ଗଜାମୁଗ ଖାଇବାର ଫାଇଦା ଜାଣି ବିଶ୍ଵାସ ହେବନି, ଡାକ୍ତର ମାନେ ବି ଆଶ୍ଚର୍ଯ୍ୟ…. Healthy Tips

ଗଜାମୁଗ ଭିଟାମିନ୍ସ ଓ ମିନେରାଲ୍ସରେ ଭରପୁର ହୋଇଥାଏ । ଏଥିରେ ପ୍ରୋଟିନ, ଭିଟାମିନ-ବି୬, ଫାଇଭର ସହ ଆହୁରି ଅନେକ ଖଣିଜ ଦ୍ରବ୍ଯ ରହିଥାଏ । ଗଜାମୁଗରେ ଶରୀର ପାଇଁ ଆମିଲୋ ଏସିଡ ମଧ୍ୟ ରହିଥାଏ । ଯାହା ଆମ ଶରୀର ତିଆରି କରିପାରେ ନାହି । ମୁଗକୁ ଆମେ କଞ୍ଚା ବା ଗଜା କରି ଖାଇଥାଉ । ଗଜାମୁଗରେ କମ କ୍ୟାଲୋରି, ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ । ଆଜି ଆମେ ଆପଣଙ୍କୁ ଗଜାମୁଗ ଖାଇବାର କିଛି ଔଷଧୀୟ ଗୁଣ ବିଷୟରେ କହିବାକୁ ଯାଉଛୁ ।

୧- ଗଜାମୁଗ ଶରୀରରେ ଇମ୍ୟୁନିଟି ପାୱାର ବଢାଇଥାଏ । ପ୍ରତିଦିନ ସକାଳେ ବ୍ରେକଫାଷ୍ଟରେ ଗଜାମୁଗ ସେବନ କରିଲେ ଏହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ତେଣୁ ସାଧାରଣ ଥଣ୍ଡା, କାସ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
୨- ଯେଉଁ ଲୋକ ମାନେ ରକ୍ତହୀନତା ସମସ୍ଯା ବା କେଉଁ ରୋଗ ପାଇଁ ଶରୀରରେ ରକ୍ତ କମି ଯାଇଛି ସେମାନେ ଗଜାମୁଗ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଆଇରନ ଶରୀରରେ ଆନିମିଆ ଦୂର କରିଥାଏ ।
୩- ଯେଉଁ ଲୋକ ମାନେ କୋଷ୍ଠ କାଠିନ୍ଯ ସମସ୍ୟାରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ଗଜାମୁଗର ସେବନ କରିବା ଉଚିତ । ଏଥିରେ ଥିବା ଫାଇଭର ପାଚନ ରିୟାକୁ ଠିକ କରିଥାଏ । ଯାହା ଫଳରେ ଖାଦ୍ୟ ଠିକ ଭାବେ ହଜମ ହେବା କାରଣରୁ କୋଷ୍ଠ କାଠିନ୍ଯ ସମସ୍ଯା ହୁଏ ନାହି ।

୪- ଯଦି ଆପଣଙ୍କର ଅତ୍ୟଧିକ କେଶ ଝଡୁଥାଏ ତେବେ ସକାଳୁ ଗଜାମୁଗ ସେବନ କରିଲେ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଛଡା ଗଜାମୁଗ ସେବନ କରିବା ଦ୍ଵାରା ବୟସ ଜନିତ ଝୁରି ପଡେ ନାହି । ଚେହେରା ଚିକ୍କଣ ଓ ସତେଜ ରହିଥାଏ । ଗଜାମୁଗରେ ଥିବା ଆଣ୍ଟି-ଏଜିଙ୍ଗ ଗୁଣ ଯୋଗୁ ବୟସ ଅଧିକ ହେଲେ ମଧ୍ୟ ଫେସ ର ଉଜ୍ବଳତା ବଜାୟ ରଖିବାରେ ସାହାଜ୍ଯ କରିଥାଏ ।
୫- ଗଜାମୁଗ ଖାଇଲେ ଶରୀରରେ ଓଜନ ନିୟନ୍ତ୍ରଣରେ ରହିଥାଏ । ଏଥିରେ ଥିବା ଫାଇଭର ପେଟ ପୁରିଲା ଭଳି ଲାଗିଥାଏ କାରଣ ଏଥିରେ କମ କ୍ୟାଲୋରି ରହିଥାଏ ।
୬- ଗଜାମୁଗରେ ଭିଟାମିନ-କେ ରହିଥାଏ ଯାହା ଅସ୍ଥି ମଜବୁତ ରଖିବାରେ ସାହାଜ୍ଯ କରିଥାଏ । ଏହା ସହ କ୍ୟାନ୍ସର ରୋଗରୁ ମହଦୀ ରକ୍ଷା କରିଥାଏ । ପ୍ରତିଦିନ ଗୋଟେ କପ ଗଜାମୁଗ ଖାଇଲେ ଶରୀର ପାଇନ ଆବଶ୍ୟକ ହେଉଥିବା ଭିଟାମିନର ପରିମାଣର ୨୮% ମିଳିଥାଏ ।

୭- ଗଜାମୁଗ ଖାଇଲେ ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ । ଯାହା ଫଳରେ ରକ୍ତ ନଳୀରେ ଖରାପ କୋଲେଷ୍ଟ୍ରୋଲ ଜମା ହୁଏ ନାହି । ଫଳରେ ହାର୍ଟ ଆଟାକ ସମସ୍ୟାରୁ ରକ୍ଷା ମିଳିଥାଏ ।
୮- ଗଜାମୁଗରେ ଭିଟାମିନ-ସି ରହିଥାଏ ଯାହାର ଆଣ୍ଟି-ଅକ୍ସିଡେଣ୍ଟ ଗୁଣ କାରଣରୁ ଆମ ଶରୀରରେ ସୃଷ୍ଟି ହେଉଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗଜାମୁଗ ସାହାଜ୍ଯ କରିଥାଏ ।
୯- ଗଜାମୁଗ ସେବନ କରିଲେ ଶରୀରର ଗ୍ଳୁକୋଜର ପରିମାଣ କମ କରିଥାଏ । ଯାହା ଫଳରେ ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ ।




