ସ୍ୱାସ୍ଥ୍ୟ

ଶୀତଦିନେ ଆପଣ ଙ୍କୁ ଯଦି ଏମିତି ତଣ୍ଟି ରେ କଷ୍ଟ ଅନୁଭବ ହେଉଛି ତାହାଲେ ଆପଣ ଆପଣେଇ ନିଅନ୍ତୁ ଏହି ମହାଉପାୟ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏହି ଶୀତ ଦିନ ରେ ଅଧିକାଂଶ ଲୋକଙ୍କୁ ଖୁବ ସର୍ଦ୍ଦି ଓ ଥଣ୍ଡା ହୋଇଥାଏ। ଏହି କାରଣରୁ ସେମାନଙ୍କ ତଣ୍ଟି ମଧ୍ଯ ଖରାପ୍ ହୋଇ ଯାଇଥାଏ।
Special Report
ଯାହା ଫଳରେ କି ତାଙ୍କୁ ଖୁବ କଷ୍ଟ ମଧ୍ଯ ମଧ୍ଯ ହୋଇଥାଏ। ଯେତେବେଳେ ଏହା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ ସେତେବେଳେ ଏହାର ନିରାକରଣ କରିବା ନିହାତି ଭାବରେ ଆବଶ୍ୟକ ହୋଇ ପଡେ।
ଏହାର ନିରାକରଣ ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି। ଏହି ସମୟରେ ଯଷ୍ଟିମଧୁ ଖୁବ ଭଲ କାମ କରିଥାଏ । ଯଦି ଆପଣ ଏଥିରୁ ଏକ ଛୋଟ ଖଣ୍ଡ ନେଇ ଏହାକୁ ମୁହଁରେ ପକାଇ କିଛି ସମୟ ପର୍ଯ୍ୟନ୍ତ ଧୀରେ ଧୀରେ ଚୁସିବାକୁ ଲାଗିବେ
ତେବେ ଆପଣଙ୍କ ତଣ୍ଟି ରେ ଯେଉଁ କଷ୍ଟ ଅନୁଭବ ହେଉଥିବ ସେଥିରୁ ଖୁବ ଶୀଘ୍ର ଉପଚାର ମିଳିଯିବ। ଏହା ଛଡ଼ା ଆପଣ ଯଷ୍ଟିମଧୁ କୁ ସକାଳେ ଚାହା ରେ ପକାଇ ମଧ୍ୟ ପିଇ ପାରିବେ।
Special Report
କଳା କିସମିସ ମଧ୍ୟ ଖୁବ ସାହାଯ୍ୟକାରୀ ହୋଇଥାଏ। ଏହାକୁ ରାତି ସାରା ପାଣିରେ ଭିଜେଇ ରଖିବା ପରେ ସକାଳେ ଏହାକୁ ଆପଣଙ୍କୁ ଚୋବେଇ ଚୋବେଇ ଖାଇବା ପାଇଁ ପଡ଼ିବ। ଏଥିରୁ ଆପଣଙ୍କୁ ବହୁତ୍ ଭଲ ଲାଭ ମିଳିବ।
ଲବଙ୍ଗ ମଧ୍ୟ ଗଳାରେ ଥିବା ଖରାସ କୁ ଖୁବ୍ ଶୀଘ୍ର ଭଲ କରିଦେଇ ପାରିବ। ଗୋଟେ କପ୍ ପାଣିରେ ୫ ରୁ ୭ ଲବଙ୍ଗ ପକାଇ ଏହାକୁ ଅନେକ ସମୟ ପର୍ଯ୍ୟନ୍ତ ପାଣିରେ ଫୁଟାନ୍ତୁ। ଏହାପରେ ସକାଳେ ଏହି ପାଣି ରେ ଗାର୍ଗଲ୍ କରନ୍ତୁ ଏହା ଦ୍ବାରା ଭଲ ଫଳ ମିଳିବ।
ମହୁ ଦ୍ବାରା ମଧ୍ୟ ବେଶ ଉପକାରିତା ମିଳିଥାଏ। ଆପଣ ମାନେ ପ୍ରଥମେ ମହୁକୁ ଚାଟିବା ପରେ ଅଳ୍ପ ଉଷୁମ ଥିବା ପାଣି କୁ ପିଇ ଦିଅନ୍ତୁ ଯାହା ଦ୍ବାରା ଆପଣଙ୍କୁ ଖୁବ ଉପକାରିତା ମଧ୍ୟ ମିଳି ପାରିବ।
ଏଭଳି ଅନେକ ଉପାୟ ଅଛି ଯାହାକି ଆପଣ ସଂପୂର୍ଣ୍ଣ ଭିଡିଓ ଦେଖିଲେ ଜାଣି ପାରିବେ। ଆଉ ଭିଡିଓ ଆପଣଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button