ଗୁରୁବାର ଦିନ ଏହି କାମ କଲେ ଘରେ ବଢିଥାଏ ଧନ, Gurubar Mhaupaya

ନମସ୍କାର ବନ୍ଧୁଗଣ, ଗୁରୁବାରଟି ମା ଲକ୍ଷ୍ମୀଙ୍କ ବାର ଅଟେ ତେଣୁ ଏହି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିଲେ ଅନେକ ସୁଫଳ ପ୍ରାପ୍ତି ହେବ ଏବଂ ଧନ ପ୍ରାପ୍ତି ମଧ୍ୟ ହେବ । ଗୁରୁବାର ଦିନ କେଉଁ କାର୍ଯ୍ୟ ସବୁ କଲେ ଘରେ ଧନ ବୃଦ୍ଧି ହେବ କିଭଳି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ଜାଣନ୍ତୁ । ତେବେ ଆସନ୍ତୁ ଆଜି ଜାଣିବା ଗୁରୁବାର କେଉଁ କାମ କରିବା ଦରକାର । ଗୁରୁବାରଟି ହେଉଛି ବୃହସ୍ପତି ବାର ଏବଂ ବିଷ୍ଣୁଙ୍କର ବାର ମଧ୍ୟ । ଏହି ଦେବତା ଧନ ଓ ଐସୋର୍ଜ୍ୟର ଅଧିକାରୀ ଅଟନ୍ତି ।
ଏହି ଦୁଇ ମହାଶକ୍ତିଙ୍କ କୃପା ପାଇବା ପାଇଁ ଗୁରୁବାରଟି ଅତ୍ୟନ୍ତ ଶୁଭ ଅଟେ । ଗୋଟିଏ ସରଳ ଉପାୟ ଜାଣନ୍ତୁ ଯାହା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ । ପ୍ରଥମ ଉପାୟ ଟି ହେଉଛି, ଆପଣ ଯେତେବେଳେ ସ୍ନାନ କରୁଛନ୍ତି ତେବେ ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହା କରିବା ଦ୍ଵାରା ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ । ଏହି ହଳଦୀ ପାଣି ଗୁରୁଙ୍କୁ ପ୍ରଭାବିତ କରିଥାଏ ।
ସ୍ୱାସ୍ଥ୍ୟ ସମସ୍ୟା ଧନ ସମସ୍ୟା ଏବଂ ଦୁଶ୍ଚିନ୍ତା ମାନ ଦୂର ହୋଇଥାଏ ଏହାକୁ ପ୍ରତି ଗୁରୁବାର ଦିନ ନିଶ୍ଚୟ କରନ୍ତୁ । ଦିତୀୟ ଉପାୟଟି ହେଉଛି, ହଳଦୀ ରଙ୍ଗର ଫୁଲ ବିଷ୍ଣୁ ଭଗବାନଙ୍କୁ କିମ୍ବା ବୃହସ୍ପତିଙ୍କୁ ଗୁରୁବାର ଦିନ ଅର୍ପଣ କରନ୍ତୁ ।
କାରଣ ଏହି ହଳଦୀ ରଙ୍ଗର ଫୁଲ ଦ୍ଵାରା ଭଗବାନ ବିଷ୍ଣୁ ଓ ବୃହସ୍ପତି ଅକର୍ଶ୍ରିତ ହୁଅନ୍ତି । ତୃତୀୟ ଉପାୟଟି ହେଉଛି କିଛି ହଳଦୀ ନେଇ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ । ଏହାପରେ ଆପଣଙ୍କ ମନରେ ଯେଉଁ ଇଚ୍ଛା ଅଛି ତାହା ସବୁ ପ୍ରଥନା କରି ଜଣାନ୍ତୁ । ନିଶ୍ଚୟ ସେହି ସମସ୍ତ ଇଚ୍ଛା ପୂରଣ ହୋଇଯିବା । ଘରେ ଯେଉଁ ସମସ୍ୟା ଥିବ ତାକୁ ଜଣାନ୍ତୁ ଧନର ସମସ୍ଯା ଥିଲେ ମଧ୍ୟ ଜଣାନ୍ତୁ ।
କରଜ ଥିଲେ କରଜରୁ ମୁକ୍ତି ପାଇବା ପାଇଁ ପ୍ରାଥନା କରି ଜଣାନ୍ତୁ । ଏହି ସମସ୍ତ ପ୍ରକାର ଇଛାର ପୂରଣ ପାଇଁ ପ୍ରାଥନା କରନ୍ତୁ ଦେଖିବେ ସମସ୍ତ ଇଚ୍ଛା ଆପଣଙ୍କର ପୂରଣ ହେବ । ଚତୁର୍ଥ ଉପାୟ ଟି ହେଉଛି ହଳଦୀ ଗଣ୍ଠିକୁ ସୂତାରେ ମାଳ କରନ୍ତୁ ଏବଂ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା ସବୁ କରିବା ଦ୍ଵାରା ସେହିଦିନ ଠାରୁ ମାତା ଲକ୍ଷ୍ମୀ ସ୍ଥାଇ ରୂପେ ଆପଣଙ୍କ ଘରେ ବାସ କରିବେ ।
ଏବେ ଜାଣନ୍ତୁ ଏକ ରତ୍ନ ବିଷୟରେ, ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ପୋଖରାଜ ଧାରଣ କରନ୍ତୁ, ୩ରୁ ୫ ଗ୍ରାମ୍ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହାକୁ ରୂପା କିମ୍ବା ସୁନା ଦ୍ଵାରା ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ସବୁ କ୍ଷେତ୍ରରେ ଉନ୍ନତି ହୋଇଥାଏ । ଏବଂ ବ୍ୟକ୍ତି ଧନବାନ ହୋଇଯାଏ ।