ରାଜ୍ୟ

ବିଦେଶିନୀକୁ ଅସଦାଚରଣ କରି ବନ୍ଧା ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ ଦେଖନ୍ତୁ କଣ କଲେ ଏମିତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।
ବନ୍ଧୁଗଣ ଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ସେବାୟତ କୁଣ୍ଡୁ ମହାପାତ୍ର। ସ୍ୱୀଡେନ୍‌ରୁ ଭାରତରୁ ବିଭିନ୍ନ ମନ୍ଦିର ଉପରେ ରିସର୍ଚ୍ଚ କରିବାକୁ ଆସିଥିବା ଜଣେ ମହିଳା ରିସର୍ଚ୍ଚରଙ୍କ ସହ ଏଭଳି ଅଘଟଣ ଘଟିଥିବା ଭୁବନେଶ୍ୱର ଲିଙ୍ଗରାଜ୍ ଥାନାରେ ଅଭିଯୋଗ ହୋଇଥିଲା।
Special report
ଏହାପରେ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଲର୍ଡ କର୍ଜନ ମଣ୍ଡପ ନିକଟରେ ଜଣେ ବିଦେଶୀ ଯୁବତୀ ଏକୁଟିଆ ବୁଲୁଥିବା ବେଳେ କୁଣ୍ଡୁ ତାଙ୍କ ସହ କଥା ହୋଇଥିଲା।
କୁଣ୍ଡୁ ତାଙ୍କୁ ମନ୍ଦିର ବୁଲାଇବା ସହିତ ମନ୍ଦିର ସମ୍ପର୍କରେ ବୁଝାଇବ ବୋଲି କହିଥିଲା। ଏହାପରେ ସେ ଉକ୍ତ ବିଦେଶିନୀଙ୍କୁ ନିକଟରେ ଥିବା ଚିତ୍ରକାରିଣୀ ମନ୍ଦିର ପରିସରକୁ ନେଇଥିଲା। ମନ୍ଦିର ପରିସର ନିଚ୍ଛାଟିଆ ଥିଲା।
Special report
କୁଣ୍ଡୁ ବିଦେଶିନୀଙ୍କୁ ମନ୍ଦିରର ଗଣେଶଙ୍କ ପାଖକୁ ନେଇଥିଲା। ସେଠାରେ ହାତଯୋଡ଼ି ପ୍ରାର୍ଥନା କରିବାକୁ କହିଥିଲା। ବିଦେଶିନୀ ଜଣକ ତା’କଥା ମାନି ଆଖି ବନ୍ଦକରି ଠିଆ ହୋଇଥିବା ବେଳେ କୁଣ୍ଡୁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିଲା।
Special report
ଏହାପରେ ମଧ୍ୟ କୁଣ୍ଡୁ ବିଦେଶିନୀଙ୍କୁ ଅନ୍ୟ ମନ୍ଦିର ନେଇ ସେଠାରେ ଏଭଳି କାର୍ଯ୍ୟ କରିବାରୁ ବିଦେଶିନୀ ଜଣଙ୍କୁ କୁଣ୍ଡୁର ବ୍ୟବହାର ଜାଣିପାରି ସେଠାରୁ ଦୌଡି ଆସି ସାହଯ୍ୟ କରିବା ପାଇଁ ଚିଲାଇଥିଲେ।
ତେବେ ବିଦେଶିନୀଙ୍କ ଚିତ୍କାର ଶୁଣି ପୋଲିସ ଏବଂ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ସମ୍ପୂର୍ଣ୍ଣ ଖବର ଜାଣିବାକୁ ପାଇଥିଲେ । ଏନେଇ ବିଦେଶିନୀ ଜଣଙ୍କ କୁଣ୍ଡୁ ମହାପାତ୍ର ନାରେ ଅଭିଯୋହ କରିଥିଲେ । ତେବେ ପୋଲିସ ସମୃକ୍ତ ମାମଲା ଉପରେ ତଦନ୍ତ କରି ଆଜି ଅଭିଯୁକ୍ତ କୁଣ୍ଡୁ କୁ ଗିରଫ୍ କରିଛି ଲିଙ୍ଗରାଜ୍ ପୋଲିସ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button