ପୁଅ ଓ ଝିଅ ଆପଣଙ୍କ କଥା ମାନୁ ନଥିଲେ, ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଦୁନିଆ ବଦଳିବା ସାଙ୍ଗରେ ଆଜି କାଲିର ଜନ୍ମ ହୋଇଥିବା ପିଲା ମଧ୍ୟ ବଦଳିବାକୁ ଲାଗିଲେଣି । କେହି ମଧ୍ୟ ଆଉ ବାପା ମାଙ୍କୁ ମାନୁନାହାନ୍ତି । ଭାବୁଛନ୍ତି ବାପା ମା ହେଉଛନ୍ତି ପୁରୁଣା ଯୁଗର ତାଙ୍କୁ କିଛି ଜଣା ନାହି । ତେଣୁ ନିଜକୁ ନିଜେ ରାଜା ମନେ କରୁଛନ୍ତି ଆଜିର ପିଲା । କିନ୍ତୁ କେବେ ମଧ୍ୟ ମାତା ପିତାଙ୍କ କଥାକୁ ଏଡେଇଦେବା ଉଚିତ ହୋଇନଥାଏ । କାରଣ ସେମାନେ ହିଁ ବେଶି ଦୁନିଆ ଦେଖିଛନ୍ତି । ଯଦି ଆପଣଙ୍କ ପିଲା ମାନୁନାହାନ୍ତି ତେବେ କଣ କରିବା ଦରକାର ଜାଣନ୍ତୁ ।
ବୁଧ ଗ୍ରହ ହେଉଛନ୍ତି ମନର କାରକ । ଯଦି ଆପଣଙ୍କର ବୁଧ ଗ୍ରହ କିମ୍ବା ଶନି ଗ୍ରହ ଖରାପ ରହିଲା ନିଶ୍ଚିନ୍ତ ସେହି ପିଲା ଚଗଲା ହେବ କଥା ମାନିବନି । ଏମିତି ପରିସ୍ଥିତି ଆସିଲେ ଆପଣ ଏହାର ପ୍ରତିକାର କରିବା ଦରକାର । ଛୋଟ ପିଲା ହୁଅନ୍ତୁ କିମ୍ବା ବଡ ଯଦି ଆପଣଙ୍କ କଥା ମାନୁନାହାନ୍ତି ତେବେ ତାଙ୍କ ସହ ସବୁବେଳେ ସମୟ ବିତାଇବା ପାଇଁ ଚେଷ୍ଟା କରନ୍ତୁ ।
ଆପଣ ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଜ ପିଲାଙ୍କୁ ସବୁଦିନ ଅଳ୍ପ ବହୁତ ହେଉପଛେ ସମୟ ଦିଅନ୍ତୁ । ସ୍ନେହ ମମତାର ସହ ତାଙ୍କୁ ବୁଝାଇବେ । କାରଣ ରାଗିକରି ଆପଣ କିଛି କହିଲେ ସେମାନେ ନିଜର ଅସୁବିଧା ବିଷୟରେ ଆପଣଙ୍କୁ ଜଣାଇବେ ନାହିଁ । ଏହଫଳରେ ହିଁ ସେମାନେ ନିଜକୁ ସବୁବେଳେ ଚିଡ ଚିଡା କରି ରଖିବେ । ବାପା ମାଙ୍କୁ ସବୁବେଳେ ପିଲାର ମନ ଚାହୁଁଥିବା କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଦରକାର ।
କୌଣସି କାର୍ଯ୍ୟ କରିବା ପାଇଁ ତାଙ୍କ ଉପରେ ଅଧିକ ଚାପ ପକାଇବେ ନାହିଁ । ଯଦି ପିଲାଙ୍କ ମନ ପାଠ ପଢାରେ ଲାଗୁନାହିଁ ତେବେ ତାଙ୍କ ରୁମରେ ସରସ୍ଵତୀ ମାଙ୍କର ଏକ ଜନ୍ତ୍ର ଲଗାନ୍ତୁ । ପାଠ ପଢୁଥିବା ସମୟରେ ପିଲାଙ୍କୁ ସବୁବେଳେ କୁହନ୍ତୁ ପୂର୍ବ ଦିଗକୁ ମୁହଁ କରି ପାଠ ପଢିବା ପାଇଁ । ଏହା କରିବା ଫଳରେ ପାଠ ମନେ ରହିଥାଏ । ଯଦି ଆପଣଙ୍କ ପିଲା ସବୁବେଳେ
ଚିନ୍ତାରେ ରହୁଛି ଏବଂ ଚିଡ଼ି ଚିଡି ହେଉଛି ତେବେ ଆପଣ ବାପା ମା ନିଜ ସନ୍ତାନଙ୍କୁ ସାଙ୍ଗରେ ନେଇ ପ୍ରତ୍ୟକ ସୋମବାର ଶିବ ମନ୍ଦିର ଯାଅନ୍ତୁ, କ୍ଷୀର ଢାଳନ୍ତୁ ଏବଂ ପିଲାଙ୍କର ଚନ୍ଦ୍ର ଦୋଷ ଅଛି କି ନାହି ଆପଣଙ୍କ ପୁରୋହିତଙ୍କ ଠାରୁ ବୁଝି ତାଙ୍କ ପାଇଁ ଘରେ ଚନ୍ଦ୍ର ପୂଜା କରନ୍ତୁ । ଏହଫଳରେ ସେ ଚନ୍ଦ୍ର ପରି ଶାନ୍ତ ରହିବେ ।
ଯେତେ ସମ୍ଭବ ପିଲାଙ୍କ ହାତରେ ଧଳା ଜିନିଷର ଦାନ ପୂଣ୍ୟ କରାନ୍ତୁ । ସବୁବେଳେ ଚେଷ୍ଟା କରିବେ ପିଲାଙ୍କୁ ଧଳା ରଙ୍ଗର ପୋଷାକ ପିନ୍ଧାଇବା ପାଇଁ । ବାପା ମାଙ୍କୁ ମଧ୍ୟ ଦାୟିତ୍ଵବାନ ହେବା ଦରକାର ପିଲାଙ୍କ ପ୍ରତି ।