ଜ୍ୟୋତିଷ

କଳିଯୁଗ ଶେଷରେ କେଉଁ ମାନେ ବଞ୍ଚି ରହିବେ? ପ୍ରଥମଥର ମିଳିଲା ପ୍ରମାଣ, ଦେଖନ୍ତୁ କଣ କହୁଛନ୍ତି ବାବା ଦିବାକର ଦାସ

ଭକ୍ତ ବନ୍ଧୁ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି କଳିଯୁଗ ଶେଷରେ କୁଳକୁ କେଉଁ ମାନେ ହେବେ ବିହନ । ତେବେ ମହାପୁରୁଷ ଲେଖିଛନ୍ତି କଳିଯୁଗରେ କେହି କାହାକୁ ଉତ୍ତର ନ ଦେଇ ରହିପାରିବେ ନାହି । ବାପା ମୁହଁରେ ପୁଅ ଉତ୍ତର ଦେବ, ସ୍ଵାମୀ ମୁହଁରେ ସ୍ତ୍ରୀ ଉତ୍ତର ଦେବ, ଗୁରୁଜନଙ୍କ ମୁହଁରେ ଲଘୁଜନ ଉତ୍ତର ଦେବେ । ଆଉ ପିଲାମାନେ ଏମିତି ଉତ୍ତର ଦେବେ କି ବଡ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବିନା ଦକ୍ଷିଣାରେ କିଛି କାମ ହେବ ନାହି କଳିଯୁଗରେ । ଜୋରଦାର ଲାଞ୍ଚ କାରୋବାର ହେବ ।

ମଣିଷ ଦରମା ପାଇବ କାମ ନ କରି ଆଉ ଲାଞ୍ଚ ନେଇ କାମ କରିବ ।  ଭଗବତ ଗୀତା, ପୋଥି, ଟୁଙ୍ଗି ଆଉ କଳିଯୁଗ ଶେଷରେ ରହିବ ନାହି । ପୂର୍ବ ର ନାରୀ, ପତିବ୍ରତା ନାରୀ କୁଆଡେ ପଳାଇବେ । ଏ ସଂସାର ଏତେ ମୋହ ଗ୍ରସ୍ତ ହୋଇଯିବେ । କଳିଯୁଗରେ ହକତା ଭାବ ରହିବେ, ଦିଅଁ ଦେବତା ଆସ୍ଥା ଛାଡିବେ । ଯେଉଁ ମାନେ ଜ୍ଞାନ, ଭକ୍ତି ରେ ରହିବେ ସେମାନେ କଳିଯୁଗରେ କୁଳକୁ ବିହନ ହେବେ । ମହାପୁରୁଷ ଆଗକୁ ଲେଖିଛନ୍ତି କଳ୍କି ଭଗବାନ ଦୁଷ୍ଟ ଲୋକଙ୍କୁ ଦମନ କରିବେ ।

ଯେଉଁ ବ୍ୟକ୍ତି ଧର୍ମ କୁ ସଞ୍ଚୟ  କରି ରଖିଥିବ ସେ କଳିଯୁଗ ଶେଷରେ କୁଳକୁ ବିହନ ହେବ । ଏହି ଠିକଣା ଯିଏ ବ୍ରହ୍ମ କୁ ଜାଣିବ ଅର୍ଥାତ ସାଧନା, ତତ୍ତ୍ଵ ଯାହା ଆମେ ଏଠାରେ ଆଲୋଚନା କରିଲୁ ଏହାକୁ ଚେତା ଭକ୍ତ ଜାଣି ସେହି ମନ୍ତ୍ର କୁ ଜପ କରିବ । ଆଉ ଯେଉଁ ମନ୍ତ୍ର କୁ ଗୁରୁ ପ୍ରଦତ୍ତା ଆଉ ଯେଉଁ ମନ୍ତ୍ର ଶୂନ୍ୟ ରୁ ମିଳିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ମାଳିକା ରେ । ସେମାନେ ହେଉଛନ୍ତି ପ୍ରକୃତ କୁଳ କୁ ବିହନ । ଆଉ ସେହି ମାନେ ହିଁ କଳିଯୁଗରେ ରହିବେ ।

ଆଉ ଅନେକ ଭକ୍ତ ନିଜକୁ କଳିଯୁଗରେ ଗୁପ୍ତ ଭାବରେ ରଖିବେ । କାରଣ କଳିଯୁଗରେ ଭକ୍ତ ମାନେ ଆଗକୁ ଆସିବେ ନାହି । ଏହି ପରି ଭାବେ ମହାପୁରୁଷ କୁଳ ବିହନ କଥା ଲେଖିଛନ୍ତି । ଆଉ ଯେଉଁ ମାନେ ଆବାର ଜ୍ଯୋତି ର ସାଧନା ରେ ପରି ପୂର୍ଣ୍ଣ ହୋଇ ରମହ କୁ ଚିନ୍ତା କରିଥିବେ ଆଉ ତା ସହ କଳିଯୁଗ ଭକ୍ତ ଅତି ସରଳ, ନିରୀହ ଓ ପରୋପକାର ରେ ବ୍ୟସ୍ତ ଥିବେ । କାହିଁକି ନା ଏହି ସମୟ ଏମିତି ହୋଇ ଗଲାଣି ଜଣଙ୍କ ଛାତ ପଡିଲେ ଆଉ ଜଣେ ଈର୍ଷା କରୁଛି ।

ତେଣୁ ଭକ୍ତ ବନ୍ଧୁ ସାବଧାନ ହୋଇ ଯାଆନ୍ତୁ କଳିଯୁଗରେ ଆପଣ ସମୟର ପରିବର୍ତ୍ତନ ହୋଇଥାଏ । ତେଣୁ ଭକ୍ତ ମାନଙ୍କୁ କେବେ ବି କଷ୍ଟ ଦିଅନ୍ତୁ ନାହି । ଯେଉଁ ଭଳି ଭାବେ ଅନ୍ୟାୟ ଅତ୍ୟାଚାର ବଢି ଚାଲିଛି ଭକ୍ତ ମାନଙ୍କୁ ସତ ମାର୍ଗ ରେ ଚାଲିବାକୁ ପ୍ରୋଶ୍ଚାହନ ଦେବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button