ହାତ ପାପୁଲିରେ ଥିଲେ ‘X’ର ଚିହ୍ନ, ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Hasta Rekha

ନମସ୍କାର ବନ୍ଧୁଗଣ, ନିଜ ଭାଗ୍ୟ ନିଜ ହାତରେ ଆଜ୍ଞା ହଁ ଏହା ସତ୍ୟ । କରୁଥିବା କର୍ମ ଅନୁଯାୟୀ ଭାଗ୍ୟ ସାଥ ଦେଇଥାଏ । ଯଦି ଆପଣ କର୍ମ ନକରିବେ ତେବେ ଭାଗ୍ୟରେ ଥିବା ଜିନିଷ ବି ଆପଣଙ୍କୁ ମିଳିବନି । ହାତରେ ଥିବା ସମସ୍ତ ଚିହ୍ନରୁ ହିଁ ଜାଣନ୍ତୁ ନିଜ ଭାଗ୍ୟ । ତେବେ ଆପଣଙ୍କ ଭାଗ୍ୟରେ କଣ ରହିଛି ଜାଣିବାକୁ ଇଛୁକ ଅଛନ୍ତି ତ ! ଆଉ ଡେରି ନକରି ଆସନ୍ତୁ ଜାଣିବା ହାତ ପାପୁଲିରେ କେଉଁ ଚିହ୍ନ ଥିଲେ କଣ ହୋଇଥାଏ ଜୀବନରେ ।
ପ୍ରଥମ: ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ଶଙ୍ଖ ଚିହ୍ନ ଥାଏ ସେମାନେ ଜୀବନରେ ଧନୀ ବ୍ୟକ୍ତି ହୁଅନ୍ତି । କେବେ ମଧ୍ୟ ଏମାନଙ୍କୁ ଧନର ଅଭାବ ରହିନଥାଏ । ଏମାନଙ୍କ ସ୍ଵାଭାବ ବହୁତ ଦୃଢ ହୋଇଥାଏ । ଦିତୀୟ: ହାତରେ ଯଦି ମାଛର ଚିହ୍ନ ରହିଥାଏ ତେବେ ଏମାନେ ବହୁତ ସୌଭାଗ୍ୟଶାଳି ବୋଲି ଜାଣନ୍ତୁ । ଜୀବନକୁ ବେସ ଖୁସି ଓ ଆରାମର ସହ ବିତାଇଥାନ୍ତି ।
ତୃତୀୟ: ଯଦି ଆପଣଙ୍କ ହାତରେ ମନ୍ଦିର ଭଳି ଚିହ୍ନ ସ୍ତୃଷ୍ଟି ହେଉଛି ତେବେ ଜାଣି ରଖନ୍ତୁ କି ଆପଣଙ୍କୁ ସମାଜରେ ଅନେକ ମାନ ସମ୍ମାନ ମିଳିବ । ଗୋଟିଏ ଜାଗାରେ ରହିଲେ ମଧ୍ୟ ସାରା ଦୁନିଆର ଖବର ଏମାନଙ୍କ ପାଖରେ ଥାଏ । ଚତୁର୍ଥ: ହାତ ପାପୁଲିରେ ଯଦି ସ୍ଵାସ୍ତିକ ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ବହୁତ ଦୟାବାନ ହୋଇଥାନ୍ତି । ଏବଂ ବହୁତ ଠାକୁର ବିଶ୍ଵାସୀ ହୋଇଥାନ୍ତି ।
ପଞ୍ଚମ: ତ୍ରିଶୂଳ ଚିହ୍ନ ଥିବା ବ୍ୟକ୍ତି ବହୁତ ସାହସୀ ଓ ବାହାଦୁର ହୋଇଥାନ୍ତି । ଅର୍ଦ୍ଧ ଚନ୍ଦ୍ର: ପ୍ରଥମ: ନଖରେ ଅର୍ଦ୍ଧ ଚନ୍ଦ୍ର ଥିବା ଲୋକ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଚିହ୍ନକୁ ବହୁତ ହି ମନାଯାଏ । ଅନାମିକା ଆଙ୍ଗୁଠିର ନଖରେ ଯାହାର ଅର୍ଦ୍ଧ ଚନ୍ଦ୍ର ହୋଇଥାଏ ସେମାନଙ୍କୁ ସମାଜରେ ବହୁତ ମାନ ସମ୍ମାନ ମିଳିଥାଏ । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମଧ୍ୟ ମିଳିଥାଏ ।
କୌଣସି ବଡ ପୁରସ୍କାର ମିଳିବାର ସମ୍ଭାବନା ବହୁତ ଅଧିକ ରହିଥାଏ । ଦିତୀୟ: ଯେଉଁ ଲୋକଙ୍କର ମଝି ଆଙ୍ଗୁଠି ନଖରେ ଅର୍ଦ୍ଧ ଚନ୍ଦ୍ର ହୋଇଥାଏ ତେବେ ସେହି ବ୍ୟକ୍ତି ବ୍ୟାପାର, ବାଣିଜ୍ୟରେ ପ୍ରଗତି କରିଥାଏ । ତୃତୀୟ: ଯେଉଁ ଲୋକଙ୍କର ତର୍ଜନୀ ଆଙ୍ଗୁଠିରେ ଅର୍ଦ୍ଧ ଚନ୍ଦ୍ର ହୋଇଥାଏ ସେମାନଙ୍କୁ ମଧ୍ୟ ବ୍ୟାପାର ବ୍ୟବସାୟରେ ଖୁବ ଉନ୍ନତି ମିଳିଥାଏ ନିଜ ଜୀବନରେ ।
ଚତୁର୍ଥ: ସବୁଠାରୁ ଛୋଟ ଆଙ୍ଗୁଠିରେ ଯଦି ଅର୍ଦ୍ଧ ଚନ୍ଦ୍ର ହୋଇଥାଏ ତେବେ ଏହାକୁ ମଧ୍ୟ ବହୁତ ହି ଶୁଭ ମନାଯାଏ । ଏମାନେ ଜୀବନରେ ବଡ ବଡ ଅସୁବିଧାର ମଧ୍ୟ ସହଜ ସମାଧାନର ବାଟ ବାହାର କରିଦେଇଥାନ୍ତି । ପଞ୍ଚମ: ଯେଉଁ ବ୍ଯକ୍ତିର ସମସ୍ତ ଆଙ୍ଗୁଠିରେ ଅର୍ଦ୍ଧ ଚନ୍ଦ୍ର ହୋଇଥାଏ ଏବଂ ଅଙ୍ଗୁଠୁ ବଡ ବଡ ହୋଇଥାଏ ଏମାନେ ନିଜ ଜୀବନରେ ନିଜ ବଳରେ ସଂଘର୍ଷ କରି ଉନ୍ନତିର ସିଢି ଚଢନ୍ତି ।