଯାଇଚି।ମୃତ ଯୁବକ ଜଣକ ଗନ୍ଦିଆ ଥାନା ଅନ୍ତର୍ଗତ ଆଠତେନ୍ତୁଳିଆ ଗ୍ରାମ ର ସାଇ ରାମ ସାହୁ।ବହୁତ ଖୁସି ରେ ସେ ରାବଣ ପୋଡ଼ି ଉତ୍ସବ ରେ ସାମିଲ ହେବା ପାଇଁ ଆସି ଥିଲା।
Special report
କିଏ ଜାଣି ଥିଲା ତାହାର ଏଭଳି କିଛି ହୋଇ ଯିବ।ବିଦ୍ୟୁତ ତାର ସହିତ ଯୋଡ଼ି ହୋଇ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା ସାଇ ରାମ।ଏହାକୁ ନେଇ ଏବେ ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।ହେଲେ ଏହି ଘଟଣା ଟି କିଭଳି ଘଟିଲା ତାହା ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ର ଏକ ମିନି ଷ୍ଟାଡିୟମରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିଲା।ତାହାକୁ ଦେଖିବା ପାଇଁ ସାଇ ରାମ ଯାଇଥିଲା।ଏଠାରେ ବିଦ୍ୟୁତ ତାର ସାହାର୍ଯ୍ୟ ରେ ରାବଣ କୁ ପୋଡ଼ା ଯାଏ।
ହେଲେ ରାବଣ ପୋଡ଼ା ହେଉଥିବା ସମୟ ରେ ଏହି ତାର ଟି ହଟାତ ଯାଇ ସାଇ ରାମ ଉପରେ ପଡ଼ି ଥିଲା।ଯାହା ଫଳ ରେ ସେ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।ହେଲେ ଯିବା ରାସ୍ତା ରେ ତାଙ୍କ ର ମୃତ୍ୟୁ ହୋଇ ଯାଇଥିଲା।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି। ରାବଣ ପୋଡ଼ି ଉତ୍ସବ କୁ କରୁ ଥିବା ଅନୁଷ୍ଠାନ ର ସାମାନ୍ୟ ଭୁଲ୍ ପାଇଁ ଏଭଳି ଘଟିଛି ବୋଲି କୁହା ଯାଉଛି।ତାଙ୍କ ପରିବାର ରେ ଏବେ ଶୋକ ର ଛାୟା ଖେଳି ଯାଇଛି।ଯେ କେହି ବି ଏହି ଘଟଣା ବିଷୟରେ ଶୁଣିଛି ଆଖିରୁ ଲୁହ ଆସି ଯାଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button