ମନୋରଞ୍ଜନ

ଓଲିଉଡ ଅଭିନେତ୍ରୀ Priya Choudhury ଙ୍କ ରିଅଲ ଲାଇଫ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ପ୍ରିୟ ଚୌଧୁରୀ’ ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରୀ ସମ୍ବନ୍ଧରେ ବହୁତ ଭଲ ଭାବରେ ଜାଣିଥିବେ ।

ଏବଂ ଏହି ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ପ୍ରିୟା ଚୌଧୁରୀ’ ଙ୍କୁ ମଧ୍ୟ ଆପଣ ମାନେ ଜାଣିଥିବେ । ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଙ୍କୁ ଚଳଚ୍ଚିତ୍ର ରେ ଦେଖିବାକୁ ମିଳୁନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ରିଅଲ ଲାଇଫ ତଥା ତାଙ୍କ ବୈବାହିକ ଜୀବନ, ପରିବାର ଏବଂ ବର୍ତ୍ତମାନ ସମୟରେ ସେ କଣ କରୁଛନ୍ତି ଆଦି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ ।

ବନ୍ଧୁଗଣ ଅଭିନେତ୍ରୀ ପ୍ରିୟା ଚୌଧୁରୀ ପ୍ରଫେସନ ରେ ଜଣେ ଅଭିନେତ୍ରୀ ହେବା ସହିତ ଜଣେ ମଡେଲ ମଧ୍ୟ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ୨୫ ଜୁଲାଇ ୧୯୮୯ ମସିହାରେ ଜନ୍ମ ଲାଭ କରିଥିଲେ । ୨୦୨୦ ମସିହା ସୁଦ୍ଧା ତାଙ୍କ ବୟସ ମାତ୍ର ୩୦ ବର୍ଷ ଅଟେ । ପ୍ରିୟା ଚୌଧୁରୀ ଓଡ଼ିଶାର ଭୁବନେଶ୍ଵର ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ଏକ ହିନ୍ଦୁ ପରିବାର ର ଅଟନ୍ତି । ଟ୍ରାଭେଲିଙ୍ଗ ଏବଂ ଫ୍ୟାସନ ଡିଜାଇନିଂ ପ୍ରିୟା ଙ୍କ ହବି ଅଟେ ।

ଅଭିନେତ୍ରୀ ପ୍ରିୟା ଚୌଧୁରୀ ନିଜ କ୍ୟାରିଆର ର ଆରମ୍ଭ ୨୦୦୮ ମସିହାରେ ନିଜର ପ୍ରଥମ ଫିଲ୍ମ ‘ଡ୍ରିମ ଗାର୍ଲ’ ରୁ କରିଥିଲେ ଏବଂ ଏହି ଫିଲ୍ମ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ଏହାପରେ ତାଙ୍କ ଅଭିନୀତ ୨୦୦୯ ମସିହାରେ ଫିଲ୍ମ ‘ଅଭିମନ୍ୟୁ’ ଏବଂ ୨୦୧୪ ମସିହାରେ ଫିଲ୍ମ ‘ତୋ ବାଟ ଚାହିଁଛି ରାତି ସାରା’ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ।

ଏହାଛଡା ତାଙ୍କର ଫିଲ୍ମ ‘ରୁମକୁ ଝୁମାନା’, ‘ଗୁଡ଼ ବଏ’, ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ ୟୁ’, ‘ହିରୋ’, ‘ମେଘ ସବାରୀ ରେ ଆସିବ ଫେରି’, ‘ଦିଲ ତତେ ଦେଇଛି’, ‘ଆଲୋ ମୋର କଣ୍ଢେଇ’ ଆଦି ଚଳଚ୍ଚିତ୍ର ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ପ୍ରିୟା ଙ୍କ ଅଭିନୟ ର ମଧ୍ୟ ପ୍ରଶଂସା କରିଥିଲେ । ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ଉଚ୍ଚତା ହେଉଛି ୫.୬ ଇଂଚ ଏବଂ ଓଜନ ହେଉଛି ୬୦ କେ.ଜି ।

ବନ୍ଧୁଗଣ ଯଦି ପ୍ରିୟା ଚୌଧୁରୀ ଙ୍କ ପରିବାର ସଦସ୍ୟଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ବାପା ଙ୍କ ନାମ ହେଉଛି ‘ପ୍ରତାପ ଚୌଧୁରୀ’ ଏବଂ ମାଆ ଙ୍କ ନାମ ହେଉଛି ‘ଗୀତାଞ୍ଜଳି ଚୌଧୁରୀ’ । ପ୍ରିୟା ଚୌଧୁରୀ ଉତ୍କଳ ୟୁନିଭର୍ସିଟି ରେ ନିଜର ପାଠପଢା ତଥା ଗ୍ରାଜୁଏସନ କମ୍ପ୍ଲଇଟ କରିଛନ୍ତି ।ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତ୍ରୀ ପ୍ରିୟା ଚୌଧୁରୀ ବିବାହ ମଧ୍ୟ କରି ସାରିଛନ୍ତି ଏବଂ ବର୍ତ୍ତମାନ ପ୍ରିୟା ଙ୍କ ଜଣେ ଛୋଟ ପୁଅ ସନ୍ତାନ ମଧ୍ୟ ଅଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button