ଜ୍ୟୋତିଷ

Vastu Shastra : ଯେଉଁ ନାରୀ ଏହି 6ଟି ବସ୍ତୁର ଦାନ କରିଥାନ୍ତି, ସେହି ନାରୀ କେବେ ଵି ବିଧବା ହୁଅନ୍ତି ନାହିଁ

ଆମ ଦେଶରେ ସଂସ୍କାରର ବିଶେଷ ମହତ୍ଵ ରହିଛି । ଘରର ଗୁରୁଜନ ମାନେ କିଛି ନା କିଛି ଶିକ୍ଷା ଦେଇଥାନ୍ତି ଯାହା ଦ୍ଵାରା ସମସ୍ୟା ହୋଇ ନ ଥାଏ । ଏହି ସବୁ କାମ ଯାହା ଗୁରୁଜନ ମାନେ ଶିଖାଇଥାନ୍ତି ତାହା ଆମର ଭଲ ହେବା ସହ ଉନ୍ନତି ମଧ୍ୟ ହୋଇଥାଏ । ଶାସ୍ତ୍ରରେ ମଧ୍ୟ ଏମିତି କିଛି କୁହାଯାଇଛି ଯାହାକୁ କରିବା ଦ୍ଵାରା ଦିନ ବହୁତ ଭଲ ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦାନ କରିବା ଦ୍ଵାରା ମାନ ସମାନ ବୃଦ୍ଧି ହେବ ସହ ଦୁର୍ଭାଗ୍ୟ ଦୂର ହେବ । ଏହା ସହ ଧନର ମଧ୍ୟ ବୃଦ୍ଧି ହେବ ।

୧- ଲୁଣ : ଯଦି ଆପଣ ଲୁଣ ଦାନ କରିବେ ତେବେ ଦୁର୍ଭାଗ୍ୟ ଦୂର ହୋଇଥାଏ । ଲୁଣ ଦାନ କରିବା ସମୟରେ ଧ୍ୟାନ ରଖିବେ ସିଧା ହାତରେ ଲୁଣ କାହାକୁ ଦାନ କରିବେ ନାହି । ଲୁଣ ଯାହାକୁ ଦେବେ ତଳେ ରଖିକି ଦେବେ ।

୨- ଗୁଡ : ଗୁଡ ଦାନ କରିଲେ ସମ୍ପର୍କ ମଜବୁତ ହୋଇଥାଏ । ସେହି ସମ୍ପର୍କ କାହା ସହ ବି ହୋଇପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲେ ତେବେ ମହାଦେବଙ୍କ ଶରଣକୁ ଯାଇ ସୋମବାର ଦିନ ଗୁଡ ଦାନ କରନ୍ତୁ । କୌଣସି ସମ୍ପର୍କରେ ମିଠାଶ ଆଣିବାକୁ ସୋମବାର ଦିନ ଗୁଡ ଦାନ କରନ୍ତୁ ।

୩- ଧଳା ରାଶି : ଅନେକ ସମୟରେ ବ୍ୟକ୍ତି ଜ୍ଞାନୀ ହୋଇ ମଧ୍ୟ ଆତ୍ମବିଶ୍ଵାସ ସାଥ ଦିଏ ନାହି ବା ପିଲା ମାନେ ପଢାରେ ଭଲ ହୋଇଥାନ୍ତି କିନ୍ତୁ ତାଙ୍କର ଆତ୍ମବିଶ୍ଵାସ କମ ହୋଇଥାଏ ସେହି କ୍ଷେତ୍ରରେ ସୋମବାର ଦିନ ଧଳା ବା କଳା ରାଶି ଦାନ କରନ୍ତୁ । କଳା ରାଶି ଶନିବାର ଦିନ ଦାନ କରନ୍ତୁ ।

୪- ଘିଅ : ଘିଅ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଘିଅ ଦାନ କରିବା ଦ୍ଵାରା ରୋଗରୁ ମୁକ୍ତି ମିଳିଥାଏ । ଯଦି କୌଣସିପିଲାର ଥଣ୍ଡା କାସ ଅଧିକ ହେଉଛି ତେବେ ତାର ହାତରେ ଘିଅ ସ୍ପର୍ଶ କରି ଦାନ କରିଲେ ସେ ଆରୋଗ୍ଯ ଲାଭ କରିଥାଏ ।

୫- ଅନାଜ : ଅନାଜ ଦାନ କରିବା ଦ୍ଵାରା ମା ଅର୍ଣ୍ଣପୂର୍ଣ୍ଣା କେବେ ଭଣ୍ଡାର ଖେଳି ରଖିବେ ନାହି । ଆପଣକ ଘର ଓ ଧନରେ ଭରି ହୋଇ ରହିବ ଅନାଜ ଦାନ କରିବା ଦ୍ଵାରା । ଅନାଜ ଦାନ କରୁଥିବା ବ୍ୟକ୍ତି ଘରେ ସୁଖ ସମୃଦ୍ଧି ଆସିଥାଏ । ସୋମବାର ଦିନ ଅନାଜ ଦାନ କରିଲେ ଦୁର୍ଭାଗ୍ୟ ଦୂର ହୋଇଥାଏ ।

୬- ବସ୍ତ୍ର : ବସ୍ତ୍ର ଦାନ କରିବା ବହୁତ ଉତ୍ତମ ହୋଇଥାଏ । ଯେମିତି ମକର ସଙ୍କ୍ରାନ୍ତି ରେ ଅନେକ ଲୋକ ବସ୍ତ୍ର ଦାନ କରିଥାନ୍ତି । ଏହା ସହ ଥଣ୍ଡା ସମୟରେ କମ୍ବଳ ଦାନ କରିବା ଶୁଭ ହୋଇଥାଏ । ବସ୍ତ୍ର ଦାନ କରିବା ଦ୍ଵାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ଯଦି କେହି ଅଧିକ ଦିନ ଯାଏଁ ରୋଗାଗ୍ରସ୍ତ ଅଛି ତେବେ ତାଙ୍କ ହାତରେ ବସ୍ତ୍ର ଦାନ କରିଲେ ଆରୋଗ୍ଯ ଲାଭ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button