ନିଜ ଭଉଣୀ ନୁହନ୍ତି ତଥାପି ଅର୍ପିତାକୁ କାହିଁକି ନିଜ ଜୀବନ ଠାରୁ ବି ଅଧିକ ଭଲ ପାଆନ୍ତି ସଲମାନ ? ଜାଣନ୍ତୁ କଣ ଅଟେ ଏହି ସମ୍ପର୍କର ସତ୍ୟତା

ବଲୀଉଡର ଦବଙ୍ଗ ଖାନ ସଲମାନ ପୁରା ବଲୀଉଡରେ ଭାଇ ନାଁ ଦ୍ଵାରା ଜଣା ଯାଆନ୍ତି । ଗତ କିଛି ବର୍ଷ ହେବ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସେ ଲୋକମାନଙ୍କ ସାହାର୍ଯ୍ୟ କରିବା ପାଇଁ ଜଣା ଯାଆନ୍ତି । ଆଜି ଆମେ ଆପଣଙ୍କୁ ସଲମାନ ଖାନଙ୍କ ପର୍ସନାଲ ଲାଇଫ ବିଷୟରେ କହିବୁ । ସଲମାନ ଖାନଙ୍କ ଭଉଣୀ ଅର୍ପିତା ବିଷୟରେ କିଛି ଏମିତି କହିବୁ ଯାହା ବିଷୟରେ ଆପଣ ଆଗରୁ କେବେ ବି ଜାଣି ନ ଥିବେ ।
ଆପଣଙ୍କୁ କହିଦେଉଛୁ କି ଯେତେବେଳେ କଳା ହରିଣ ମାମଲାରେ କୋର୍ଟ ସଲମାନ ଖାନଙ୍କୁ ଦଣ୍ଡାଦେଶ ଦେଇଥିଲେ ତେବେ ତାଙ୍କ ଭଉଣୀ ଅର୍ପିତା ସେହି ସମୟରେ ସଲମାନ ଖାନଙ୍କ ପାଖାପାଖି ଥିଲେ । ଅର୍ପିତାଙ୍କୁ ଏହା ସବୁଠୁ ବଡ ଝଟକା ଲାଗିଥିଲା । ଅର୍ପିତା ସେହି ସମୟରେ କାନ୍ଦି ଥିଲେ ।
ଆପଣ ଜାଣିଥିବେ କି ଅର୍ପିତା ସଲମାନ ଖାନଙ୍କ ନିଜ ଭଉଣୀ ନୁହନ୍ତି, ଖାନ ପରିବାର ତାଙ୍କୁ ଗୋଦ ନେଇଛନ୍ତି । କିନ୍ତୁ ଏହା ସତ୍ବେ କେବଳ ସଲମାନ ଖାନ ନୁହେଁ ସଲିମ ଖାନଙ୍କ ସହିତ ସଲମାନ ଖାନଙ୍କ ସବୁ ଭାଇ ଅର୍ପିତାଙ୍କୁ ନିଜ ଭଉଣୀ ଠାରୁ ବି ବଡ ମାନନ୍ତି । ଅର୍ପିତା ସଲିମ ଖାନଙ୍କୁ ଫୁଟପାତରେ ମିଳିଥିଲେ ।
ସଲମାନ ଖାନଙ୍କ ପିତା ସାଲିମ ଖାନ ସବୁଦିନ ସକାଳେ ଚାଲିବା ପାଇଁ ସେ ଯାନତି, ସେହି ସମୟରେ ତାଙ୍କୁ ଫୁଟପାତରେ ଗୋଟିଏ ମହିଳା ନଜର ଆସି ଥିଲା । ଯାହାର ଗୋଟିଏ ହାତରେ ଗୋଟିଏ ଛୋଟ ଝିଅ ଥିଲା । ଯାହା ପାଇଁ ସେ ସବୁଦିନ ଖାଇବା ନେଇ ବି ଯାଉଥିଲେ ।
ସେହି ମହିଳା ଜଣକ ନିଜ ସହିତ ନିଜ ଝିଅ ପାଇଁ ଭିକ ମାଗୁ ଥିଲା । ଦିନେ ଯେତେବେଳେ ସଲିମ ଖାନ ସକାଳେ ସେହି ରାସ୍ତା ଦେଇ ଯାଉଥିଲେ ତେବେ ସେ ଦେଖିଲେ କି ସେହି ମହିଳା ଜଣକ ମରି ଯାଇଛି ଓ ସେହି ମହିଳା ପାଖରେ ବସି ଛୋଟ ଝିଅଟି କାନୁଛି ।
ସଲିମ ଖାନ ବୁଝି ଗଲେ କି ବର୍ତ୍ତମାନ ଏହି ଦୁନିଆରେ ଏହି ଝିଅର କେହି ବି ସାହାରା ନାହାନ୍ତି । ସେଥିପାଇଁ ସେ ସେହି ଛୋଟ ଝିଅକୁ ନିଜ ସହିତ ନେଇ ଆସିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସଲିମ ଖାନ ଫୁଟପାତରେ ମିଳିଥିବା ଝିଅକୁ ନିଜ ଝିଅ ଭଳି ପାଳନ କରିଥିଲେ । ତାଙ୍କର ପୁରା ପରିବାର ବି ଅର୍ପିତାକୁ ନିଜର ଭଳି ବ୍ୟବହାର କରନ୍ତି । ସଲମାନ ଓ ତାଙ୍କର ଭାଇ ବି ଅର୍ପିତାକୁ ନିଜର ଜୀବନ ମାନନ୍ତି । ସଲମାନ ଖାନ ଅର୍ପିତାର ବିବାହ ଆୟୁଷ ଶର୍ମାଙ୍କ ସହ କରିଛନ୍ତି ।