ଦେଶ- ବିଦେଶ

Durga Puja 2022: ମତାରାଣୀ କରିଲେ କୃପା, ଏହି 5 ରାଶିରେ ଲାଗିବ ଲଟେରୀ… ଘରେ ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ, ଆଜିର ଦୁନିଆରେ ବିଜ୍ଞାନର ଯେତିକି ମାନ୍ୟତା ରହିଛି ଜୋତିଶ ଶାସ୍ତ୍ରର ମଧ୍ୟ ସେତିକି ମାନ୍ୟତା ରହିଛି । ତେଣୁ ଜୋତିଶ ଶାସ୍ତ୍ର ହିସାବରେ ୧୨ଟି ରାଶିର ଗତି ବିଧି ବା ଚଳନ ହିସାବରେ ସେହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ନିରୂପଣ କରାଯାଏ । ତେଣୁ ଏହି ଶାରଦୀୟ ଦୂର୍ଗା ପୂଜାରେ ମାଙ୍କ କୃପା ୫ଟି ରାଶି ଉପରେ ପଡିବାକୁଯାଉଛି । ତେବେ ଆସନ୍ତୁ ଜାଣିବା ସେହି ୫ଟି ରାଶି ଗୁଡିକ କଣ କଣ ଏବଂ କେଉଁ ପରିବର୍ତ୍ତନ ହେବ ତାଙ୍କ ଜୀବନରେ ।

ମେଷ ରାଶି: କାର୍ଯ୍ୟ କ୍ଷେତ୍ରରେ ଥିବା ସମସ୍ତ ବିଘ୍ନ ଦୂର ହେବ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ବ୍ୟବସାୟ କରୁଥିଲେ ସେଥିରୁ ଲାଭବାନ ହେବେ । ଭାତରୁ ସହଯୋଗ ପ୍ରାପ୍ତ ହେବ ପାରିବାରିକ ସୁଖ ମିଳିବ । ଦାମ୍ପତ୍ୟ ଜୀବନରେ ଖୁଶିର ଆଗମନ ହେବା । ଭବିଷ୍ୟତରେ ରାଜା ଯୋଗର ସମ୍ଭାବନା ରହିଛି । କୌଣସି ଅଟକି ରହିଥିବା କାର୍ଯ୍ୟ ଆପଣଙ୍କର ପୂର୍ଣ ହେବ ।

ବୃଷ ରାଶି: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ମହିଳାମାନେ କୌଣସି ଶୁଭ ସମ୍ବାଦ ପାଇଁ ଅତ୍ୟନ୍ତ ଖୁସି ହେବେ । ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ହାସଲ କରିବେ । ଜୀବନ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ସମସ୍ତ ପାରିବାରିକ ସମସ୍ୟା ଆପଣଙ୍କର ଦୂର ହେବ । ଭାଗ୍ୟ ବଳରେ ଖୁବ ଧନ କମେଇବେ ନିଜ ଜୀବନରେ ।

ତୁଳା ରାଶି: ବ୍ୟବସାୟରେ ଉନ୍ନତି ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିଜ ପସନ୍ଦର ସମସ୍ତ କାର୍ଯ୍ୟ କରିବାର ସୁଯୋଗ ପାଇବେ ଏବଂ ସେଥିରେ ସଫଳ ମଧ୍ୟ ହେବେ । ବନ୍ଧୁମାନେ ଏହି ସମୟରେ ଆପଣଙ୍କ ହାତ ଛାଡିଦେଇ ପାରନ୍ତି । ପରିବାରରେ ଖୁସିର ଆଗମନ ହେବ ।

ସିଂହ ରାଶି: କର୍ମ କକ୍ଷେତ୍ରରେ ଉନ୍ନତି ହେବାର ଯୋଗ ରହିଛି । ଦୁର୍ଘଟଣା ହେବା ପ୍ରତି ସାବଧାନ ରୁହନ୍ତୁ । ବନ୍ଧୁମାନଙ୍କର ସହଯୋଗ ମିଳିବ । ମହିଳା ମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି । ନିଜ ଭାଗ୍ୟ ବଳରେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । ଆସୁଥିବା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ।

କୁମ୍ଭ ରାଶି: ଧନ ସମ୍ପତିରେ ବୃଦ୍ଧି ହେବ । ଶତ୍ରୁ ମାନେ ପରାଜିତ ହେବେ । ପାରିବାରିକ ସମସ୍ତ ସମସ୍ୟା ଦୂର ହେବ । ଏବଂ ଖୁସିର ଆଗମନ ହେବ ଜୀବନରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଟକି ରହିଥିବା ସମସ୍ତ କାର୍ଯ୍ୟ ଏହି ସମୟରେ ଆପଣଙ୍କର ପୁରା ହେବ । ଆଶା ରଖିଥିବା ସମସ୍ତ ଜିନିଷ ଆପଣଙ୍କୁ ମିଳିବାକୁ ଯାଉଛି ଏହି ସମୟରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button