ଜ୍ୟୋତିଷ

ଜାଣନ୍ତୁ ଶରୀରରେ ଥିବା କଳାଜାଇର ଅର୍ଥ, ଏହି 10ଟି ଜାଗାରେ ଥିଲେ କଳାଜାଇ ହେବେ ଧନୀ

ନମସ୍କାର ବନ୍ଧୁଗଣ, ଲୋକମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର ଏବଂ ଭବିଷ୍ୟତ ବିଷୟରେ ମଧ୍ୟ ଜାଣି ହୁଏ ସେହି ଲୋକର ଶରୀରରେ ଥିବା କଳାଜାଇରୁ । ତେବେ ଆଜି ଆମେ ଆପଣ ମାନଙ୍କ ମନରେ ଥିବା ସେହି ସବୁ ପ୍ରଶ୍ନକୁ ଦୂର କରିବାକୁ ଯାଉଛୁ ଯାହା ଆପଣଙ୍କ ମନରେ ଉଙ୍କି ମାରୁଅଛି ଅନେକ ଦିନରୁ କି କଳାଜାଇ ଶରୀରରେ ଥିଲେ କଣ କଣ ସବୁ ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହିସବୁ ବିଷୟରେ ।

ସମୁଦ୍ର ଶାସ୍ତ୍ରରେ କଳାଜାଇ ବିଷୟରେ ସମ୍ପୂର୍ଣ ଭାବେ କୁହାଯାଇଛି । ସେଥି ମଧ୍ୟରୁ ଦଶଟି ସ୍ଥାନରେ ଥିବା କଳାଜାଇ ବିଷୟରେ ଆସନ୍ତୁ ଜାଣିବା । ପ୍ରଥମ: ନାଭି ଉପରେ କଳାଜାଇ ହେବାକୁ ବ୍ୟକ୍ତିର ଦୁର୍ଭାଗ୍ୟ ବୋଲି ମନାଯାଏ । ଏମିତି ବ୍ୟକ୍ତି ଭୋଜନର ବହୁତ ଲାଳସା ରଖିଥାନ୍ତି । କିନ୍ତୁ ଯଦି କଳାଜାଇ ନାଭିର ପାଖା ପାଖି ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କୁ ଧନର ପ୍ରାପ୍ତି ହୋଇଥାଏ ।

ଦିତୀୟ: ଯେଉଁ ଲୋକଙ୍କ ପିଠିରେ କଳାଜାଇ ଥାଏ ତେବେ ଏହା ରୋମାଣ୍ଟିକ ହେବା ସହ ଧନ ପ୍ରାପ୍ତିର ସୂଚକ ଅଟେ । ଏମିତି ବ୍ୟକ୍ତି ଖୁବ କମେଇଥାନ୍ତି ଏବଂ ଖର୍ଚ ମଧ୍ୟ କରିଥାନ୍ତି । ତୃତୀୟ: ଯେଉଁ ବ୍ୟକ୍ତିଙ୍କ ପାଦର ଆଙ୍ଗୁଠିରେ କଳାଜାଇ ହୋଇଥାଏ ସେମାନେ ସମାଜରେ ନିଜକୁ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ନିଜକୁ ବିବେଚିତ କରନ୍ତି ।

ଚତୁର୍ଥ: ଯେଉଁ ବ୍ୟକ୍ତିଙ୍କ ହାତର ବିଶି ଆଙ୍ଗୁଠିରେ କଳାଜାଇ ଥାଏ ସେମାନେ ଧନବାନ ହୋଇଥାନ୍ତି । ପଞ୍ଚମ: ଯେଉଁ ଲୋକଙ୍କ ନାଭିର ତଳେ କଳାଜାଇ ହୋଇଥାଏ ତାଙ୍କ ଜୀବନରେ କେବେ ଧନର ଅଭାବ ହୋଇନଥାଏ । ଷଷ୍ଠ: ଟିକିଲି ଲଗାଉଥିବା ସ୍ଥାନରେ କଳାଜାଇ ହେବାକୁ ଅତ୍ୟନ୍ତ ଶୁଭ ମନାଯାଏ ।

ଏବଂ ଏମାନଙ୍କୁ କେବେ ବି ଧନର ଅଭାବ ହୁଏ ନାହିଁ । ସପ୍ତମ: ଯେଉଁ ମାନଙ୍କ ଡାହାଣ ନାକରେ କଳାଜାଇ ରହିଥାଏ ସେମାନଙ୍କୁ କମ ପରିଶ୍ରମରେ ହିଁ ଧନର ପ୍ରାପ୍ତି ହୋଇଥାଏ । ଅଷ୍ଟମ: ଯେଉଁ ବ୍ୟକ୍ତିଙ୍କ ଥୋଡି ଉପରେ କଳାଜାଇ ହୋଇଥାଏ ଏମାନଙ୍କୁ କେବେ ବି ଧନର ଅଭାବ ହୁଏ ନାହିଁ । କାରଣ ଏମାନଙ୍କ ପାଖରେ ଆୟର ସାଧନ ରହିଥାଏ ।

ନବମ: ଯେଉଁ ବ୍ୟକ୍ତିଙ୍କ ଅନାମିକା ଆଙ୍ଗୁଠିରେ କଳାଜାଇ ହୋଇଥାଏ ସେମାନେ ବହୁତ ଧନବାନ ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କୁ ମଧ୍ୟ କୌଣସି ଜିନିଷର କମ ରହେ ନାହିଁ । ଦଶମ: ଯେଉଁ ବ୍ୟକ୍ତିଙ୍କ କନିଷ୍ଟ ଆଙ୍ଗୁଠିରେ କଳାଜାଇ ହୋଇଥାଏ ସେମାନେ ସମ୍ପତିଶାଳୀ ହୋଇଥାନ୍ତି କିନ୍ତୁ ଏମାନଙ୍କ ଜୀବନରେ କଷ୍ଟ ସହିତ ଶାନ୍ତି ମଧ୍ୟ ରହିଥାଏ ।

କିନ୍ତୁ ଏମାନେ ନିଜ ବୁଦ୍ଧି ବଳରେ ସେହି ସବୁ କଷ୍ଟକୁ ଦୂର କରିଦିଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button