ମନୋରଞ୍ଜନ

Gk Questions & Answers- ଗୋଟେ ସ୍ତ୍ରୀ ର 7 ଟି ପିଲା, ଅଧା ପୁଅ ଓ ଅଧା ଝିଅ, କୁହତ ଏହା କେମିତି ସମ୍ଭବ ? 99% ଲୋକ ଫେଲ

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ । ଏବଂ ଏହାର ଉତ୍ତର ମଧ୍ୟ କହିବୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ ୧:- ଯାଆଁଳା ଆମେ ଭାଇ ଭଉଣୀ ମୁଗ ବିରି କୋଳଥ ଖାଉ ଚଟକିନି । ଏହା କଣ?

ଉତ୍ତର:- ଚକି

ପ୍ରଶ୍ନ ୨:- ଗରମ ହେଲେ ସେ ବଞ୍ଚିଥାଏ ପବନ ହେଲେ ସେ ମରିଯାଏ । ତାହା କଣ?

ଉତ୍ତର:- ଝାଳ

ପ୍ରଶ୍ନ ୩:- ପ୍ରଶ୍ନ ୩:-ସଳଖ ମୋର ଗୋଡ଼,ମୁହଁଟି ମୋର ବଙ୍କା । ବଙ୍କା ଲୋକର ପାଖରେ ଥିଲେ ନଥାଏ ତାର ସଙ୍କା । ଏହାର ଉତ୍ତର କଣ?

ଉତ୍ତର:- ବଙ୍କୁଲି ବାଡ଼ି

ପ୍ରଶ୍ନ ୪:- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର:- ବେଲୁନ

ପ୍ରଶ୍ନ ୫:- ବର୍ଷା ଦିନେ କାନ୍ଦେ ଶିତ ଦିନେ ସୁଏ ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ ରଙ୍ଗ ବେରଙ୍ଗିର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?

ଉତ୍ତର:- ଛତା

ପ୍ରଶ୍ନ ୬:- କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଶସ୍ତ ସୋରିଷ୍ଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?

ଉତ୍ତର:- ଉକୁଣୀ

ପ୍ରଶ୍ନ ୭:- କଞ୍ଚା ବେଳେ ଲତପଦ ପାଚିଗଲେ ଟାଣ, ଏହାର ଉତ୍ତର କହିଦିଅ ରହିଲା ମୋ ରାଣ ?

ଉତ୍ତର:- ମାଟି ହାଣ୍ଡି

ପ୍ରଶ୍ନ ୮:- କେତେବେଳେ ପିଏ କଳା କେତେବେଳେ ପିଏ ନାଲି, ପେଟ ଶୁଖିଗଲେ ତାର ଆଉ ନ ପାରଇ ଚାଲି ?

ଉତ୍ତର:- କଲମ

ପ୍ରଶ୍ନ ୯:- ଗୁଲୁଗୁଲିଆ ଆଖି, ଦୁଇଟି ତାର ଡେସା ନାମ କାମ ତାର ଅତି ଆପଣା, ଅନ୍ଧକୂ ଦେଖାଏ ବାଟ, ସିଏ ନ ରହିଲେ ଅନ୍ଧ ହୁଏ ଛଟପଟ ?

ଉତ୍ତର:- ଚଷମା

ପ୍ରଶ୍ନ ୧୦:- ଖାଇସାରି ପେଟେ ପତର ମେଲା, ଧଳା ରଙ୍ଗ ଦେଇ ମଖାଇ ଦେଲା, ମସଲା ପକାଇ ମୁଢି ଖାଇଲା, ରକତ ମେଞ୍ଚାଏ ପକାଇ ଦେଲା ?

ଉତ୍ତର:- ଖିଲିପାନ

ପ୍ରଶ୍ନ ୧୧:- କ୍ଷୀର ସମୁଦ୍ରରେ କରେ ମୁଁ ବାସ ଦେଖନ୍ତିନି ମତେ କେହି ସମୁଦ୍ର ମନ୍ଥରେ ହୋଇଲେ ଶେଷ ମୋ ରୂପ ଦେଖିକି ତୁହି ?

ଉତ୍ତର:- ଲହୁଣୀ

ପ୍ରଶ୍ନ ୧୨:- କାଟି କରି ତା ମୁଣ୍ଡ ଦେଲି ତାକୁ ମୃତ ହସିଲା ସେ କିରି କିରି, ଯେତେ କାଟିଲେ ବି ପାରିବନି ମତେ ମାରି ?

ଉତ୍ତର:- ନଖ

ପ୍ରଶ୍ନ ୧୩:- ପୋଷା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ, ଶୁଖିଲା ଖାଏ ସେ ପିଏନି ପାଣି ପେଚା ନୁହେଁ କିନ୍ତୁ ଅନ୍ଧାରେ ଦେଖେ, ଯାହାଜ୍ୟ କରେ ସେ ରଖିକେ ପାଖେ ?

ଉତ୍ତର:- ଟର୍ଚ୍ଚ

ପ୍ରଶ୍ନ ୧୪:- ତାହା କଣ ଯାହାର ମୁଣ୍ଡ ଏବଂ ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ ?

ଉତ୍ତର:- ମୁଦ୍ରା

ପ୍ରଶ୍ନ ୧୫:- ଘର ଗୋଟିଏ ବାର ବଖରା, ତିନି ସିପାହୀ ଦିଅନ୍ତି ପହରା । ତାହା କଣ ?

ଉତ୍ତର:- ଘଣ୍ଟା

ପ୍ରଶ୍ନ ୧୬:- ଗୋଟେ ସ୍ତ୍ରୀର ୭ ପିଲା, ଟୋଟାଲରୁ ଅଧା ପୁଅ ଓ ଅଧା ଝିଅ, କୁହତ ଏହା କେମିତି ସମ୍ଭବ !

ଉତ୍ତର:- ୪ ପୁଅ ଏବଂ ୪ ଝିଅ ଓ ମା

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଆପଣଙ୍କ ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button