ମନୋରଞ୍ଜନ

ମହାଶିବରାତ୍ରି ଦିନ ନନ୍ଦୀଙ୍କ କାନରେ ଚୁପଚାପ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର, 24 ଘଣ୍ଟାରେ ଦେଖିବେ ଚମତ୍କାର

ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । ଯାହାର ସାମାଧାନ ପୂଜା ପାଠ କରିବା ଦ୍ଵାରା ହୋଇଥାଏ । ଆପଣ ମାନେ ଜାଣିଥିବେ ପ୍ରତେକ ଶିବ ମନ୍ଦିରରେ ନନ୍ଦୀ ପୂଜା ପାଇଥାନ୍ତି । ଶାସ୍ତ୍ର ଅନୁସାରେ ନନ୍ଦୀଙ୍କ କାନରେ ଚୁପଚାପ ଆପଣ ନିଜର ମନ କଥା କହିଲେ ତାହା ପୁରା ହୋଇଯାଏ ବୋଲି ମାନ୍ୟତା ରହିଛି । କିନ୍ତୁ ଏହି କାମ କରିବା ସମୟରେ ଯେପରି ଆପଣଙ୍କ କଥା କେହି ନ ଶୁଣନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ।

ଆଜି ଆମେ ଆପଣ ମାନଙ୍କୁ ଶିବରାତ୍ରି ଦିନ ନନ୍ଦୀଙ୍କ କାନରେ କେଉଁ ଦୁଇଟି ଶବ୍ଦ କହିଲେ ସବୁ ଇଚ୍ଛା ପୂରଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ପୁରାଣ କଥା ଅନୁସାରେ ସିଲାଟ ମୁନି ନାମକ ରୁଷି ଥିଲେ ଯିଏ ସବୁବେଳେ ଧ୍ୟାନରେ ମଗ୍ନ ରହୁଥିଲେ । ତାଙ୍କର ପରିବାର ଲୋକେ ଭାବିଲେ ଯଦି ମୁନି ଏପରି ରହିବେ ତେବେ ତାଙ୍କର ବଂଶ ଆଗକୁ ବହଡିବା ନାହି ।

ତେଣୁ ତାଙ୍କର ପ୍ରିୟଜନ କହିଲେ ସିଲାଟ ଏମିତି ଜଣେ ପୁତ୍ର ସନ୍ତାନକୁ ଜନ୍ମ ଦେବେ ଯାହାର ମୃତୀ ହେବ ନାହି । ସିଲାଟ ମୁନି ଭଗବାନ ଇନ୍ଦ୍ରଦେବଙ୍କୁ ତପସ୍ୟା କରି ତାଙ୍କୁ ପ୍ରସନ୍ନ କରାଇ ବର ଲାଗିଲେ ଯେ ଚିରଞ୍ଜିବୀ ପୁତ୍ର ସନ୍ତାନ ପାଇଁ । କିନ୍ତୁ ଇନ୍ଦ୍ରଦେବ ଏହି ବର ଦେଇପାରିବେ ନାହି ବୋଲି ସିଲାଟ ମୁନିଙ୍କୁ କହିବା ସହ ମହାଦେବଙ୍କର ତପସ୍ୟା କରିବା ପାଇଁ ପରାମର୍ଶ ଦେଲେ ।

ପରେ ସିଲାତ ମୁନି ଅନେକ ବର୍ଷ ଧରି ମହାଦେବଙ୍କର ଘୋର ତପସ୍ୟା କରିବାକୁ ଲାଗିଲେ । ଏହା ପରେ ସିଲାଟ ମିନିଙ୍କର ତପସ୍ୟାରେ ଖୁସି ହୋଇ ମହାଦେବ ତାଙ୍କୁ ପୁତ୍ର ସନ୍ତାନର ବାର ପ୍ରଦାନ କରିଲେ । କିଛି ଦିନ ପରେ ସିଲାଟ ମୁନି ନନ୍ଦୀ ନାମକ ପୁତ୍ରଙ୍କୁ ପ୍ରାପ୍ତ କରିଲେ । ବଡ ହେବା ପରେ ମିତ୍ର ଓ ବରୁଣ ନାମରେ ଦୁଇ ମୁନି ସିଲାଟ ମୁନିଙ୍କ ଆଶ୍ରମ ଆସିଲେ ।

ସେମାନେ ନନ୍ଦୀଙ୍କୁ ଦେଖି ତାଙ୍କର ଆୟୁଷ କାମ ବହୁତ କମ ବୋଲି ସିଲାଟ ମୁନିଙ୍କୁ କହିଲେ । ଏହା ଜାଣିବା ପରେ ନନ୍ଦୀ ମହାଦେବଙ୍କର କଠୋର ତପସ୍ୟା କରି ଅମର ବର ପ୍ରାପ୍ତ କରିଲେ । ଏହି କାରଣରୁ ନନ୍ଦୀ ମହାଦେବଙ୍କର ବାହନ ଭାବେ ସର୍ବଦା ରହିଥାନ୍ତି ।

ତେବେ ମହାଦେବଙ୍କୁ କୌଣସି କଥା ଜଣାଇବାକୁ ହେଲେ ପ୍ରଥମେ ନନ୍ଦୀଙ୍କୁ ଜଣାଇବାକୁ ପଡିଥାଏ । ତେବେ ଏଥିପାଇଁ ମହାଦେବଙ୍କ ମନ୍ଦିରକୁ ଯାଇ ବିଧି ବିଧାନ ସହ ପୂଜା କରିବା ସମୟରେ କ୍ଷୀର, ଦହି, ଚିନୀ ଆଦିରେ ଶିବଲିଙ୍ଗକୁ ସ୍ନାନ କରାନ୍ତୁ । ଏହା ପରେ ଚାଉଳ, ଫୁଲ, ବେଲପତ୍ର ଚଢାଇ ତାଙ୍କର ଆଳତି କରିବା ସହ ନନ୍ଦୀଙ୍କର ଆଳତି କରନ୍ତୁ ।

ଏହା ପରେ ମହାଦେବଙ୍କୁ ନିଜର ମନ କଥା କହିବା ସମୟରେ ୩ଥର ତାଳି ମା ରନ୍ତୁ । ନନ୍ଦୀଙ୍କ ଦୁଇ ଶିଙ୍ଗ ଉପରେ ନିଜର ତର୍ଜନୀ ଓ କନିଷ୍ଠ ଆଙ୍ଗୁଠିକୁ ଉପରେ ରଖି ତତ ପୁରୁଷାୟ ବିଘାୟ ମହାଦେବାୟ ଧୀମହୀ ତନୋଦୟ ପ୍ରଚୋଦୟା ମନ୍ତ୍ର ନନ୍ଦୀ କାନରେ କହି ଦିଅନ୍ତୁ । ଏହି ମନ୍ତ୍ର କହିବା ଦ୍ଵାରା ଆପଣଙ୍କର ମନସ୍କାମନା ପୂରଣ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button