ଜ୍ୟୋତିଷ

କୁମ୍ଭ (Aquarius) ରାଶି ବ୍ୟକ୍ତିଙ୍କ ପାଇଁ ମହା ପ୍ରତିକାର, ଯାହା ବଦଳାଇଦେବ ଆପଣଙ୍କ ଜୀବନ- Astrology

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ କିପରି ପରିବର୍ତ୍ତନ ଆସିପାରିବ ସେହି ବିଷୟରେ କହିବାକୁ ଯାଉହୁ । ଏମାନେ ସବୁଠାରୁ ଅଲଗା ଓ ବିଶେଷ ହୋଇଥାନ୍ତି । ଶନିଦେବ ଙ୍କ କୃପା ଉପରେ ହିଁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନ ନିର୍ଭର କାର୍ଟିଥାଏ । ଏପରି ତ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଶନିଦେବଙ୍କ କୃପା କାରଣରୁ ଏମାନେ ପ୍ରାୟତ କର୍ମ ପ୍ରଧାନ ହୋଇଥାନ୍ତି । କିନ୍ତୁ ଅନେକ ସମୟରେ ଦୁର୍ବଳତା ରହିଛି ଯାହା ଏମାନଙ୍କ ଆଗକୁ ବଢିବାକୁ ଦିଏ ନାହି ଯାହା ରାତି ଏମାନେ ଧ୍ୟାନ ଦେବା ଉଚିତ । ଅନେକ ସମୟରେ ଆଳସ୍ୟ ସ୍ଵଭାବ, ଅବହେଳା କରିଥାନ୍ତି ଯାହା କାରଣରୁ ଭଲ ଭଲ ସୁଯୋଗ ହରାଇଥାନ୍ତି ।

ଏପରି ସ୍ଥଳରେ ଏହି କଥା ବୁଝିବା ଦରକାର ନଚେତ ସବୁ କିଛି ହରାଇ ବସିବେ । ଆପଣ ଧନ ପ୍ରତି କେୟାର କରନ୍ତି ନାହି । ଯଦି କାମ ଚାଲିଯାଏ ତେବେ ଧନ ସଞ୍ଚୟ କରନ୍ତି ନାହି । କୁମ୍ଭ ରାଶିର ବ୍ୟକ୍ତି ଅନେକ ସମୟରେ ନିଶା ଦ୍ରବ୍ଯର ଶିକାର ହୋଇଥାନ୍ତି । କିନ୍ତୁ ସମସ୍ତେ ହୋଇନ ଥାନ୍ତି । ପ୍ରାୟତ ଦେଖାଯାଏ କାର୍ଯ୍ୟକୁ ଘୁଞ୍ଚାଇବାର ଅଭ୍ଯାସ ମଧ୍ୟ ଏମାନଙ୍କ ଠାରେ ରହିଥାଏ ।

ଏମାନଙ୍କ ପାଖରେ ବହୁତ ଭଲ ବନ୍ଧୁ ବା ସାଥି ନ ଥାନ୍ତି । ଏମାନେ ନିଜ ଲୋକଙ୍କ ଠାରୁ ଠାକିମର ଶିକାର ହୋଇଥାନ୍ତି । ତେଣୁ ନିଜ ଉପରେ ଭରସା ରଖି କର୍ମ ପ୍ରାଧାନ୍ଯ ହେବା ଉଚିତ । ଏମିତି କରିଲେ ଆପଣ ନିଶ୍ଚୟ ଦିନେ ନା ଦିନେ ସଫଳତା ହାସଲ କରି ପାରିବେ । ଆଜି ଆପଣ ଭଲ କରିଥିଲେ ନିଶ୍ଚୟ ଭଲ ଫଳ ପ୍ରାପ୍ତ ହେବ । କିଛି କୁମ୍ଭ ରାଶିର ବ୍ୟକ୍ତି କାମ କାର୍ଯ୍ୟ ପ୍ରତି ଅବେହଳା କରିଥାନ୍ତି ।

ଏହାର କାରଣ ହେଉଛି ଆପଣଙ୍କ କୁଣ୍ଡଳୀ ରେ ଶୁକ୍ର ରହିଥାନ୍ତି । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଖରେ ସବୁ କିଛି ରହୁ ଓ ଆପଣଙ୍କ ଦୁର୍ବଳତା ଉପରେ ବିଜୟ ପ୍ରାପ୍ତ କରିବେ ତେବେ ଶୁକ୍ର ଙ୍କୁ ପ୍ରସନ୍ନ କରିବାକୁ ସକାଳୁ ଜଲ୍ଦି ଉଠିବା ସହ ସପ୍ତାହରେ ଗୋଟିଏ ଦିନ ଉପବାସ କରନ୍ତୁ ।

ଯାହା ପୂର୍ବରୁ ଆମେ କହିଛୁ ଧନ ସଞ୍ଚୟ କରନ୍ତି ନାହି ବା ଧନ ଅର୍ଜିତ କରିବାର ଇଚ୍ଛା ରଖନ୍ତି ନାହି ଯାହା ସଂପୂର୍ଣ୍ଣ ଭୁଲ ଅଟେ । ଧନ ସଞ୍ଚିତ କରିବାକୁ ବୃହସ୍ପତିଙ୍କୁ ପ୍ରସନ୍ନ କରନ୍ତୁ । ସକାଳୁ ଜଲ୍ଦି ଉଠି ସ୍ନାନ କରିବା ପରେ କେସର ର ତିଳକ ମଥାରେ ଲଗାନ୍ତୁ । ଦେଖିବେ ଜୀବନରେ ପରିବର୍ତ୍ତନ ଆସିବ । କିନ୍ତୁ ଏହାକୁ ବନ୍ଦ କରିବେ ନାହି ।

ଯଦି ସମ୍ଭବ ହୁଏ ବୃହସ୍ପତି ବାର ଦିନ ହଳଦିଆ ଜିନିଷର ଦାନ କରିପାରିବେ । ହଳଦିଆ କଦଳୀ, ବୁଟ ଡାଲି ବା ହଳଦିଆ ବସ୍ତ୍ର କାହାକୁ ବି ଦାନ କରିପାରିବେ । ନିଜର ସାମର୍ଥ୍ୟ ଅନୁଯାୟୀ କିଛି ଏପରି କରିଲେ ଶୁଭ ଫଳ ମିଳିଥାଏ । ରୁଣ ଭାରରେ ଥିଲେ ସୋମବାର ଦିନ ଶିବଲିଙ୍ଗ ଉପରେ ଗଙ୍ଗା ଜଳ ଅର୍ପଣ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button