ଜ୍ୟୋତିଷ

ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନର ଏହା ହୋଇଥାଏ 8ଟି ସଂକେତ…

ବନ୍ଧୁଗଣ ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ମା ଲକ୍ଷ୍ମୀଙ୍କ କୃପା ହେଲେ ବ୍ୟକ୍ତି ଜୀବନରେ ଅନେକ ଖୁସି ସୁଖ ସମୃଦ୍ଧି ଆସିଥାଏ । ତେବେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ କିଛି ବିଶେଷ ଉପାୟମାନ କରିବାକୁ ପଡିଥାଏ । ଆଜି ଆମେ ଜାଣିବା ମା ଲକ୍ଷ୍ମୀ ଗୃହକୁ ଆସିବା ପୂର୍ବରୁ କେଉଁ କେଉଁ ସଂକେତ ଦେଇଥାନ୍ତି ।

୧- ଅମାବାସ୍ୟା ଦିନ ଘର ପାଖରେ ପେଚା ଦେଖାଯାଏ, ବିଲେଇ ଘରେ ପଶି କ୍ଷୀର ପିଏ ଓ ରାତି ରେ ମୂଷା ବା ଚୁଚୁନ୍ଦ୍ରା ଦେଖାଯାଏ ଏବେ ଏହା ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନର ସୂଚନା ଦେଇଥାଏ

୨- ଗୁରୁବାର ଓ ଶନିବାର ଦିନ ଘରର କୌଣସି ଜିନିଷ ଭୁଲରେ ବି ବିକ୍ରି କରନ୍ତୁ ନାହିଁ । ଏହା ଦ୍ଵାରା ମା ଲକ୍ଷ୍ମୀ ଘର ଛାଡି ଚାଲି ଯାଇଥାନ୍ତି । ୩- ଯଦି ଘରେ ଅଭାବ ଲାଗି ରହୁଛି ବା ଯେତେ ରୋଜଗାର କରିଲେ ବି ସର୍ବଦା ନିଅଣ୍ଟ ଲଗାଇ ରହୁଛି ତେବେ ଛୋଟ ପିତଳ ଢାଳ ରେ ଖୁଚୁରା ମୁଦ୍ରା ଭର୍ତ୍ତି କରି ଘରର ପଶ୍ଚିମ ଭାବରେ ରଖିକି ପ୍ରାୟି ଦିନ ମୁଣ୍ଡିଆ ମାରନ୍ତୁ । ଏହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଥାଏ ।

୪- ଘର ଆଗରେ ପଥର ଜମା କରି ରଖନ୍ତୁ ନାହିଁ । ଘର ସାମ୍ନା ରେ କେବେ ବି କଣ୍ଟା ଜାତୀୟ ଗଛ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଗୃହରେ ନେଗେଟିଭ ପ୍ରଭାବ ପଡିଥାଏ ।

୫- ଠାକୁର ଘରେ ଗରୁଡ ଚିତ୍ର ଥିବା ଘଣ୍ଟି ବାଜିଲେ ଅଗ୍ନି, ଚୋର ଓ ବଜ୍ର ଭୟ ରୁହେ ନାହିଁ । ଯଦି କୌଣସି ଯାନବାହାନ ବା ଲୁହା ଜାତୀୟ ଜିନିଷ ବିକ୍ରି କରିବେ ତେବେ ମଙ୍ଗଳବାର ଦିନ ବିକ୍ରି କରନ୍ତୁ ନାହିଁ ।

୬- ଭୁଲରେ କୌଣସି ଜମିବାଡି ଗୁରୁବାର ଦିନ ବିକ୍ରି କରନ୍ତୁ ନାହିଁ । ଧଳା ପେଚା ଯଦି ଘରେ ବସିଥାନ୍ତି ବା ରାସ୍ତା ରେ ଯାଉଥିବା ସମୟରେ ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ ।

୭- ଘରେ ଯଦି ଧଳା ପରା, ନେଉଳ ବା ଧଳା ପାରା ର ମୂର୍ତ୍ତି ରଖନ୍ତି ତେବେ ଘରର ସର୍ବ ବିଧ ମଙ୍ଗଳ ହୋଇଥାଏ । ଗୃହର ଦକ୍ଷିଣ ଦିଗରେ ତୁଳସୀ ଗଛ ରଖିବା ଉଚିତ । ଯାତ୍ରା କରିବା ସମୟରେ ତୁଳସୀ ଗଛର ମାଟି ମୁଣ୍ଡରେ ଲଗାଇ ଯାତ୍ରା କରିଲେ କାର୍ଯ୍ୟ ସଫଳତା ମିଳିଥାଏ ।

୮- ଅଗ୍ନି କୋଣରେ କେବେ ବି ଘର କରନ୍ତୁ ନାହିଁ । ଏରୁଣ୍ଡି ବନ୍ଧରେ ପାଦ ରଖିବା ଉଚିତ ନୁହେଁ । ରୋଷେଇ ଘରେ କେବେ ବି ଭୁଲରେ ଝାଡୁ ରଖିବା ଉଚିତ ନୁହେଁ । ଝାଡୁ ଏପରି ଜାଗାରେ ରଖିବା ଦରକାର ଯେମିତି କାହାର ଦ୍ରୁଷ୍ଟି ନ ପଡିବ । ଝାଡୁ କୁ ସବୁବେଳେ ଲୁଚାଇ କି ରଖିବା ଉଚିତ । ତେବେ ଏହି ନିୟମ ର ପାଳନ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ସହ ଗୃହ ଧନ ଦୌଲତରେ ଭରି ଉଠିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button