ଜ୍ୟୋତିଷ

ହନୁମାନଙ୍କ ବାହନ କିଏ, କେଉଁ ଫୁଲରେ ପୂଜା କଲେ ମନସ୍କାମନା ପୂର୍ଣ ହୁଏ, ମଙ୍ଗଳ ଦୋଷ ଦୂର ହୁଏ ।

ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ଅନେକ କିଛି ସମସ୍ୟାର ସମାଧାନ ପାଇଁ ଉପାୟ କରିଥାଉ । ହେଲେବି ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ଆଜି ଆସନ୍ତୁ ଜାଣିବା ମଙ୍ଗଳ ଦୋଷ ଦୂର ହେବ ପାଇଁ ହନୁମାନଙ୍କ ପାଖରେ କେଉଁ ଫୁଲ ଚଢାଇବା ଉଚିତ । ଏବନ ହନୁମାନଙ୍କ ବାହନ କିଏ ଜାଣିବା ।

ହନୁମାନଙ୍କର ପ୍ରିୟ ଫୁଲ ହେଉଛି ଲାଲ ପଦ୍ମ ,ଶ୍ଵେତ ପଦ୍ମ ,କଇଁ ,କନିଆର ,ନାଲି ମନ୍ଦାର ,ନୀଳ ଅରଖ ଏହି ସବୁ ଫୁଲ ବୀର ବଜରଙ୍ଗୀ ହନୁମାନଙ୍କର ପ୍ରିୟ ଅଟେ । ହନୁମାନଙ୍କୁ ଘରେ ସ୍ଥାପନ କରିବାକୁ ଚାହୁଛନ୍ତି ତ ହନୁମାନଙ୍କ ମୁଖ ଦକ୍ଷିଣ ଦିଗକୁ ରଖିବା ଉଚିତ । ପ୍ରିୟ ଜିନିଷ ହେଉଛି ରାଶିତେଲ , ସିନ୍ଦୁର ,କପିଳା ଗାଈର ଘୃତ । ଏହି ତିନୋଟି ଜିନିଷ ହନୁମାନଙ୍କୁ ସମର୍ପଣ କରିବା ଦ୍ଵାରା ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ । ଯଦି ଆପଣଙ୍କର ବିବାହ କ୍ଷେତ୍ରରେ ସମସ୍ଯା ଆସୁଥାଏ ବା କାଳସର୍ପ ଦୋଷ ଥାଏ ।

ସବୁ ମଙ୍ଗଳବାର ଦିନ ହନୁମାନଙ୍କୁ ତୈଳ ଅଭିଷେକ କରନ୍ତୁ ଓ ସିନ୍ଦୁର ଅଭିଷେକ କରନ୍ତୁ ଦେଖିବେ ସବୁ ସମସ୍ଯା ଦୂର ହେବ । ହନୁମାନ ହେଉଛନ୍ତି ନିଜେ ନିଜର ବାହନ ତାଙ୍କର କୌଣସି ବାହନ ନାହିଁ । ତାଙ୍କର ବାହନ ହେବ ପାଇଁ କାହାର ଶକ୍ତି ନାହିଁ । ସମସ୍ତ ଦେବୀ ଦେବତାଙ୍କର ବାହନ ଅଛନ୍ତି କିନ୍ତୁ ହନୁମାନଙ୍କର କେହି ବାହନ ନାହାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହକୁ ଉଗ୍ର ମାନଯାଇଥାଏ ଓ ହନୁମାନଙ୍କୁ ମହରାଜାଙ୍କୁ ରୁଦ୍ର ମାନଯାଇଥାଏ । ଏହି ଦୁଇଜଣ ବହୁତ କ୍ରୋଧିତ ହୋଇଥାନ୍ତି ।

ଠାରେ ରୋଷ୍ଟ ହୋଇଗଲେ ତାଙ୍କୁ ଶାନ୍ତ କରିବା ବହୁତ କଷ୍ଟ ହୋଇଥାଏ । ଏହି ମଙ୍ଗଳ ଦୋଷ ଲାଗିବା ଦ୍ଵାରା ପରିବାରରେ ବହୁତ ସମସ୍ଯା ଆସିଥାଏ ଓ ଶରୀରରେ ରକ୍ତ ଜନିତ ସମସ୍ଯା ,ଚର୍ମ ଜନିତ ସମସ୍ଯା ଦେଖା ଦେଇଥାଏ । ମଙ୍ଗଳବାର ଦିନ ଲୁଣ କହିବ ଉଚିତ ନୁହେଁ ,ଆମିଷ ଦ୍ରବ୍ଯ ଖାଇବେ ନାହିଁ , ଏହି ଦିନ କାହାକୁ କରଜ ଦିଅନ୍ତୁ ନାହିଁ , ମଙ୍ଗଳବାର ଦିନ କାହା ସହ କୌଣସି ଝଗଡା କରନ୍ତୁ ନାହିଁ , କୌଣସି ଲୁହା ଜିନିଷ କିଣନ୍ତୁ ନାହିଁ ,ଏହି ଦିନ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ,ନଚେତ ଆଗକୁ ଆସୁଥିବା ସନ୍ତାନ ନପୁରୁଷକ ହୋଇପାରେ ।

ମଙ୍ଗଳବାର ଦିନ କୌଣସି ବାହାର ଲୋକଙ୍କୁ ଗୁଡ ଦାନ କରିବା ଦ୍ଵାରା ଧନର ପ୍ରାପ୍ତି ହୋଇଥାଏ ,ଡିଆସିଲି ଦାନ କରିବା ଦ୍ଵାରା ଜୀବନରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ । ଗାଈର ଦାନ କରିବା ଦ୍ଵାରା କୋଟିପୁଣ୍ୟ ପ୍ରାପ୍ତ ହୋଇଥାଏ । ମସୁର ଡାଲି ଦାନ କରିବା ଦ୍ଵାରା ବିବାହର ବିଳମ୍ବ ହେଉଥିଲେ ବହୁତ ଶୀଘ୍ର ହୋଇଯିବ । ରକ୍ତ ଚନ୍ଦନା ଦାନ କରିବା ଦ୍ଵାରା ମଙ୍ଗଳ ଗ୍ରହ ମଜବୁତ ହୋଇଥାନ୍ତି । ମଙ୍ଗଳବାର ଦିନ ମାଙ୍କଡ ବା ନାଲିଗାଈ କୁ ଚଣା ଓ ଗୁଡ କହିବାକୁ ଦେବା ଦ୍ଵାରା ମଙ୍ଗଳ ମଜବୁତ ହୋଇଥାନ୍ତି ଓ ମନସ୍କାମନା ପୂର୍ଣ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button