ଜ୍ୟୋତିଷ

କର୍କଟ ରାଶି ଏପ୍ରିଲ ୨୦୨୪ ଦେଖନ୍ତୁ ଘଟିବ ଏହି ୬ ଟି ବଡ ବଡ଼ ଘଟଣା – Astrology

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗ୍ରହ ନକ୍ଷତ୍ରଙ୍କ ଚଳନର ବିଶେଷ ମହତ୍ୱ ରହିଛି। ଗ୍ରହ ନକ୍ଷତ୍ରଙ୍କ ଚଳନ ପ୍ରତ୍ୟେକ ରାଶିର ବ୍ୟକ୍ତିଙ୍କ ଜୀବନରେ ଉଭୟ ସକରାତ୍ମକ ବା ନକାରାତ୍ମକ ପ୍ରଭାବ ପକାଇଥାଏ। ଅନେକ ସମୟରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ ସମୟରେ ରାଜଜୋଗ ସୃଷ୍ଟି ହୋଇଥାଏ।
ଯାହାର ପ୍ରଭାବରେ କିଛି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳୁଥିବା ସମୟରେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ଫଳ ମିଳିଥାଏ। ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ।
Yg
ସ୍ବାସ୍ଥ୍ୟ:- ୨୪ ଏପ୍ରିଲ୍ ପର୍ଯ୍ୟନ୍ତ ଆପଣଙ୍କୁ ପେଟ ଜନିତ ସମସ୍ୟା ଦେଖାଦେଇ ପାରେ। ଆପଣ ଖାଇବା ପିଇବାରେ ବିଶେଷ ଧ୍ୟାନ ଦେଇ ଚଳନ୍ତୁ। ଆପଣଙ୍କର ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦେଖାଦେଇ ପାରେ।
ଶିକ୍ଷା:- ପାଠ ପଢାରେ ବିଶେଷ ଧ୍ୟାନ ଦେବା ସହିତ କଠିନ ପରଶ୍ରମ ମଧ୍ୟ କରିବାକୁ ପଡ଼ିବ। କିନ୍ତୁ ଶେଷରେ ରେଜଲଟ ବହୁତ କମ ମିଳିପାରେ। ଯଦି ଆପଣଙ୍କ ପରୀକ୍ଷା ୨୪ ଏପ୍ରିଲ ପରେ ଅଛି, ତାହାଲେ ସେହି ପରୀକ୍ଷା ଆପଣଙ୍କ ପାଇଁ ବହୁତ ଭଲ ଫଳ ମିଳିବ। ୧୪ ଏପ୍ରିଲ ପରେ ଆପଣଙ୍କ ପାଠ ପଢ଼ା ସ୍ଥିତ ବହୁତ ଭଲ ରହିବ। କିନ୍ତୁ ୧୪ ଏପ୍ରିଲ ପୂର୍ବରୁ ଆପଣଙ୍କର ପାଠ ପଢ଼ାରେ ସମସ୍ୟା ଦେଖାଦେଇପାରେ।
Nb
ପ୍ରେମ:- ଆପଣ ଜୀବନରେ ଯାହା ବି ନିଷ୍ପତି ନେଉଛନ୍ତି ତାହା ଭାବି ଚିନ୍ତି ନେବେ। ୨୦ ଏପ୍ରିଲ ପର୍ଯ୍ୟନ୍ତ ଆପଣ ଏଥିପ୍ରତି ଧ୍ୟାନ ଦେବେ। ଛୋଟ ଛୋଟ କଥାକୁ ନେଇ ମନମନାନ୍ତର ଦେଖା ଦେଇପାରେ। ୨୦ ଏପ୍ରିଲ ପର୍ଯ୍ୟନ୍ତ ଆପଣ ପ୍ରେମକୁ ନେଇ ଧର୍ଯ୍ୟର ସହିତ କାମ କରନ୍ତୁ। କିନ୍ତୁ ୨୦ ଏପ୍ରିଲ ପରେ ଆପଣଙ୍କ ପ୍ରେମ ସମ୍ପର୍କ ବହୁତ ଭଲ ରହିବ। ଯେଉଁ ବ୍ୟକ୍ତିଙ୍କର ବ୍ରେକଅପ ହେଇଯାଇଥିଲା ୨୦ ଏପ୍ରିଲ ପରେ ପ୍ୟାଚ ମଧ୍ୟ ହେଇଯାଇପାରେ।
କ୍ୟାରିଅର:- ଆପଣ ଯଦି କୌଣସି କମ୍ପାନୀ ରେ ଅଛନ୍ତି ତେବେ ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଛି। ଆପଣ ଯଦି କୌଣସି ଘର ଠାରୁ ଦୂରରେ କାମ କରୁଛନ୍ତି ବା ବିଦେଶ ରେ ରହି କୌଣସି କାମ କାର୍ଯ୍ୟ କରୁଛନ୍ତି ତାହାଲେ ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଛି। ହେଲେ କାମ କାର୍ଯ୍ୟରେ ଆପଣଙ୍କ ପରିଶ୍ରମ ବଢ଼ିପାରେ। କିନ୍ତୁ ୨୦ ଏପ୍ରିଲ ପରେ ସମସ୍ତ କାଯ୍ୟ ସୁରୁଖୁରୁରେ ହୋଇଯିବ।
ବେପାର ବାଣିଜ୍ୟ:- ଏହି ମାସରେ ବେପାର ବାଣିଜ୍ୟ ପାଇଁ ସର୍ବ ଶ୍ରେଷ୍ଠ ଅଟେ। ଆପଣ ଏହି ମାସରେ ଯେ କୌଣସି ନୂତନ ବାଣିଜ୍ୟ ଆରମ୍ଭ କରିପାରିବେ। ତେବେ ଆପଣଙ୍କ ମନରେ ନୁଆଁ ନୁଆଁ ଉପାୟ ଆସିପାରେ ବ୍ୟାପାର କୁ ନେଇକି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button