ଦେଶ- ବିଦେଶ

ପୁତ୍ର ନଥିଲେ ପିତା ମାତାଙ୍କର ମୃତ୍ୟୁ ପରେ ପିଣ୍ଡ ଦାନ କିଏ କରିବେ ? ଦଶାହକର୍ମ କିଏ କରିବେ ?

ବନ୍ଧୁଗଣ ଆଜିର ସୂଚନା ଅନୁଯାଇ ଯେଉଁ ମାନବ ଏହି ଧରା ପୃଷ୍ଟରେ ଜନ୍ମଲାଭ କରିଥାଏ, ତାର ଦିନେ ନା ଦିନେ ମୃତ୍ୟୁ ହୋଇଥାଏ । ଆଜି କାର ପ୍ରସଙ୍ଗ ଏହା କି ଯେ ଯାହାର ପୁତ୍ର ସନ୍ତାନ ନଥାଏ, ତେବେ ତାଙ୍କର ମୃତ୍ୟୁ ପରେ ପିଣ୍ଡଦାନ କିଏ କରିବେ । ତାଙ୍କର ପ୍ରେତକୃତ କର୍ମ ଅର୍ଥାତ କ୍ରିୟା ଧରିବା ଏହି କର୍ମ କିଏ କରିବ? ଯାହାର କେବଳ ଝିଅ ଅଛି, କିନ୍ତୁ ପୁଅ ନଥାନ୍ତି । ଗରୁଡ ପୂରାଣ ଅନୁସାରେ ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଛି ।

ଯେଉଁ ବ୍ୟକ୍ତି ମାନଙ୍କର ପୁତ୍ର ସନ୍ତାନ ଜନ୍ମ ହେଇନଥାଏ ଅଥବା ବାପା ଥାଉ ଥାଉ ପୁଅର ମୃତ୍ୟୁ ହେଇଯାଇଥିବ, ତେବେ ସେହି କ୍ଷେତ୍ରରେ ପୁତ୍ରବଧୂ ଅର୍ଥାତ ପୁଅର ସ୍ତ୍ରୀ ଏହି କର୍ମ କରିପାରିବ । ଯେଉଁ ମାନଙ୍କର ପୁତ୍ର ସନ୍ତାନ ଜନ୍ମ ହିଁ ହେଇନଥାନ୍ତି, ତାଙ୍କମାନଙ୍କ କ୍ଷେତ୍ରରେ ସ୍ଵାମୀର ମୃତ୍ୟୁ ହୋଇଥିଲେ ସ୍ତ୍ରୀ ଏବଂ ସ୍ତ୍ରୀ ର ମୃତ୍ୟୁ ହୋଇଥିଲେ ସ୍ଵାମୀ ପିଣ୍ଡ ଦାନ କରିପାରିବ । ଯାହାର ସ୍ତ୍ରୀଙ୍କର ମୃତ୍ୟୁ ହେଇଯାଇଥିବ, ସେହି ଠାରେ ବଡ ଭାଇ ଯଦି ମୃତ୍ୟୁ ହୋଇଥାଏ, ତେବେ ତାଙ୍କର ସାନ ଭାଇ କ୍ରିୟା ଧରିପାରିବେ ।

ଯାହାର ସାନ ଭାଇ ମଧ୍ୟ ନଥିବେ ତାର ସାନ ଭାଇର ପୁଅ ଅର୍ଥାତ ପୁତୁରା ଏହି କ୍ରିୟା, କର୍ମ କରିପାରିବେ । ଯଦି ଜଣେ ଲୋକର ମୃତ୍ୟୁ ହୋଇଯାଇଥାଏ ଏବଂ ତାର ଦଶାହ କର୍ମ ହେଇପାରୁନଥିବ ତାହେଲେ ସେହି ବ୍ଯକ୍ତିର କେହି ଘନିଷ୍ଟ ବନ୍ଧୁ ମୃତ୍ୟୁ ପରର ସମସ୍ତ କର୍ମ କରିପାରିବେ । ଯେଉଁ କୌଣସି କାରଣ ପାଇଁ ଜଣେ ବ୍ଯକ୍ତିର ମୃତ୍ୟୁ ହେଇଥାଉ ନା କାହିଁକି ବ୍ଯକ୍ତିର ମୃତ୍ୟୁ ପରର କୌଣସି କର୍ମ ମଧ୍ୟ ବନ୍ଦ କରିବା ଉଚିତ ନୁହେଁ ।

ଗୋଟିଏ ବର୍ଷ ହେଉ ପଛକେ ମରିଯାଇଥିବା ଲୋକର ସମସ୍ତ କର୍ମ ସହିତ ପିଣ୍ଡଦାନ ମଧ୍ୟ କରାଯିବା ଉଚିତ ହୋଇଥାଏ । ଯଦି ଗୋଟିଏ ବ୍ଯକ୍ତିର ପରିବାରରେ କେହିନାହାନ୍ତି । ତେବେ ସେହିଠାରେ ସେହି ପରିବାରର ଯିଏ କୁଳଗୁରୁ ହେଇଥିବ ସେ ହିଁ ଏହି କର୍ମ ସବୁ ସମାପନ କରିବ ।

ସେଥିପାଇଁ ପରିବାରର କୁଳଗୁରୁଙ୍କୁ ଅଧିକ ସମ୍ମାନ ଦିଆଯାଇଥାଏ । ଏବଂ ତାଙ୍କୁ ପରିବାରର ମୁଖ୍ୟ ମଧ୍ୟ କୁହାଯାଇଥାଏ । କୁଳପୁରିହିତ ମାନଙ୍କୁ ଘରର ସମସ୍ତ କାର୍ଯ୍ୟ ଆରମ୍ଭପୂର୍ବରୁ ତାଙ୍କୁ ପଚାରିକି କରାଯାଇଥାଏ । ଯାହା ଦ୍ଵାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇବ । କୁଳପୁରୋହିତ ମାନଙ୍କର ଉପଦେଶ ମାନିକି ଚାଲିବା ଦ୍ଵାରା ଘରର ମଙ୍ଗଳ ହେବ ।

ଯଦି ବାପା ଥାଉ ଥାଉ ପୁଅର ମୃତ୍ଯୁ ଘଟିଯାଉଛି, ତେବେ ବାପା କେବେ ପୁଅ ପାଇଁ ମୃତ୍ୟୁ ପରର କର୍ମ କରିବେ ନାହିଁ କି ପିଣ୍ଡ ଦାନ ମଧ୍ୟ କରିବେ ନାହିଁ । କେବଳ ସାନ ମାନେ ବଡ ମାନଙ୍କ ପାଇଁ କରିପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button